ଭାରତର ଏକ ଏମିତି ପୋଲ ଯାହାର ଉଦ୍ଘାଟନ ହୋଇନାହିଁ ଏ ପର୍ଯ୍ୟନ୍ତ, ଜାଣନ୍ତୁ ଏହା ବିଷୟରେ

ଦୁନିଆରେ ଏମିତି ବହୁତ ପୋଲ ଅଛି ଯାହାକି ବହୁତ ଲୋକପ୍ରିୟ ଅଟେ । ଏମିତି ଏକ ପୋଲ ଭାରତରେ ମଧ୍ୟ ଅଛି, ଯାହା କେବଳ ଦେଶରେ ନୁହେଁ ବରଂ ସାରା ଦୁନିଆରେ ପ୍ରସିଦ୍ଧ । କିନ୍ତୁ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ କି ଏହି ପୋଲର ଉଦ୍ଘାଟନ ଏପର୍ଯ୍ୟନ୍ତ ହୋଇନାହିଁ । ଏହି ପୋଲ ହେଉଛି କଲିକତାର ହାଉଡା ବ୍ରିଜ୍, ଏହି ପୋଲଟି ସାରା ଦେଶରେ ପ୍ରସିଦ୍ଧ । ଏହି ପୋଲଟି ନିର୍ମାଣ ହେବାର ୭୬ ବର୍ଷ ହୋଇଗଲାଣି । ତୃତୀୟ ବିଶ୍ଵ ଯୁଦ୍ଧ ସମୟରେ ଡିସେମ୍ବର ମାସ ୧୯୪୨ ମସିହାରେ ଜାପାନର ଏକ ବୋମା ଏହି ପୋଲର ପାଖା ପାଖି ପଡିଥିଲା, କିନ୍ତୁ ଏହି ପୋଲର କିଛି ବି ହୋଇ ନଥିଲା ।

Image courtesy: Google

ବିବିଶି ର ରିପୋର୍ଟ ଅନୁସାରେ ଉନବିଂଶ ଶତାବ୍ଧିର ଶେଷ ଦଶକରେ ବ୍ରିଟିଶ ସରକାର କଲିକତା ଓ ହାଉଡା ମଧ୍ୟରେ ଥିବା ହୁଗଲୀ ନଦୀରେ ଏକ ଭାସୁଥିବା ପୋଲ ନିର୍ମାଣର ଯୋଜନା କରିଥିଲେ । କାରଣ ଏହି ନଦୀ ରାସ୍ତା ଦେଇ ବାଣିଜ୍ୟ କରିବା ପାଇଁ ଜାହାଜ ଗୁଡିକ ଆସୁଥିଲେ । ସେଥିପାଇଁ ୧୮୭୧ ମସିହାରେ ହଉଡା ବ୍ରିଜ୍ ଆକ୍ଟ ପାସ କରାଗଲା ଓ ୧୯୩୬ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ।

୧୯୪୨ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଲା । ଏହା ପରେ ଫେବୃୟାରି ୩, ୧୯୪୩ ମସିହାରେ ଏହାକୁ ଜନତାଙ୍କ ପାଇଁ ଖୋଲି ଦିଆଗଲା । ସେତେବେଳେ ଏହି ପୋଲଟି ଦୁନିଆର ତୃତୀୟତମ ଲମ୍ବା ବ୍ରିଜ୍ ଥିଲା ।

Image courtesy: Google

୧୯୬୫ ମସିହାରେ ଏହାର ନାମ ରବୀନ୍ଦ୍ର ସେତୁ ରଖାଗଲା । ଏହି ବ୍ରିଜ୍ ପାଇଁ ୨୬,୫୦୦ ଟନ୍ ଷ୍ଟିଲ ବ୍ୟବହାର ହୋଇଥିଲା । ୨୩, ୫୦୦ ଟନ୍ ଷ୍ଟିଲ ର ସପ୍ଲାଇ ଟାଟା ଷ୍ଟିଲ କରିଥିଲା । ଏହି ବ୍ରିଜ୍ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଛି । ସେହି ସମୟରେ ଏହି ବ୍ରିଜ୍ ପାଇଁ ଭାରତ ପ୍ରସିଦ୍ଧ ଥିଲା । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।