ଭାରତର ସବୁଠୁ ବଡ ତାରକା ଥିଲେ ଏହି କ୍ରିକେଟର, ଏବେ କାଟୁଛନ୍ତି ଏମିତି ଜୀବନ

ବଲିଉଡ ଏବଂ କ୍ରିକେଟ ଦୁନିଆ ବଡ ଅଜବ ଅଟେ । ଏହି ଦୁନିଆରେ ଅନେକ ତାରକା ମାନେ ପାଦ ଦେଇଛନ୍ତି । ସେମାନଙ୍କ ଭିତରୁ ଲୋକ ମାନେ କାହାକୁ ଅଧିକ ଭଲ ପାଇଥାନ୍ତି ତ ଆଉ କାହାକୁ ପସନ୍ଦ କରିନଥାନ୍ତି । ବଲିଉଡ ଏବଂ କ୍ରିକେଟର ମାନଙ୍କର ଜୀବନ ସବୁବେଳେ ସମାନ ନଥାଏ । ଭାରତୀୟ କ୍ରିକେଟ ଦଳର ତାରକା ମୁନାଫ ପଟେଲଙ୍କ ଜୀବନ ମଧ୍ୟ ବଦଳି ଯାଇଛି । ମୁନାଫ ପଟେଲ ଗୁଜୁରାଟ ର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଯେଉଁ ଅବସ୍ଥାରେ ଅଛନ୍ତି ସେ ବିଷୟରେ ଜାଣିଲେ ଆପଣଙ୍କର ହୋସ ଉଡିଯିବ ।

ଆର୍ଥିକ ସମସ୍ୟାରୁ ବାହାରି କମାଇ ଥିଲେ ବଡ ନାମ

ମୁନାଫ ପଟେଲ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ପିଲା ଦିନ ବହୁତ ଦୁଃଖ କଷ୍ଟରେ କଟିଥିଲା । ସେ ପିଲା ବେଳେ ଏକ ମାର୍ବଲ ଫ୍ୟାକ୍ଟରୀ ରେ ୩୫ ଟଙ୍କାରେ କାମ କରୁଥିଲେ । ନିଜର ପରିଶ୍ରମ ଏବଂ ଚେଷ୍ଟା ଦ୍ଵାରା ସେ ତାଙ୍କର ଏକ ନୂଆ ପରିଚୟ ମଧ୍ୟ ସୃଷ୍ଟି କରିପାରିଥିଲେ । ମୁନାଫ ନିଜର କ୍ରିକେଟ ଖେଳର ଆରମ୍ଭ ନିଜ ଗାଁରୁ ହିଁ କରିଥିଲେ ଏବଂ ସେ କେବେ ଭାବିନଥିଲେ କି ସେ ନିଜ ଦେଶ ପାଇଁ ଖେଳିବେ ବୋଲି ।

ମୁନାଫ ବହୁତ ଗରିବ ଥିବାରୁ ସେ କ୍ରିକେଟ ଟ୍ରେନିଂ ମଧ୍ୟ ନେଇ ପାରୁନଥିଲେ । ମୁନାଫ ଙ୍କ ବାପା ଅନ୍ୟ ଲୋକଙ୍କ ବିଲରେ ଖଟି ଯେଉଁ ପଇସା ଆଣୁଥିଲେ ସେଥିରେ ସେ ନିଜର ଘର ଖର୍ଚ ଉଠାଉଥିଲେ । ଏସବୁ ଦେଖି ମୁନାଫ ତାଙ୍କ ପରିବାରକୁ ଭଲରେ ରଖିବା ପାଇଁ ଚାହୁଁଥିଲେ । ଏଥିପାଇଁ ସେ ନିଜର ପରିଶ୍ରମ ଦ୍ଵାରା କ୍ରିକେଟ ଦୁନିଆରେ ବହୁତ ବଡ ସଫଳତା ହାସଲ କରିଥିଲେ ।

ସେ ପୂର୍ବରୁ ଭାରତର ସବୁଠାରୁ ଭଲ ବୋଲର ଥିଲେ

ମୁନାଫ ଯେତବେଳେ ସ୍କୁଲରେ ପାଠ ପଢୁଥିଲେ ସେତବେଳେ ତାଙ୍କ ସାର ତାଙ୍କୁ ପାଠ ପଢିବା ସହିତ କ୍ରିକେଟ ଉପରେ ଧ୍ୟାନ ଦେବା ପାଇଁ କହୁଥିଲେ । ଏହା ପରେ ମୁନାଫ ଖେଳିବା ଆରମ୍ଭ କରିଥିଲେ ଏବଂ ସଫଳତା ମଧ୍ୟ ପାଇଥିଲେ । ମୁନାଫ ଧୋନୀ, ସଚିନ ଏବଂ ୟୁବରାଜ ଙ୍କ ସହିତ ମଧ୍ୟ ବହୁତ ସାରା ମ୍ୟାଚ ଖେଳିଛନ୍ତି । ବର୍ତ୍ତମାନ ମୁନାଫ ଏକ ସାଧାରଣ ଜୀବନ ଯାପନ କରୁଛନ୍ତି ଏବଂ ସମସ୍ତଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରୁଛନ୍ତି । ତାଙ୍କ ପାଖକୁ ଯିଏ ବି ସାହାଯ୍ୟ ମାଗିବା ପାଇଁ ଆସନ୍ତି ସେ କିଛି ନଭାବି ତାଙ୍କୁ ସାହାଯ୍ୟ କରିଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।