ଏବେ ଏତେ ହଜାର ଗରିବଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗକୁ ଆସିଲେ ସଚିନ ତେନ୍ଦୁଲକର, କଲେ ଏହି ବଡ ସାହାଯ୍ୟ

ଗତ କିଛି ଦିନ ହେଲା କୋରୋନା ଭାଇରସ ସଂକ୍ରମଣ ହେବାରେ ଲାଗିଛି । ଦିନକୁ ଦିନ ଏହା ବଢିବାରେ ମଧ୍ୟ ଲାଗିଛି । ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି ଯାହା ଦ୍ଵାରା କି ଦେଶ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି । ଲକଡାଉନ ପାଇଁ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ କରିଦିଆ ଯାଇଛି । ଯେଉଁଥି ପାଇଁ ଓଡିଶାର ବହୁତ ଶ୍ରମିକମାନେ ବାହାରେ ରହିଯାଇ ଥିଲେ ।

ଦେଶରେ ବହୁତ ଗରିବ ଲୋକ ଅଛନ୍ତି ଯେଉଁମାନେ କି ଦିନ ମଜୁରିଆ ଅଟନ୍ତି । ଦିନରେ କାମ କଲେ ସେମାନେ ଖାଇବାକୁ ପାଇଥାନ୍ତି । କିନ୍ତୁ ବର୍ତ୍ତମାନ ସବୁ କାମ ବନ୍ଦ ହୋଇଯାଇ ଥିବାରୁ ସେମାନେ ବହୁତ ହଇରାଣ ହେଉଛନ୍ତି । ସରକାର ମଧ୍ୟ ସେମାନଙ୍କର ସୁବିଧା ପାଇଁ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି । ଦେଶର କେତେକ ଲୋକ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି ଟଙ୍କା ଦାନ ମଧ୍ୟ କରୁଛନ୍ତି ।

ଏହି କୋରୋନା ମହାମାରୀ ସମୟରେ ଭାରତୀୟ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ମଧ୍ୟ ୪୦୦୦ ଗରିବ ଲୋକ ମାନଙ୍କର ସହାୟତା ପାଇଁ ଟଙ୍କା ଦାନ କରିଛନ୍ତି । ଏଥିରେ ବିଏମସି ର ପିଲା ମାନେ ମଧ୍ୟ ସାମିଲ ଅଛନ୍ତି । ସଚିନ ମୁମ୍ବାଇରେ ଥିବା ହାଇ ଫାଇବ ୟୁଥ ଫାଉଣ୍ଡେସନ କୁ ଟଙ୍କା ଦାନ କରିଛନ୍ତି । ସଂଗଠନ ଏଥିପାଇଁ ଟୁଇଟର ମାଧ୍ୟମରେ ସଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେମାନେ ଟୁଇଟରରେ ଲେଖିଛନ୍ତି କି ଧନ୍ୟବାଦ ସଚିନ ପୁଣି ଥରେ ପ୍ରମାଣିତ ହୋଇଗଲା କି ଖେଳ କରୁଣାକୁ ପ୍ରୋସାହିତ କରିଥାଏ । ଆମ କୋଭିଡ -୧୯ ଫଣ୍ଡକୁ ଆପଣ ଯାହା ଦାନ କରିଛନ୍ତି ସେଥିରେ ୪୦୦୦ ଗରିବ ଲୋକଙ୍କୁ ସହାୟତା ମିଳିଛି ଏବଂ ଯେଉଁଥିରେ ବିଏମସି ସ୍କୁଲର ପିଲାମାନେ ମଧ୍ୟ ଅଛନ୍ତି ।

ସଚିନ ଟୁଇଟର ମାଧ୍ୟମରେ ସଂଗଠନର ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ ଦେବା ସହିତ କହିଛନ୍ତି କି ଆପଣ ମାନେ ପ୍ରତିଦିନ ବହୁତ ଗରିବ ପରିବାର ମାନଙ୍କୁ ସାହାଯ୍ୟ କରୁଛନ୍ତି ସେଥିପାଇଁ ଆପଣଙ୍କ ମାନଙ୍କର ନିହାତି ଭାବେ ମଙ୍ଗଳ ହେବ । ଏହା ପୂର୍ବରୁ ସଚିନ କୋଭିଡ – ୧୯ ପାଇଁ ପ୍ରଧାନମନ୍ତ୍ରୀ ସହାୟକ କୋଷ ଏବଂ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ସହାୟକ ପ୍ରତ୍ୟକ ସଙ୍ଗଠନକୁ ୨୫-୨୫ ଲକ୍ଷ ଟଙ୍କା ସହାୟତା ପାଇଁ ଦାନ କରିଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।