ଭାରତରେ ହିଁ ହିନ୍ଦୁ ଧର୍ମର ସମସ୍ତ ଦେବୀ ଦେବତାଙ୍କ ଜନ୍ମ କାହିଁକି ହୋଇଥିଲା ? ଜାଣନ୍ତୁ ଆମ ଦେଶ ଭାରତ ର କିଛି ଅଜଣା ରହସ୍ୟ

ଆମ ସନାତନ ବା ହିନ୍ଦୁ ଧର୍ମରେ ଅଧିକାଂଶ ଦେବୀଦେବତାଙ୍କ ସମ୍ବନ୍ଧ ଭାରତର ଭିନ୍ନ ଭିନ୍ନ ପ୍ରାନ୍ତରେ ହୋଇଥିବା ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି । ଯେପରିକି ପ୍ରଭୁ ଶ୍ରୀରାମ ଅଯୋଧ୍ୟା ନଗରୀରେ ଜନ୍ମଗ୍ରହଣ କରିଥିଲେ ଓ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅବତାର ନେବା ପାଇଁ ପବିତ୍ର ମଥୁରା ନଗରୀର ଚୟନ କରିଥଲେ । ଏପରି ସ୍ଥଳେ ହିନ୍ଦୁ ଧର୍ମର ସମସ୍ତ ଦେବୀଦେବତାଙ୍କ ଜନ୍ମ ଭାରତ ବର୍ଷରେ କାହିଁକି ହୋଇଥିଲା ବୋଲି ପ୍ରଶ୍ନ ଉଠିବା ସ୍ଵାଭାବିକ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏହି ପ୍ରଶ୍ନର ଉତ୍ତର ନେଇ ଆସିଛୁ ।

ଭାରତର ଯେଉଁ ସ୍ୱରୂପ ଆଜି ଆମକୁ ଦେଖିବାକୁ ମିଳୁଛି, ହଜାର ହଜାର ବର୍ଷ ପୂର୍ବେ ଏଭଳି ନଥିଲା । ପୃଥିବୀର ଏହି ଭୂଭାଗକୁ ପ୍ରାଚୀନକାଳରେ ଜମ୍ବୁଦ୍ଵୀପ ବୋଲି କୁହା ଯାଉଥିଲା । ମାର୍କେଣ୍ଡେୟ ପୁରାଣ ଅନୁସାରେ ଜମ୍ବୁଦ୍ଵୀପ ଉତ୍ତର ଓ ଦକ୍ଷିଣ ତୁଳନାରେ ମଧ୍ୟ କ୍ଷେତ୍ରକୁ ଅଧିକ ବ୍ୟାପୀଥିଲା । ଏହି ବ୍ୟାପକ କ୍ଷେତ୍ରକୁ ମେରୁବର୍ଷ ଏବଂ ଇଲାବର୍ତ ବୋଲି ମଧ୍ୟ କୁହା ଯାଉଥିଲା । ପ୍ରଥମ ଚକ୍ରବର୍ତ୍ତୀ ସମ୍ରାଟଙ୍କ ମା’ଙ୍କ ନାମ ଅନୁସାରେ ଇଲାବର୍ତ ରଖା ଯାଇଥିଲା ।

ଇଲାବର୍ତ କେନ୍ଦ୍ରରେ ପାହାଡ ମାନଙ୍କ ରାଜା ମେରୁ ପର୍ବତ ଥିଲା ଓ ଏହା ଉପରେ ଭଗବାନ ବ୍ରହ୍ମାଙ୍କ ବିଶାଳ ନଗର ବ୍ରହ୍ମାପୁରୀ ଥିଲା । ଏହାର ଆଖପାଖରେ ଆହୁରି ୮ ଟି ଦେବୀଦେବତାଙ୍କ ନଗର ମଧ୍ୟ ରହିଥିଲା । ଯେଉଁଥିରୁ ଗୋଟିଏ ଭଗବାନ ଇନ୍ଦ୍ରଙ୍କର ଥିଲା । ଏହି ସମ୍ବନ୍ଧରେ ତ୍ରେତୟା ଯୁଗ ସହ ଜଡିତ କିଛି କଥା ମଧ୍ୟ ରହିଛି । ଭଗବାନ ରାମଙ୍କ କାଳର ବହୁବର୍ଷ ପୂର୍ବରୁ ରାଜା ପ୍ରିୟବ୍ରତ ପୌତ୍ର ଏହି ଭାରତବର୍ଷର ସ୍ଥାପନ କରିଥିଲେ । ସେତେବେଳେ ଏହାର ନାମ ଅନ୍ୟକିଛି ଥିଲା ।

ପ୍ରଭୁ ରାମଙ୍କ ଅନୁଜ ଭରତଙ୍କ ଅନୁସାରେ ଆମ ଦେଶର ନାମ ରଖାଯିବାକୁ ନେଇ ମଧ୍ୟ ଅଲଗା ଅଲଗା ଗ୍ରନ୍ଥରେ ଅଲଗା ମତ ରହିଛି । ବାୟୁ ପୁରାଣ ଅନୁସାରେ ରାଜା ପ୍ରିୟବ୍ରତଙ୍କ କୌଣସି ପୁତ୍ର ନଥିବାରୁ ସେ ନିଜ ପୁତ୍ରୀଙ୍କ ପୁତ୍ର ଅଗ୍ନିୟେନ୍ଦ୍ରଙ୍କୁ ପାଳିଥିଲେ । ତାଙ୍କ ପୁତ୍ର ନାବିଙ୍କ ଜଣେ ପତ୍ନୀ ମେରୁଦେବୀଙ୍କ କୋଳରୁ ରିଷଭ ଜନ୍ମ ହୋଇଥିଲେ । ଏହି ରାଜା ଋଷଭଙ୍କ ପୁତ୍ର ଥିଲେ ଭରତ ଓ ତାଙ୍କ ନାମ ଅନୁସାରେ ଆମ ଦେଶର ନାମ ଭାରତ ରଖାଯାଇଛି ।

ପୁରାତନ କାଳରେ ଆମ ଦେଶର ଭୌଗୋଳିକ କ୍ଷେତ୍ର ଖୁବ ବିସ୍ତୃତ ଥିଲା । ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଭୁଟାନ, ନେପାଳ, ଇରାକ, ଇରାନ ଓ ଚୀନର କିଛି ଅନାଶ ମଧ୍ୟ ଏହା ମଧ୍ୟରେ ସାମିଲ ଥିଲା । ଏହି ଅଖଣ୍ଡ ଭାରତ ଆର୍ଯ୍ୟାବର୍ତ୍ତ ନାମରେ ମଧ୍ୟ ପ୍ରସିଦ୍ଧ ଥିଲା । ଭାରତ ବ୍ଯତୀତ ଦୁନିଆର ଆହୁରି ଅନେକ ଦେଶରେ ମଧ୍ୟ ପ୍ରାଚୀନ ହିନ୍ଦୁ ମନ୍ଦିର ଥିବା ପ୍ରମାଣ ରହିଛି । ଥାଇଲାଣ୍ଡରେ ସନାତନ ଧର୍ମର ପ୍ରଭାବ ରହିଛି । ସେଠାକାର ରାଜା ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଲୋକେ ମାନନ୍ତି ଓ ଗରୁଡ ଥାଇଲାଣ୍ଡର ରାଷ୍ଟ୍ରୀୟ ପ୍ରତୀକ ଅଟେ ।

ସେହିପରି ଇଣ୍ଡୋନେସିଆରେ ମଧ୍ୟ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କୁ ସମର୍ପିତ ପ୍ରାଚୀନ ହିନ୍ଦୁ ମନ୍ଦିର ରହିଛି । ଏହାଛଡା ବାଲିରେ ପ୍ରାଚୀନ ମନ୍ଦିର ରହିଛି । ମେକ୍ସିକୋରେ ମଧ୍ୟ ଖନନ ବେଳେ ପ୍ରାଚୀନ ଗଣେଶ ଓ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ମିଳିଥିଲା । ମେକ୍ସିକୋ, ଋଷ, କମ୍ବୋଡିଆ ଓ ସ୍ପେନରେ ଭଳି ଦେଶରେ ମଧ୍ୟ ହିନ୍ଦୁ ଧର୍ମର ପ୍ରଭାବ ଥିବା ପ୍ରମାଣ ରହିଛି ।

ଏଥିରୁ ଆପଣ ବୁଝି ପାରୁଥିବେ ପ୍ରାଚୀନ କାଳରେ ଭାରତବର୍ଷ ଖୁବ ବିସ୍ତୃତ ଥିଲା । ସେଥିପାଇଁ ଆମକୁ ଯେଉଁ ସବୁ କଥା ଶୁଣିବାକୁ ମିଳେ ତାହା ଭାରତ ଏବଂ ଏହାର ଆଖପାଖରେ ହିଁ ହୋଇଥିବା କାହିଁକି ଜଣାପଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।