ନିଜ ଦେଶରେ ଖୋଲା ମଞ୍ଚରେ ଭାରତର ଭୁରି ଭୁରି ପ୍ରଶଂସା କଲେ ପାକ୍ ପ୍ରଧାନମନ୍ତ୍ରୀ Imran Khan, ଦେଖନ୍ତୁ କଣ କହିଲେ…

ଭାରତର ପ୍ରଶଂସାରେ ଶତମୁଖ ପାକ୍ ପିଏମ ଇମ୍ରାନ ଖାନ । ପଡୋଶୀ ଦେଶ ପାକିସ୍ତାନର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ସ୍ଵାଧୀନ ବିଦେଶ ନୀତିକୁ ଜମେଇକି ପ୍ରଶଂସା କରିଛନ୍ତି ଓ ଏହା ଲୋକଙ୍କ ପାଇଁ ବୋଲି ମଧ୍ୟ ମତ ଦେଇଛନ୍ତି । ବେଖାଇବର ଫତୁଆଲାରେ ଏକ ଜନସଭାକୁ ଉଦବୋଧନ ଦେଇ ଇମ୍ରାନ ଖାନ କହିଛନ୍ତି ଯେ, “ମୁଁ ହିନ୍ଦୁସ୍ଥାନକୁ ସାବାସୀ ଦେଉଛି କାରଣ ସେମାନଙ୍କର ସର୍ବଦା ସ୍ଵାଧୀନ ବିଦେଶ ନୀତି ରହିଛି ।

ଭାରତ ସହ ଆମେରିକାର ସମ୍ପର୍କ ଭଲ ରହିଛି ଓ ଭାରତ କ୍ଵାଡର ମଧ୍ୟ ଅଂଶ ଅଟେ । ଏପଟେ ସେମାନେ କଟକଣା ସତ୍ତ୍ୱେ ଋଷ ଠାରୁ ମଧ୍ୟ ତେଲ ଆଣୁଛନ୍ତି । କାରଣ ସେମାନଙ୍କ ନୀତି କେବଳ ଲୋକଙ୍କ ହିତ ପାଇଁ ।” ସେପଟେ ନିଜ ଦଳର ବିଧାୟକଙ୍କ ପଟ ପରିବର୍ତ୍ତନ ଓ ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ବର୍ତ୍ତମାନ ପାକିସ୍ତାନରେ ଇମ୍ରାନଙ୍କ ଆସନ ଟଳମଳ ହେଉଛି । ଆସନ୍ତା ୨୫ ତାରିଖରେ ପାକ୍ ସଂସଦରେ ଭୋଟିଂ ହେବ ।

ଏହାରି ମଧ୍ୟରେ ସେ ଭାରତର ପ୍ରଶଂସା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବିରୋଧୀ ଦଳ ପ୍ରସ୍ତାବ ଆଣିଥିବା ବେଳେ ପାକିସ୍ତାନରେ ଇମ୍ରାନ ଖାନଙ୍କ ଆସନ ଏକଦମ ବିପଦରେ । ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦର ଦାମ୍ ମହଙ୍ଗା ହେବାରୁ ସାଧାରଣ ଲୋକେ ମଧ୍ୟ ଚିନ୍ତାରେ ଅଛନ୍ତି ।

ଏମିତି ଅନେକ ସମସ୍ୟାକୁ ନେଇ ପାକିସ୍ତାନରେ ବର୍ତ୍ତମାନ ଇମ୍ରାନ ଖାନଙ୍କ ଉପରେ ବିପଦ ଘେରି ରହିଛି । ଦୁଇ ଦେଶ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ମଧ୍ୟ ସେତେ ଭଲ ନାହିଁ । ଏପରି ସ୍ଥିତିରେ ଇମ୍ରାନଙ୍କ ଭାରତକୁ ପ୍ରଶଂସା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖୋଲା ମଞ୍ଚରେ ନିଜ ଦେଶର ଜନ ସାଧାରଣଙ୍କ ସମୁଖରେ ଇମ୍ରାନ ଖୋଲାଖୋଲି ଭାରତର ପ୍ରଶଂସା କରିଛନ୍ତି । ଯାହାର ଏକ କ୍ଲିପ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ।

ଇମ୍ରାନଙ୍କ ଏହିଭଳି ଭାଷଣକୁ ତାଙ୍କ ଦେଶର ଅନେକ ଲୋକ ପସନ୍ଦ କରିଥିବା ବେଳେ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ପାକିସ୍ତାନ ସମେତ ଭାରତରେ ମଧ୍ୟ ଇମ୍ରାନଙ୍କ ଏହି କଥାର ବେଶ ଚର୍ଚ୍ଚା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।