ସମସ୍ତେ ଖୋଜୁ ଥିଲେ କୁକୁରକୁ, କିନ୍ତୁ ଯେତେବେଳେ ସିସିଟିଭି ଦେଖିଲେ ସମସ୍ତଙ୍କ ହୋସ ଉଡିଗଲା…ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ଜଙ୍ଗଲରେ ରହୁଥିବା ପଶୁପକ୍ଷୀ ସହ ଯେତେବେଳ କୌଣସି ମଣିଷର ସାମ୍ନା ହୋଇଥାଏ ତେବେ କଣ ଘଟିଥାଏ ସେହିଭଳି କିଛି ଦୃଶ୍ୟ ନେଇ ଆସିଛୁ । ବେଳେ ବେଳେ ଏହା ଦେଖିବାକୁ ଭଲ ଲାଗେ । କିନ୍ତୁ ଏହି ଦୃଶ୍ୟ କେତେକ ଲୋକମାନଙ୍କ ଜୀବନ ମଧ୍ୟ ନେଇଯାଏ । ଓଡିଶାର କରଞ୍ଜିଆ ଗାଁରେ ଏକ ଚାଷ ଜମି ମଧ୍ୟରେ ଗୋଟିଏ ଭୋକିଲା ହାତୀ ପଶି ଆସି ଥିଲା । ହାତୀ ଖାଦ୍ୟ ସନ୍ଧାନରେ ଚାଷ ଜମିରେ ଏଠି ସେଠି ବୁଲୁ ଥିଲା ।

କିନ୍ତୁ ଜଣେ ବ୍ୟକ୍ତି ହାତୀ ପଛକୁ ଚୁପଚାପ ଆସି ତାକୁ ବାଡି ସାହାର୍ଯ୍ୟରେ ମାରିବାକୁ ଲାଗିଲା । କିନ୍ତୁ ତାର ଏହି କାମ ତା ଉପରେ ହିଁ ଭାରି ପଡିଗଲା । କହିବାକୁ ଗଲେ ଅଚାନକ ହାତୀ ବୁଲି ପଡି ସେହି ବ୍ୟକ୍ତିକୁ ମାରିବା ପାଇଁ ଦୌଡିଲା । କିନ୍ତୁ କିଛି ସମୟ ଦୌଡିବା ପରେ ବ୍ୟକ୍ତି ଜଣକ ସୁରକ୍ଷିତ ସ୍ଥାନକୁ ପହଞ୍ଚି ଗଲା ଓ ହାତୀ ବି ଶାନ୍ତ ହୋଇ ଚାଲି ଗଲା ।

ନେପାଲର କାଠମାଣ୍ଡୁରେ ଗୋଟିଏ ଘରର ସିସିଟିଭି ଫୁଟେଜରେ ଆପଣ ଦେଖି ପାରିବେ କି ଘରର ମାଲିକର ଗୋଟିଏ ପୋଷା କୁକୁର ଗେଟ ସାମ୍ନାକୁ ଆସି ଭୋକିବାକୁ ଲାଗିଲା । କିନ୍ତୁ କୁକୁର ଅଚାନକ ଗେଟ ତଳେ କିଛି ଦେଖିଲା ଓ ସେ ଘର ଭିତରକୁ ଦୌଡି ଚାଲି ଗଲା । କହିବାକୁ ଗଲେ ଗେଟ ବାହାରେ ଗୋଟିଏ ଚିତାବାଘ ଥିଲା । ଯିଏକି ଘରର ଗେଟକୁ ଡେଇଁ ଘର ଭିତରକୁ ପଶି ଆସିଲା । କିନ୍ତୁ ଏହା ସତ୍ବେ ବି କୁକୁର ବଞ୍ଚି ପାରିଲା ନାହିଁ । କାରଣ ବାଘ ଘର ଭିତରକୁ ପଶି କୁକୁରକୁ ନେଇ ଗେଟ ଡେଇଁ ଚାଲି ଗଲା ।

କିଛି ଦିନ ତଳେ କୁଏତରୁ ଗୋଟିଏ ଭିଡିଓ ସାମ୍ନାକୁ ଆସିଲା । ଯେଉଁଥିରେ ସହରର ରାସ୍ତାରେ ଗୋଟିଏ ସିଂହ ବୁଲୁଛି । ପୁଣି ଏକ ଭିଡିଓରେ ଦେଖିବାକୁ ମିଳିଲା କି ବୁର୍ଖା ପିନ୍ଧିଥିବା ଜଣେ ମହିଳା ଏହି ସିଂହକୁ କୋଳରେ ଧରି ନେଇ ଯାଉଛନ୍ତି । ଏହି ସମୟରେ ସିଂହ ମହିଳା ଠାରୁ ଖସିବା ପାଇଁ ବି ଚେଷ୍ଟା କରୁଥିଲା । କିନ୍ତୁ ସେ ମହିଳା ଉପରକୁ ଆକ୍ରମଣ କରୁ ନାହିଁ । କହିବାକୁ ଗଲେ ଏହି ସିଂହ ମହିଳାର ପାଲତୁ ସିଂହ ଥିଲା ।

ଏହି ଭିଡିଓରେ ଗୋଟିଏ ଭାଲୁ ହୋଟେଲରେ ଚାଲୁଥିବା ବାହାଘର ମଧ୍ୟକୁ ପଶି ଆସୁଛି ଓ ସେ ଅତିଥିମାନଙ୍କ ସହ ମିଶି ଖାଇବାକୁ ଚେଷ୍ଟା ମଧ୍ୟ କରିଲା । କିନ୍ତୁ ସବୁଠୁ ବଡ କଥା ହେଉଛି ଏଠି କେହି ବି ଭାଲୁକୁ ଦେଖି ଭୟଭୀତ ହେଉ ନାହାନ୍ତି । କାରଣ ଏହି ବାହାଘର Mexcio ର Chipinque A.B.P. Ecological Parkରେ ଥିଲା । ଏଥିପାଇଁ ସବୁ ଅତିଥି ଜାଣିଥିଲେ ଏହି ପାର୍କରେ ଭାଲୁ ନଜର ଆସିବା ସାଧାରଣ କଥା ଅଟେ ।