ଭାରତରେ ଆସିବ କି ବଡ ଭୂକମ୍ପ ? ଭବିଷ୍ୟବାଣୀ କଲେ ଡଚ ବୈଜ୍ଞାନିକ…

ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ଦେଖିଥିବେ କିଛି ଦିନ ପୂର୍ବରୁ ତୁର୍କୀରେ ହୋଇଥିବା ଭୂକମ୍ପର ତାଣ୍ଡବ ଲୀଳାକୁ । ତେବେ ତୁର୍କୀରେ ହେବାକୁ ଥିବା ଭୂକମ୍ପର ପୂର୍ବନୁମାନ କରିଥିବା ଡଚ ବୈଜ୍ଞାନିକଙ୍କ  ଭବିଷ୍ୟବାଣୀ ସତ ହେବ କି ! ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଆସିବ କି ବଡ ଭୂକମ୍ପ । ଏହି କଥାକୁ ନେଇ କଣ କହିଛନ୍ତି ଡଚ ବୈଜ୍ଞାନିକ ହୁଗର ବୀର୍ସ । ଆଉ ଡେରି ନକରି ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଖବର ।

ତୁର୍କୀ ଏବଂ ଶିରିଆରେ ହୋଇଥିବା ଭୂକମ୍ପରେ ଗଲାଣି ୩୪ ହଜାରରୁ ଅଧିକ ଲୋକଙ୍କ ଜୀବନ । ଆହୁରି ଅନେକ ଲୋକ ପୋତି ରହିଥିବାର ମଧ୍ୟ ଖବର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତୁର୍କୀରେ ଘଟିଥିବା ଏହି ଘଟଣାର କିଛି ହୃଦୟ ବିଦାରକ ଦୃଶ୍ଯ ଏବଂ କାହାଣୀ ପ୍ରତ୍ୟକ ଦିନ ସାମ୍ନାକୁ ଆସୁଛି । ଏହି ଘଟଣାର ସାତ ଦିନ ପରେ ବି ଉଦ୍ଦାରକାରୀ ଟିମ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ମାଟି ତଳୁ ଆହୁରି ଜୀବନ ରକ୍ଷା କରିବାର ପ୍ରୟାସରେ ଲାଗିପଡିଛନ୍ତି ଟିମ ।

ଭାରତ ତୁର୍କୀକୁ ଆବଶ୍ୟକ ପଡୁଥିବା ସମସ୍ତ ସହାୟତା ଯୋଗାଇ ଦେଉଛି । କିନ୍ତୁ ବର୍ତ୍ତମାନ ଭାରତରେ ଭୂମିକମ୍ପର ଭୟ ପ୍ରବେଶ କରିବାକୁ ଲାଗିଲାଣି । ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ବଡ ଭୂମିକମ୍ପ ହେବାର ପୂର୍ବାନୁମାନ କରିଛନ୍ତି ଡଚ ବୈଜ୍ଞାନିକ ହୁଗାର ବୀର୍ସ । ତୁର୍କୀ ଏବଂ ଶିରିଆରେ ହୋଇଥିବା ଭୂକମ୍ପର ସେ ପୂର୍ବନୁମାନ କରିଥିଲେ । ଏହି ଦେଶରେ ୭.୫ ତୀବ୍ରତାର ଭୂମିକମ୍ପ ଆସିପାରେ ବୋଲି ଗତ ୩ ତାରିଖରେ ହୁଗାର ଅନୁମାନ ଲଗାଇଥିଲେ ।

ତାଙ୍କ ଆକଳନର ଠିକ ଦୁଇଦିନ ପରେ ତୁର୍କୀ ଏବଂ ଶିରିଆକୁ ଧ୍ଵଂସ କରିଦେଲା ଭୂମିକମ୍ପ । ତେଣୁ ଭାରତକୁ ନେଇ ହୁଗାର ବୀର୍ସା କରିଥିବା ପୂର୍ବନୁମାନ ସତ ହେବାର ଆଶଙ୍କା ଏବେ ସମସ୍ତଙ୍କ ମାନାରରେ ଭୟ ସୃଷ୍ଟି କରିବାରେ ଲାଗିଛି । ତାଙ୍କର ଏହି ପୂର୍ବନୁମାନକୁ ପ୍ରତ୍ୟାହାର କରିଦେଇଛି ଆମେରିକାର ଜିଓ ଲଜିକାଲ ସର୍ଭେ ।

କୌଣସି ବୈଜ୍ଞାନିକ ଭୂକମ୍ପକୁ ଆଗରୁ ଜାଣିବା ପାଇଁ ସଫଳ ହୋଇନାହାନ୍ତି ବୋଲି କୁହାଯାଇଛି । ତେଣୁ ଭୂକମ୍ପର କୌଣସି ଥିଓରି ଗ୍ରହଣୀୟ ନୁହେଁ ବୋଲି କହିଛି ଆମେରିକାର ଜିଓ ଲଜିକାଲ ସର୍ଭେ । କିନ୍ତୁ ସେ ବ୍ୟବହାର କରୁଥିବା ପଦ୍ଦତି ବହୁତ ଉପଯୋଗୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।