ଭାରତ ହେବାକୁ ଯାଉଛି ସୁପର ସାଇକ୍ଳୋନର ପେଣ୍ଠସ୍ଥଳୀ ! ଆଗକୁ ଅଧିକରୁ ଅଧିକ ସାଇକଲୋନ ଆସିବା ନେଇ ମିଳିଲା ବଡ ସୂଚନା

ଆମ ଦେଶ ଭାରତ ଆଗକୁ ସୁପର ସାଇକ୍ଳୋନଙ୍କ ପେଣ୍ଠସ୍ଥଳୀ ହେବାକୁ ଯାଉଛି । ଆଗକୁ ଭାରତକୁ ଅଧିକରୁ ଅଧିକ ସୁପର ସାଇକ୍ଳୋନ ଆସିପାରେ । ଫାନି ଓ ଅମ୍ଫନ ଭଳି ବଡ ବଡ ସୁପର ସାଇକ୍ଳୋନର ଶିକାର ହେବ ଭାରତ । ବିଶ୍ଵ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରର ଉପରେ ଏହାର ଗଭୀର ପ୍ରଭାବ ପଡିବାକୁ ଯାଉଛି । ଦେଶରେ ପ୍ରଳୟଙ୍କାରୀ ବାତ୍ୟାର ସମ୍ଭାବନା ବଢିପାରେ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି ।

୨୦୨୦ରେ ଆସିଥିବା ସୁପର ସାଇକ୍ଳୋନ ଅମ୍ଫନକୁ ଗବେଷଣା କରି ଏଭଳି ତଥ୍ୟ ଦେଇଛନ୍ତି ବ୍ରିଟେନର ବିଷ୍ଟଲ ବିଶ୍ଵ ବିଦ୍ୟାଳୟର ଗବେଷକ । ସାରା ଦକ୍ଷିଣ ଏସିଆରେ ତାଣ୍ଡବ ରଚିଥିବା ଅମ୍ପନ ବହୁତ କ୍ଷୟକ୍ଷତି ଘଟାଇଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତ୍ତନ ବଢିପାରେ ବୋଲି ସେମାନେ ସତର୍କ କରାଇଛନ୍ତି ।

ଜଳବାୟୁ ସ୍ଥିରତା ଏବଂ ନିରନ୍ତରତାକୁ ପ୍ରକାଶିତ ଏକ ପତ୍ରିକାରେ ଦର୍ଶାଯାଇଛି ଯେ, ଯଦି ବର୍ତ୍ତମାନ ହାରାରେ ସବୁଜ ଗ୍ଯାସର ନିରଗ୍ତ ଜାରି ରୁହେ ତେବେ ଭାରତରେ ଜନସଂଖ୍ୟାର ଅଢେଇ ଗୁଣ ଅର୍ଥାତ ବିଶ୍ବର ପ୍ରାୟ ୩୦୦ କୋଟି ଲୋକ ବନ୍ୟାର ଶିକାର ହେବେ । ବିଷ୍ଟଲ ବିଶ୍ଵ ବିଦ୍ୟାଳୟର ଜଳବାୟୁ ବିଭାଗର ପ୍ରଫେସର ଡନ ମିଶେଲ କହିଛନ୍ତି, ଦକ୍ଷିଣ ଏସିଆ ସାଧାରଣତଃ ଜଳବାୟୁ ପରିବର୍ତ୍ତନର ସବୁଠୁ ଅଧିକ ସ୍ପର୍ଶକାତର ଇଲାକା ।

ଯେଉଁଠାରେ ଆଜି ଯାଏଁ ବାରମ୍ବାର ସୁପର ସାଇକ୍ଳୋନ ଆସୁଥିବାର ଦେଖାଯାଇଛି । ଇତିହାସ ମଧ୍ୟ କୁହେ କି ଏଠାରେ ସୁପର ସାଇକ୍ଳୋନ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି । ବିଶ୍ଵ ତାପାୟନ ଦୁଇ ଡିଗ୍ରୀରୁ ୧.୫ ଡିଗ୍ରୀକୁ ହ୍ରାସ କରିବା ପାଇଁ ଘୋଷଣାନାମା ଜାରି କରା ଯାଇଥିଲେ ମଧ୍ୟ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଉଭୟ ଭାରତ ଏବଂ ବାଂଲାଦେଶରେ ଏହି ଜଳବାୟୁ ପରିବର୍ତ୍ତନର ଯଥେଷ୍ଟ ପ୍ରଭାବ ପଡିବ ଏବଂ ତିନି ମିଟରରୁ ଅଧିକ ଉଚ୍ଚତାର ଜୁଆର ମାଡି ଆସିପାରେ ବୋଲି ସେମାନେ ତର୍କ ବାଢିଛନ୍ତି ।

ତେବେ ଭାରତରେ ବିଶେଷ କରି ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରତିବର୍ଷ ଏକାଧିକ ବାତ୍ୟା ଆସୁଥିବାର ଦେଖା ଯାଉଛି । ଯାହାକୁ ଦୃଷ୍ଟିର ରଖିଲେ ଏହି ଗବେଷଣା ଭୁଲ ନୁହେଁ ବୋଲି ଜଣାପଡେ । ତେଣୁ ଜଳବାୟୁ ପ୍ରଦୂଷଣ ପ୍ରତି ଆମେ ସମୟ ଥାଉ ଥାଉ ସଚେତନ ହେଲେ ଏହି ଭୟଙ୍କର ବିପଦକୁ ଏଡାଇ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।