‘ମୁଁ ତାକୁ ବହୁତ ବୁଝେଇଲି ହେଲେ ସେ ମୋ ଫଟୋ ଦେଖି ଫସିଗଲା…’ ପୁଅ ହୋଇ ଝିଅ ବେଶରେ ବାହା ହେଲେ ଧରା ପଡିବା ପରେ ଦେଲେ ଏମିତି ସଫେଇ, ଦେଖନ୍ତୁ Video

ଆଜିକାଲି ସୋସିଆଲ ମିଡିଆରୁ ପ୍ରେମ ଓ ପ୍ରତାରଣାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । କିନ୍ତୁ ଏହି ଘଟଣାଟି ସେସବୁରୁ ଆହୁରି ଦୁଇପାଦ ଆଗରେ । ଝିଅ ଭେଶରେ ମିଠା କଥା କହି ମେଘନାଦରୁ ମେଘନା ହୋଇ ଏମିତି ଫସେଇଲା କି ପୁଅ ବି ଜାଣିପାରିଲା ନାହିଁ କି ପ୍ରକୃତରେ ପୁଅ ବୋଲି । ୧୫ଦିନର ଫେସବୁକ ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ ଏହି ଏହି ଯୋଡି । କିନ୍ତୁ ବୋହୂ ଘରକୁ ଆସିବା ପରର ଘଟଣା ସମସ୍ତଙ୍କୁ ଦୋହଲାଇ ରଖିଦେଇଛି ।

ଫେସବୁକରୁ ଚିହ୍ନା ହେବା ପରେ ଉଭୟ ଉଭୟଙ୍କ ଭିଡିଓ ରିଲ୍ସକୁ ଲାଇକ କରୁଥିଲେ ଓ କଥାବାର୍ତ୍ତାରୁ ଗଢି ଉଠିଲା ପ୍ରେମ ସମ୍ପର୍କ । ଏହାପରେ ଉଭୟ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ପଶ୍ଚିମବଙ୍ଗର ଉତ୍ତର ଚବିଶକୋରଣା ଅଞ୍ଚଳର ଆଲୋକ କୁମାର ମିସ୍ତ୍ରୀଙ୍କ ସହ କେନ୍ଦ୍ରପଡା ଜମ୍ବୁ ମେରାଇନ ଥାନା ରାମନଗର ଥାନାର ମେଘନାଦ ବା ମେଘନା ମଣ୍ଡଳଙ୍କ ସହ ବନ୍ଧୁତା ହୋଇଥିଲା ।

ବିବାହ ପାଇଁ ପ୍ରତିଶ୍ରୁତି ଦେବା ପରେ ଆଲୋକ ୨୪ ତାରିଖରେ ଚଣ୍ଡୀଖୋଲରେ ପହଞ୍ଚି ମେଘନାଙ୍କୁ ଅପେକ୍ଷା କରିଥିଲେ । ସେଠାରୁ ଆଲୋକ ଓ ମେଘନା ଭଦ୍ରକ ବାସୁଦେବପୁରର କୋଶିଆ ଅଞ୍ଚଳକୁ ଆସିଥିଲେ ଓ ଆଲୋକଙ୍କ ମାମୁଁ ଘରେ ରହିଥିଲେ । ସେଠାରେ ନୂଆ ବୋହୂ ଭେଶରେ ସଜେଇ ହୋଇ ବସିଥିଆ ମେଘନାଦ ଓ ତାକୁ ଦେଖିବା ପାଇଁ ପାଖ ପଡୋଶୀ ବି ଆସୁଥିଲେ ।

ସନ୍ଧ୍ୟାବେଳେ ଭୋଜିଭାତର ମଧ୍ୟ ଆୟୋଜନ ହୋଇଥିଲା ଓ ଘରଲୋକ ନୂଆ ବୋହୂ ପାଇ ଖୁବ ଖୁସି ହେଉଥିଲେ । କିନ୍ତୁ ସେଠାକୁ ମେଘନାଦଙ୍କ ଗ୍ରାମରୁ ଆସିଥିବା ଜଣେ ମହିଳା ତାଙ୍କୁ ଚିହ୍ନି ନେଇଥିଲେ । ମେଘନା ପ୍ରକୃତରେ ଝିଅ ନୁହେଁ ବରଂ ପୁଅ ବୋଲି ଜାଣିବା ପରେ ତା’ର ପରିଚୟ ଜାଣିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ତାକୁ ଉଲ-ଗଗ୍ନ କରି ଡ୍ରେସ ଖୋଲିଦେଲେ ଲୋକେ ଆଉ ତା’ପରେ ଜଣା ପଡିଥିଲା କି ସେ ପୁଅ ବୋଲି । ସତ ଜାଣିବା ପରେ ଆଲୋକଙ୍କ ଘରଲୋକଙ୍କ ସମେତ ଗ୍ରାମବାସୀଙ୍କ ହୋସ ଉଡି ଯାଇଥିଲା । ମେଘନାଦ କହିଛି କି, ତା’ ଫଟୋ ଦେଖି ଆଲୋକ ଫସି ଯାଇଥିଲା । ସେ ପୂର୍ବରୁ ତାକୁ ସବୁ ସତ କଥା କହି ଦେଇଥିଲା କିନ୍ତୁ ଆଲୋକ ଏହା ସତ୍ତ୍ୱେ ମଧ୍ୟ ତାକୁ ବାହା ହେବା ପାଇଁ ରାଜି ହୋଇଥିଲା ବୋଲି କହିଛି ।

କିନ୍ତୁ ଶୁଣିବାକୁ ମିଳୁଛି ମେଘନାଦ ଝିଅ ଭେଶରେ ଆଗରୁ ଏମିତି ଅନେକଙ୍କୁ ଠକି ସାରିଛନ୍ତି । ତାଙ୍କ ସ୍ଵର ଶୁଣିଲେ ବି ସେ ଯେ ପୁଅ ହୋଇଥିବେ ଏକଥା କେହି ପତ୍ତା ଲଗେଇ ପାରିବନାହିଁ । ଆମ ସମାଜରେ ପୁଅ ଶରୀରରେ ଝିଅ ମନ ନେଇ ରହୁଥିବା ଅନେକ ଲୋକ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।