Varsha ଯାହା ଚାହୁଁଥିଲେ ସେଇଆ ହେଲା, କୋର୍ଟ ଦେଲେ ଏମିତି ରାୟ, ଏବେ ଚିନ୍ତାରେ Anubhav

ନିକଟରେ ଅନୁଭବ-ବର୍ଷା ବିବାଦ ଏକ ନୂଆ ମୋଡ ନେଇଛି । ଦୁଇ ବର୍ଷ ଧରି ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟ ଦୌଡୁଥିବା ଅନୁଭବ ଶେଷରେ ନିରାଶ ହୋଇ ଭିଡିଓ ଜାରି କରି ସବୁ କଥା ଜଣାଇଥିଲେ । କିନ୍ତୁ ବୋଧହୁଏ ଅନୁଭବଙ୍କ ଲଗାତାର ଭିଡିଓ ଜାରି କରିବା ଦେଖି ବର୍ଷା ଡରି ଯାଇଥିଲେ । ଯେଉଁଥି ପାଇଁ ସେ ପ୍ରଥମେ ପୁରୀଘାଟ ଥାନା ତା’ପରେ ସାଇବର ଥାନା ଓ ପରେ ହାଇକୋର୍ଟରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଥିଲେ ।

ତେବେ ବର୍ଷା ହାଇକୋର୍ଟରେ ଦେଇଥିବା ଏତଲା ଉପରେ ଏବେ ଶୁଣାଣି ସାମ୍ନାକୁ ଆସିଛି ।ଅନୁଭବଙ୍କ ଭିଡିଓ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଏଥର ଆଉ ସୋସିଆଲ ମିଡିଆରେ ଭିଡିଓ ଜାରି କରି ବର୍ଷାଙ୍କ ବିରୋଧରେ ଅନୁଭବ କିଛି କହିପାରିବେ ନାହିଁ । ଶେଷରେ କୋର୍ଟ ବର୍ଷାଙ୍କୁ ସୁହାଇଲା ଭଳି ରାୟ ଶୁଣାଇଛନ୍ତି । ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ଥିବାବେଳେ ଅନୁଭବଙ୍କ ଭିଡିଓ ବର୍ଷାଙ୍କ ନିଦ ହଜେଇ ଦେଇଥିଲା ।

ଯାହାକୁ ନେଇ ସେ କେତେବଳେ ପୁରୀଘାଟ ଥାନା ତ ଆଉ କେତେବେଳେ ସାଇବର ଥାନା ଦୌଡୁଥିଲେ । ଆଉ ଏବେ ହାଇକୋର୍ଟରେ ସେ ଯାହା ଚାହୁଁଥିଲେ ତାହା ହୋଇଛି । ଏପରି ଲାଗୁଛି ଅନୁଭବଙ୍କ ଭିଡିଓ ବର୍ଷାଙ୍କ ପାଇଁ ଭାରି ପଡିଥିଲା । କାରଣ ଧୀରେ ଧୀରେ ଫ୍ୟାନ୍ସଙ୍କ ନଜର ବର୍ଷାଙ୍କ ଉପରୁ ଉଠି ଅନୁଭବଙ୍କ ଆଡକୁ ଢଳି ଯାଇଥିଲା । ସୋସିଆଲ ମିଡିଆରେ ଜଷ୍ଟିସ ଫର ଅନୁଭବ ଲେଖି ବର୍ଷାଙ୍କ ଉପରେ ପ୍ରଶଂସକ ମାନେ ବର୍ଷୁଥିଲେ ।

ସୋସିଆଲ ମିଡିଆରେ ୟୁଜର୍ସଙ୍କ କମେଣ୍ଟ ବର୍ଷାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଏସବୁକୁ ବନ୍ଦ କରିବା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥିଲା । ତେଣୁ ଥାନା ଠାରୁ ନେଇ କୋର୍ଟ ପର୍ଯ୍ୟନ୍ତ ଦୌଡିଥିଲେ ବର୍ଷା । ଶେଷରେ କୋର୍ଟ ତାଙ୍କୁ ଆଶ୍ଵସ୍ତି କଲାଭଳି ରାୟ ପ୍ରକାଶ କରିଛନ୍ତି । ହାଇକୋର୍ଟଙ୍କ ରାୟ ଅନୁସାରେ ସୋସିଆଲ ମିଡିଆରେ ଅନୁଭବ କୌଣସି ମବତବ୍ୟ ଦେଇପାରିବେ ନାହିଁ । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ବିଶେଷ କରି କୋର୍ଟ ଅନୁଭବଙ୍କୁ ତାଗିଦ କରିବା ସହ ଜୁଲାଇ ୪ ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଘଟଣା ଆଗକୁ କେଉଁ ମୋଡ ନେବ ଏବେ ତା’ ଉପରେ ରହିଛି ସମସ୍ତଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।