ହାରିବ କରୋନା, ଜିତିବ ଭାରତ ! ଆଜି ଦେଶକୁ ମିଳି ଯାଇଛି ଆଉ ଏକ ନୂଆ ଅସ୍ତ୍ର

ପୁରା ବିଶ୍ବରେ କୋରୋନା ଭାଇରସ ଯେପରି ମାତ୍ରାରେ ବ୍ୟାପିବାରେ ଲାଗିଛି ସେଥି ପାଇଁ ପ୍ରତି ଦିନ ଲକ୍ଷ ଲକ୍ଷ ଲୋଙ୍କର ଜୀବନ ହା-ନି ଘଟୁଛି । କୋରୋନା ଭ୍ୟାକ୍ସିନ ବାହାରି ଥିଲେ ମଧ୍ୟ ଏହାକୁ ନେବା ପରେ ମଧ୍ୟ କୋରୋନା ଆକ୍ରାନ୍ତ ହେଉଛି ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସୂଚନାନୁଯାୟୀ କୋରନା ଲଢ଼େଇ ପାଇଁ ଆସି ଯାଇଛି ଅନ୍ୟ ଏକ ଅସ୍ତ୍ର । କୋରନା ରେ ସଂକ୍ରମିତ ଥିବା ରୋଗୀ ଙ୍କ ଚିକିତ୍ସା ନିମନ୍ତେ ଗତ ସୋମବାର ଠାରୁ ଉପଲବ୍ଧ ହୋଇଛି ଡିଆରଡିଓ ର ଆଣ୍ଟି କୋଭିଡ଼ ଔଷଧ 2DG । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଆଜି ୧୦.୩୦ ରେ ଆଣ୍ଟି କୋଭିଡ଼ ର ଔଷଧ ର ପ୍ରଥମ କିସ୍ତି ଲଞ୍ଚ କରିଛନ୍ତି ।

ମେ ୧୭ ସୋମବାର ଦିନ ଦିଲ୍ଲୀ ର ବିଭିନ୍ନ ହସ୍ପିଟାଲରେ ପାଖାପାଖି ୧୦ ହଜାର ଡୋଜ ଉପଲବ୍ଧ ହୋଇଛି । ଏହି ଔଷଧ କୁ ପାଣି ରେ ମିଶାଇ ସେବନ କରିବାକୁ ପଡ଼ିବ । ଏହି ଔଷଧ ଏକ ସାଚେଟ୍ ରେ ପାଉଡର ଭାବରେ ଉପଲବ୍ଧ ହେବ । 2DG ଔଷଧ ନେବା ପରେ ପରେ ସଂକ୍ରମିତ ଙ୍କୁ ଆଉ ମେଡ଼ିକାଲ ଅକ୍ସିଜେନ ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବ ନାହିଁ ।

ଏହି ଔଷଧ ଦ୍ଵାରା କୋରନା ରେ ଆକ୍ରାନ୍ତ ରୋଗୀ ଶୀଘ୍ର ସୁସ୍ଥ ହୋଇ ପାରିବେ । ଏହି ଔଷଧ ଶରୀର ରେ ଯେଉଁ କୋଷ ରେ ଭୁତାଣୁ ସଂକ୍ରମିତ କରିଛି ସେହି ସ୍ଥାନରେ ଭୂତାଣୁ ର ପ୍ରଭାବ ବଢିବାକୁ ଦେବ ନାହିଁ । ଡିଆରଡିଓ ଦାବି କରିଛି ଯେ, ଯେଉଁ ବ୍ୟକ୍ତି କୋରନା ରେ ସଂକ୍ରମିତ ହୋଇ ଏହି ଔଷଧ ର ସେବନ କରିଛି ତା’ର ରିପୋର୍ଟ ବହୁତ ଶୀଘ୍ର ନେଗେଟିଭ ଆସିଛି ।

ଡିଆରଡିଓ ର ଏକ ଲାବ, ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟାର ମେଡିସିନ ଆଣ୍ଡ ଆଲାଇଡ଼ ସାଇନ୍ସ ଦ୍ବାରା ଆଣ୍ଟି କୋଭିଡ଼ ଔଷଧ ୨-ଡିଅକ୍ସି ଡି ଗ୍ଲୁକୋଜ କୁ ହାଇଦ୍ରାବାଦ ର ଡାକ୍ତର ରେଡ୍ଡୀ ଲ୍ୟାବ ସହିତ ମିଳିତ ଭାବରେ ପ୍ରସ୍ତୁତ କରିଛି । କ୍ଲିନିକାଲ ଟ୍ରାଏଲ ପରେ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ନିକଟରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗ୍ନାଲ ଦେଇଛି ।

୨୦୨୦ ମସିହା ରୁ ଏହି ଔଷଧ ଉପରେ କାମ ଚାଲିଥିଲା ଏବଂ ଶେଷରେ ଏହା ଆଜି ଅର୍ଥାତ ସୋମବାର ଦିନ ବଜାର ରେ ଉପଲବ୍ଧ ହୋଇଛି । ଏହି ଔଷଧ ସେବନ କରିବା ପରେ କୋରନା ରେ ସଂକ୍ରମିତ ରୋଗୀ ଅଢେଇ ଦିନ ମଧ୍ୟରେ ସୁସ୍ଥ ହେବାର ଦାବି କରିଛି ଡିଆରଡିଓ । ଏହି ଔଷଧ ଖୁବ ପ୍ରଭାବଶାଳୀ ହୋଇଥିବା ବେଳେ ସହଜ ରେ ବଜାର ରେ ଉପଲବ୍ଧ ହୋଇପାରିବ । ଯଦି ଏହି ଔଷଧ କୋରନା ବିପକ୍ଷ ରେ ଲଢେ଼ଇ କରିବାରେ ସକ୍ଷମ ହେବ ତେବେ ଭାରତ କୁ ଖୁବ ଶୀଘ୍ର ସଫଳତା ମିଳିବ ବୋଲି ଆଶା କରାଯାଇଛି ।

ବନ୍ଧୁଗଣ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ