ଭରା ସଭାରେ ଜଣେ ବିଧାୟକଙ୍କୁ ପ୍ରଶ୍ନ ପଚାରି ଏବେ ଚର୍ଚ୍ଚାରେ ରହିଛନ୍ତି ଏହି ଓଡିଆ ଯୁବତୀ । ଗତ 2 ତାରିଖ ଦିନ ନିଆଳିରେ ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରୀ ଚରଣ ମଲ୍ଲିକଙ୍କ ଜନ୍ମ ଶତ ବାର୍ଷିକ ସମାରୋହ ଉପଲକ୍ଷେ ଏକ ବଡ ସଭା ଆୟୋଜିତ ହୋଇଥିଲା । ଆଉ ଏହି ସଭାରେ ଯୋଗ ଦେଇ ଭାଷଣ ଦେଉଥିଲେ ନିଆଳି ବିଜେଡି ବିଧାୟକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ । ଆଉ ସେଠାରେ ଉପସ୍ଥିତ ଥିଲେ ଶହ ଶହ ଲୋକ । ସମସ୍ତେ ବିଧାୟକଙ୍କ ଭାଷଣକୁ କାନ ଡେରି ଶୁଣୁଥିଲେ ।
ହେଲେ ଏତିକି ବେଳେ ସଭା ମଧ୍ୟରୁ ଜଣେ ଯୁବତୀ ଠିଆ ହୋଇ ବିଧାୟକଙ୍କୁ ଏମିତି ପ୍ରଶ୍ନବାଣ କରିଥିଲେ ଯେ ବିଧାୟକ ଏକଦମ ହରଡଘଣାରେ ପଡି ଯାଇଥିଲେ । ଯୁବତୀ ଜଣକ ସିଧା ଭରା ସଭାରେ ଠିଆ ହୋଇ ପ୍ରଶ୍ନ କରିଥିଲେ, ଆପଣ ଏତେ ଦିନ ହେବ ଏଠାରେ ବିଧାୟକ ଅଛନ୍ତି । ଏବେ ଯାଏଁ ଆପଣ ଆମର କଣ ଉନ୍ନତି କରିଛନ୍ତି ଟିକେ କୁହନ୍ତୁ ? ଆଉ ଭରା ସଭାରେ ଏଭଳି ପ୍ରଶ୍ନ ଶୁଣି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଏକଦମ ଘାବରେଇ ଯାଇଥିଲେ ।
ଆଉ ଉକ୍ତ ଯୁବତୀଙ୍କ ପ୍ରଶ୍ନର ଉତ୍ତର ନଦେଇ ଓଲଟା ତାଙ୍କୁ ତାଗିଦ କରିଥିଲେ । ବିଧାୟକ କହିଥିଲେ, ତୁମେ କଣ ଟ୍ରେନିଂ ନେଇ ଆସିଛ ? ଏଇଟା କଣ ପ୍ରଶ୍ନ ପଚାରିବା ଜାଗା ? ତୁମର ଏତିକି ସାଧାରଣ ଜ୍ଞାନ ନାହିଁ ତୁମେ କଣ ପାଠ ପଢିଥିବ ଆମକୁ ଜଣା ବୋଲି କହିଥିଲେ ବିଧାୟକ । ଏହା ଶୁଣି ଯୁବତୀ କହିଥିଲେ, କଥାବାର୍ତ୍ତା କେମିତି କରନ୍ତି ତାହା ମୋତେ ଜଣା ହେଲେ ଆପଣ ସମ୍ମାନ ଦେଇ କଥା ହୁଅନ୍ତୁ । କେବଳ ବିଧାୟକ ନୁହେଁ ବରଂ ସେଠାରେ ଉପସ୍ଥିତ ଥିବା କିଛି ବିଜେଡି ସମର୍ଥକ ମଧ୍ୟ ଯୁବତୀଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରିଥିଲେ ।
ରାଜନେତା ମାନେ ହେଉଛନ୍ତି ଲୋକ ପ୍ରତିନିଧି । ଲୋକଙ୍କ ସୁଖ ଦୁଃଖର ସାଥି ହେବାସହ ସେମାନଙ୍କର ବିକାଶ ଓ ସୁଶାସନ କେମିତି ଚଳାଇଛି ଏସବୁର ଉତ୍ତର ଦେବାକୁ ସେମାନେ ବାଧ୍ୟ । ହେଲେ ବିକାଶ ସମ୍ବନ୍ଧରେ ଏହି ବିଧାୟକଙ୍କୁ ପ୍ରଶ୍ନ କରିବାରୁ ସେ ଏକଦମ ଚିହିଙ୍କି ଉଠିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଉକ୍ତ ଯୁବତୀଙ୍କ ନାମ ସ୍ଵର୍ଣ୍ଣଲତା ମଲ୍ଲିକ ବୋଲି ଜଣାପଡିଛି । ନିଆଳି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଗୋଟିଏ ନଦୀବନ୍ଧ ତିଆରି ହୋଇନି କି ଶୀତଳ ଭଣ୍ଡାରଟିଏ ହୋଇନି ।
ସେଠାକାର ଚାଷୀମାନଙ୍କ ପାଇଁ ଧାନ ମଣ୍ଡିର ବ୍ୟବସ୍ଥା ମଧ୍ୟ ହୋଇନି । ଏସବୁ ବିଷୟ ନେଇ ପ୍ରଶ୍ନ କରିବାକୁ ଠିଆ ହୋଇଥିଲେ ଯୁବତୀ । ନିଆଳି ବ୍ଲକ ଅନ୍ତର୍ଗତ ତୋପଟିତୋଟ ଠାରେ ଘଟିଛି ଏଭଳି ଏକ ଘଟଣା । ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।