ଅନଲାଇନ ଗେମ୍ ନେଇଗଲା ସ୍ଵାମୀ-ସ୍ତ୍ରୀ’ଙ୍କ ଜୀବନ, ପୁରା ଘଟଣା ଜାଣିଲେ ମୁଣ୍ଡ ବୁଲେଇ ଦେବ, ସଦମାରେ ଅଛନ୍ତି ଗାଁ ଲୋକେ !

କାଳ ସାଜିଲା ଅନଲାଇନ ଗେମ୍ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅନଲାଇନ ଗେମ୍ ଖେଳିବାର ଭୟଙ୍କର ପରିଣତି ଦେଖିବାକୁ ମିଳିଛି । ଅନଲାଇନ ଗେମ୍ କୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହେଲା । ଆଉ ଝଗଡା ଏତେ ଭୟଙ୍କର ହେଲା ଯେ ସ୍ତ୍ରୀ ଜୀବନ ହାରି ଦେଇଥିବା ବେଳେ ସ୍ଵାମୀ ମେଡିକାଲ ବେଡରେ ଜୀବନ ସହ ସଂଘର୍ଷ କରୁଛି । ସୂଚନା ଅନୁଯାୟୀ ସ୍ତ୍ରୀ ସବୁବେଳେ ଅନଲାଇନ ଗେମ୍ ଖେଳିବାରେ ବ୍ୟସ୍ତ ରହୁଥିଲେ ।

ଖାଲି ଅନଲାଇନ ଗେମ୍ ଖେଳୁଥିଲେ ତାହା ନୁହେଁ ବରଂ ସେଥିପାଇଁ ଅନେକ ଟଙ୍କା ମଧ୍ୟ ଉଡାଇବାରେ ଲାଗିଥିଲେ । ଆଉ ଏହାକୁ ସହଜରେ ଗ୍ରହଣ କରି ପାରୁ ନଥିଲେ ସ୍ଵାମୀ । ଏଥିପାଇଁ ସ୍ତ୍ରୀ’ଙ୍କୁ ଲଗାତାର ବାରଣ ମଧ୍ୟ କରି ଆସୁଥିଲେ । ହେଲେ ସ୍ଵାମୀଙ୍କ କଥାକୁ ଖାତିର କରୁ ନଥିଲେ ସ୍ତ୍ରୀ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢିଗଲା ଯେ ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଗଲେ ଦମ୍ପତି ।

ଅନଲାଇନ ଗେମ୍ ଖେଳିବାକୁ ନେଇ ସ୍ଵାମୀ ସ୍ତ୍ରୀ ଜୀବନ ହାରିବାକୁ ଉଦ୍ୟମ କରିବା ପରେ ଏବେ ପୁରା ଗାଁରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାରି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃ-ତ ମହିଳାଜଣକ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ତାଙ୍କ ସ୍ବାମୀ ଶୈଳେନ୍ଦ୍ର ମଧ୍ୟ ଜଣେ ଶିକ୍ଷକ । ଶୈଳେନ୍ଦ୍ର ବାହାରେ ଶିକ୍ଷକତା କରୁଥିବା ବେଳେ ଛୁଟିରେ ଘରକୁ ଆସୁଥିଲେ ।

ସ୍ତ୍ରୀ ଅନଲାଇନ ଗେମ ଖେଳି ଟଙ୍କା ଉଡେଇବା କଥାକୁ ସେ ସହଜରେ ଗ୍ରହଣ କରି ପାରୁ ନଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡା ହେବା ପରେ ସେମାନେ ଆ-ତ୍ମ-ହ-ତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ସ୍ତ୍ରୀ ପ୍ରାଣ ହରାଇବା ପରେ ସ୍ଵାମୀ ଏବେ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ବିବାହକୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ଅନଲାଇନ ଗେମ୍ ଖେଳକୁ ଭିତ୍ତି କରି ସ୍ଵାମୀ ସ୍ତ୍ରୀ ଏମିତି ଜୀବନ ହରାଇବା ପରେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

ପୋଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ପରିବାରରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।