ଏକ ଅନାଥାଶ୍ରମକୁ ଆଡପ୍ଟ କରିଥିଲେ Pintu Nanda, ପିଲାଙ୍କୁ ପାଠ ପଢେଇ ଇଞ୍ଜିନିୟର କରେଇଛନ୍ତି… ବଡ ଖୁଲାସା କଲେ Purna Chandra Histria

ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ଏବେବି ତାଙ୍କୁ ନେଇ ଚର୍ଚ୍ଚା ଥମିବାର ଧରୁନି । ତାଙ୍କ ଭଳି ଜଣେ ପ୍ରତିଭାବାନ ଅଭିନେତାଙ୍କ ଦେହାନ୍ତ ନିହାତି ଭାବେ ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି । ପିଣ୍ଟୁ ନନ୍ଦଙ୍କ ଦେହାନ୍ତକୁ ନେଇ ଅନେକ ଲୋକ ବିଭିନ୍ନ କଥା କହୁଥିବା ବେଳେ ଏବେ ସାମ୍ନାକୁ ଆସିଛନ୍ତି ପିଣ୍ଟୁ ନନ୍ଦଙ୍କ ଆଉ ଜଣେ ନିକଟମ ବନ୍ଧୁ ସମସ୍ତଙ୍କର ଜଣାଶୁଣା ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ ବା ସୁରଜ । ପିଣ୍ଟୁ ନନ୍ଦଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା ସହ ତାଙ୍କ ସହ ଭଲ ସମ୍ପର୍କ ଥିଲା ବୋଲି ମଧ୍ୟ କହିଛନ୍ତି ସୁରଜ ।

ସେ ଆହୁରି କହିଛନ୍ତି, ପିଣ୍ଟୁ ନନ୍ଦ ଚାଲିଗଲା ଏବେ ତାଙ୍କ ବିଷୟରେ ଲୋକମାନେ କେତେ କଥା କହୁଛନ୍ତି କିନ୍ତୁ ପିଣ୍ଟୁ ଜଣେ ହୃଦୟବାନ ବ୍ୟକ୍ତି ଥିଲେ । ସେ ଭଲ ଥିବାବେଳେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ତାଙ୍କୁ ଯେତେବେଳେ ବି କେହି ଖୋଜନ୍ତି ରାତିଅଧ ହେଉ ପଛେ ସେ ଆସି ପହଞ୍ଚି ଯାଆନ୍ତି । ପିଣ୍ଟୁ ନନ୍ଦ କଟକର ବାରଙ୍ଗରେ ଗୋଟିଏ ଅନାଥାଶ୍ରମକୁ ଆଡପ୍ଟ କରିଥିଲେ ଓ ସେଠାରେ ପିଲାଙ୍କୁ ପାଠ ପଢିବାରେ ସାହାଯ୍ୟ କରୁଥିଲେ ।

ଶିବା ବୋଲି ଜଣେ ଅନାଥ ପିଲାକୁ ପିଣ୍ଟୁ ନନ୍ଦ ନିଜେ ଆଣି ରଖିବା ସହ ଇଞ୍ଜିନିୟର ପାଠ ମଧ୍ୟ ପଢେଇଛନ୍ତି । ପିଣ୍ଟୁ ତାଙ୍କ ଜୀବନରେ ଅନେକ ଭଲ କାମ କରିଛନ୍ତି କିନ୍ତୁ ବହୁତ କମ୍ ଲୋକ ଏସବୁ ଜାଣିଛନ୍ତି । ଯେହେତୁ ପିଣ୍ଟୁ ନନ୍ଦଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଥିଲା ସେଥିପାଇଁ ମୁଁ ଏତେ କଥା ଜାଣିଛି ବୋଲି ସେ କହିଛନ୍ତି । ଏହାସହ ସୁରଜ କହିଛନ୍ତି କି, ପିଣ୍ଟୁଙ୍କର କୌଣସି ବ୍ୟକ୍ତିଗତ ମତାନ୍ତର ଯୋଗୁଁ ତାଙ୍କ ପତ୍ନୀଙ୍କ ସହ ଡିଭୋର୍ସ ହୋଇ ଯାଇଥିଲା ।

ଦୀର୍ଘ 15 ବର୍ଷର ବୈବାହିକ ଜୀବନ ପରେ କେହି ଯଦି ନିଜ ସ୍ତ୍ରୀ’ ଠାରୁ ଅଲଗା ହୋଇଯାଏ ତେବେ ନିହାତି ଭାବେ ସେ ଡିପ୍ରେସନକୁ ଚାଲିଯିବ । ଜଣେ ବ୍ୟକ୍ତିଙ୍କ ପାଖରେ ପାଖେ ରହି ତାଙ୍କ ଯତ୍ନ ନେବା ସହ ଭଲ ବାଟରେ ଆଣିବା କାମ କେବଳ ଜଣେ ସ୍ତ୍ରୀ କରିପାରେ । ଆଉ ପିଣ୍ଟୁଙ୍କର ଡିଭୋର୍ସ ହେବା ପରେ ତାଙ୍କ ପାଖରେ କେହି ନଥିଲେ । ତେଣୁ ପ୍ରାୟତଃ ତାଙ୍କ ମନ ଭଲ ରହୁ ନଥିଲା ଓ ସେ ଡିପ୍ରେସନରେ ରହୁଥିଲେ ।

ସେ ଯାହାବି ହେଉ ସମସ୍ତଙ୍କ ଜୀବନରେ ଏମିତି କିଛି ଘଟିଥାଏ ଯାହା ଅନ୍ୟମାନେ ଜାଣନ୍ତି ନାହିଁ । ତେଣୁ ସେ ଚାଲିଯିବା ପରେ ତାଙ୍କ ବିଷୟରେ କେବଳ ଭଲ କହିବା ସହ ତାଙ୍କ ଭଲ କାମକୁ ମନେ ପକାଇବା ଉଚିତ ବୋଲି କହିଛନ୍ତି ସୁରଜ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।