ଭୟଙ୍କରରୁ ଭୟଙ୍କର ଗ୍ଯାସ ସମସ୍ଯା ମଧ୍ୟ କେବଳ ଦୁଇ ମିନିଟରେ ଭଲ ହୋଇଯିବ, ଥରେ ବନେଇ ସେବନ କରି ଦେଖନ୍ତୁ ଏହି ଚମତ୍କାରୀ ଡ୍ରିଙ୍କ (Health Tips)

ଗ୍ଯାସ ବା ଏସିଡିଟି ଭଳି ସମସ୍ଯା ଆଜିକାଲି ଘରେ ଘରେ ଦେଖା ଦେଉଛି । ଅନିୟମିତ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ ଯୋଗୁଁ ଛୋଟପିଲାଙ୍କୁ ମଧ୍ୟ ଗ୍ଯାସ ସମସ୍ଯା ହେଉଛି । ଗ୍ଯାସ ସମସ୍ଯା ଦୂର କରିବା ପାଇଁ ସବୁବେଳେ ଔଷଧ ଖାଇବା ସମ୍ଭବ ହୋଇ ନଥାଏ । ଅନେକ ସମୟରେ ଔଷଧ ସେବନ କରିବା ପରେ ମଧ୍ୟ ଏହି ସମସ୍ଯା ଭଲ ହୋଇ ନଥାଏ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ, ଯାହାର ପ୍ରୟୋଗ କରିବା ଦ୍ଵାରା ଗାୟବ ହୋଇଯିବ ଆପଣଙ୍କ ଗ୍ଯାସ ସମସ୍ଯା ।

ଆଜିର ଏହି ଘରୋ ଉପଚାରକୁ ପ୍ରସ୍ତୁତ କରିବା ବହୁତ ସହଜ ହୋଇଥାଏ । ଏହା ଆପଣଙ୍କ ଗ୍ଯାସ ସମସ୍ଯା ଦୂର କରିବା ପାଇଁ ଚମତ୍କାରୀ ଔଷଧ ଭାବେ କାର୍ଯ୍ୟ କରିଥାଏ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଏକ ଗ୍ଳାସ ପାଣି ନେଇ ଗରମ କରନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ସାମଗ୍ରୀର ଦରକାର ପଡିବ ତାହା ହେଉଛି ଜୀରା । ଏହା ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ । ଜୀରା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଆମ ଶରୀରରୁ ଗ୍ଯାସ ବା ଏସିଡିଟି ସମସ୍ଯାକୁ ଦୂର କରିବାରେ ଏହା ସହାୟକ ହୋଇଥାଏ । ଫୁଟାଇ ଥିବା ପାଣିରେ ଏକ ଚାମୁଚ ଜୀରା ପକାଇ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଫୁଟାନ୍ତୁ । ଜୀରାର ସବୁ ପୋଷକତତ୍ତ୍ଵ ପାଣିକୁଆ ଚାଲିଯାଇଛି , ଏବେ ଆପଣଙ୍କ ଜୀରା ପଣି ପ୍ରସ୍ତୁତ । ଗ୍ଯାସ ବନ୍ଦ କରି ଏହାକୁ ଉଷୁମ ହେବ ଯାଏଁ ଛାଡି ଦିଅନ୍ତୁ ।

ମନେରଖନ୍ତୁ ସଂପୂର୍ଣ୍ଣ ଥଣ୍ଡା କରିବେ ନାହିଁ । ଏବେ ଏହି ଜୀରା ପାଣିରେ ଆପଣ ଦୁଇଟି ଜିନିଷ ମିଶାଇବେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଫାଳେ କାଗିଜି ଲେମ୍ବୁ । ଏଥିରେ ଫାଳେ ଲେମ୍ବୁର ରସ ପକାନ୍ତୁ ଓ ଶେଷରେ ଏଥିରେ ପକାନ୍ତୁ ଅଧ ଚାମୁଚରୁ କମ୍ ବିଟ ଲୁଣ । ନଚେତ ସନ୍ଧବ ଲବଣ ମଧ୍ୟ ମିଶାଇ ପାରିବେ । ସନ୍ଧବ ଲବଣକୁ ଭଲ ଭାବେ ଗୁଣ୍ଡ କରି ଏହି ମିଶ୍ରଣରେ ମିଶାଇ ଦିଅନ୍ତୁ । ଏହା ଆପଣଙ୍କ ଏସିଡିଟି ଭଳି ସମସ୍ଯାକୁ ଦୂର କରିବାରେ ସାହାଯ୍ୟ କରିବା ସହ ଡ୍ରିଙ୍କର ସ୍ଵାଦ ମଧ୍ୟ ବଢାଇଥାଏ ।

ଏବେ ଆପଣଙ୍କ ଏସିଡିଟି ସମସ୍ୟାକୁ ଦୂର କରିବା ପାଇଁ ପାନୀୟ ପ୍ରସ୍ତୁତ ହୋଇଗଲା । ଯେତେବେଳେ ବି ଆପଣଙ୍କୁ ଏସିଡିଟି ଭଳି ସମସ୍ଯା ଦେଖା ଦେଉଛି ସେତେବେଳେ ଆପଣ ଏହି ଡ୍ରିଙ୍କକୁ ତୁରନ୍ତ ବନାନ୍ତୁ ଓ ଏହାର ସେବନ କରନ୍ତୁ ।

ଏସିଡିଟି ସମସ୍ଯା ଯଦି ବହୁ ପୁରୁଣା ଅଟେ ତେବେ ଏହାକୁ ଦିନକୁ ତିନିଥର ନେଇପାରିବେ । ସକାଳୁ ଖାଲିପେଟରେ, ଦ୍ଵିପ୍ରହରେ ଖାଦ୍ଯ ଖାଇବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ଏହି ଡ୍ରିଙ୍କ ସେବନ କରିପାରିବେ । କିଛିଦିନ ଏହିପରି କରନ୍ତୁ ଦେଖିବେ ଆପଣଙ୍କ ଖାଦ୍ୟ ଠିକ ଭାବେ ଜୀର୍ଣ୍ଣ ହେବ ଓ ଏସିଡିଟି ସମସ୍ଯା ଆଉ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।