ଭଲ ସମୟ ଆସିବା ପୂର୍ବରୁ ପେଚା ଦେଇଥାଏ ଏହି 4 ଟି ସଙ୍କେତ, ଘରକୁ ଆସିଥାନ୍ତି ମା’ ଲକ୍ଷ୍ମୀ, ଧାନ ଦୌଲତ ରେ ପୁରି ଉଠେ ଭଣ୍ଡାର- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅନ୍ୟ ଜିନିଷ ଭଳି ପଶୁ ଓ ପକ୍ଷୀ ମଧ୍ୟ ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ଅଟନ୍ତି ଏବଂ ଆମର ବନ୍ଧୁ ମଧ୍ୟ ଅଟନ୍ତି । ସମସ୍ତ ପଶୁପକ୍ଷୀ ଙ୍କ ଭିନ୍ନ ବିଶେଷତା ରହିଥାଏ ଏବଂ ଏହି ବିଶେଷତା ପାଇଁ ସେମାନଙ୍କୁ ଆମେ ଜାଣିଥାଉ । ବେଳେ ବେଳେ ଏମାନଙ୍କୁ ଶୁଭ ଓ ଅଶୁଭ ସହିତ ମଧ୍ୟ ତୁଳନା କରି ଦେଖା ଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଭଳି ଏକ ପକ୍ଷୀ ସମ୍ବନ୍ଧରେ କହିବୁ ଏବଂ ତାହା ହେଉଛି ‘ପେଚା’ । ବର୍ତ୍ତମାନ ସମୟରେ ମଧ୍ୟ ପେଚା ସହିତ ଜଡ଼ିତ ଶୁଭ ଓ ଅଶୁଭ ଘଟଣା ସମ୍ବନ୍ଧରେ ଲୋକମାନେ ବିଶ୍ୱାସ ରଖନ୍ତି ।

କେତେକ ବ୍ୟକ୍ତି ପେଚାକୁ ଶୁଭ ବୋଲି ମାନିଥାନ୍ତି ଏବଂ କେତେକ ବ୍ୟକ୍ତି ପେଚାକୁ ଅଶୁଭ ବୋଲି ମାନିଥାନ୍ତି । କିନ୍ତୁ ମାତାଲକ୍ଷ୍ମୀ ଙ୍କ ବାହନ ପେଚା କୁ ଅଧିକାଂଶ ବ୍ୟକ୍ତି ଶୁଭ ର ପ୍ରତୀକ ବୋଲି ମାନିଥାନ୍ତି । ଅର୍ଥାତ ପେଚାକୁ ଦେଖିବା, ପେଚା ର ଶବ୍ଦ ଶୁଣିବା ଅଥବା ପେଚା ର ସ୍ପର୍ଶ ଆଦିକୁ ଶୁଭ ବୋଲି ମାନିଥାନ୍ତି । ପେଚା ଏକ ଏଭଳି ପକ୍ଷୀ ଅଟେ ଯିଏ ଦିନରେ ଶୋଇଥାଏ ଏବଂ ରାତିରେ ଜାଗ୍ରତ ରହିଥାଏ । ପେଚା ଶରୀରର ଗଠନ ଏବଂ ତା’ର ଶବ୍ଦ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଏହି କାରଣ ରୁ ମଧ୍ୟ ଲୋକମାନେ ପେଚାକୁ ଅଶୁଭ ବୋଲି ମାନିଥାନ୍ତି ।

ରାତି ର ଶାନ୍ତିମୟ ବାତାବରଣ କୁ ପେଚା ର ଧ୍ଵନି ଭୟଙ୍କର କରି ଦେଇଥାଏ । ପେଚା ର ଆଖି ବଡ଼ ଏବଂ ମନୁଷ୍ୟ ଙ୍କ ପରି ସିଧା ହୋଇଥାଏ । ଏହାସହିତ ଏମାନଙ୍କ କାନ ମଧ୍ୟ ବଡ଼ ହୋଇଥାଏ । ପେଚା ନିଜର ବେକକୁ ଚାରି ଦିଗକୁ ବୁଲାଇ ପାରିଥାଏ । ପେଚା ନିଜର ଶିକାର ମଧ୍ୟ ରାତି ସମୟରେ କରିଥାଏ । ତେଣୁ ଏଭଳି ଭୟଙ୍କର ଦେଖା ଯିବାର କାରଣ ରୁ ପେଚାକୁ ଆଗ କାଳରୁ ଲୋକ ଭୟଙ୍କର ବୋଲି ମାନି ନେଇ ଆସିଛନ୍ତି । କିନ୍ତୁ କୌଣସି ଶୁଭ ସମୟର ଆଗମନ ହେବା ପୂର୍ବରୁ ଆମକୁ ପେଚା ଦ୍ଵାରା କିଛି ସଂକେତ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ।

୧. ଏକ ପୌରାଣିକ କଥାନୁସାରେ, ଯେତେବେଳେ ମାତାଲକ୍ଷ୍ମୀ ସ୍ୱର୍ଗପୁର ରୁ ମର୍ତ୍ତ୍ୟପୁର କୁ ଆସୁଥିଲେ, ସେହି ସମୟରେ ସେ ପ୍ରଥମେ ପେଚା କୁ ଦେଖିଥିଲେ । କାରଣ ରାତି ସମୟରେ କେବଳ ପେଚା ହିଁ ଦେଖିବାକୁ ମିଳିଥାଏ । ଏହି କାରଣରୁ ମାତା ଲକ୍ଷ୍ମୀ ପେଚା କୁ ନିଜର ବାହନ ବନାଇଥିଲେ । ତେଣୁ ଦୀପାବଳି ଦିନ ଯଦି ପେଚା ଆପଣଙ୍କ ଘର ସମ୍ମୁଖ କୁ ଆସିଥାଏ ବା ପେଚାର ଶବ୍ଦ ଶୁଣିବାକୁ ମିଳିଥାଏ ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ମାନି ନିଆଯାଇଥାଏ ।

୨. ଯଦି କୌଣସି ଗର୍ଭବତୀ ମହିଳା ପେଚାକୁ ଦେଖିଥାନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ ଏବଂ ଯଦି ଗର୍ଭବତୀ ମହିଳା ଙ୍କୁ ପେଚା ସ୍ପର୍ଶ କରିଥାଏ ତେବେ ହେବାକୁ ଥିବା ଛୁଆ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । ସେହିପରି ଯଦି କୌଣସି ରୋଗୀକୁ ସ୍ପର୍ଶ କରି ଚାଲିଯାଏ ତେବେ ତା’ର ଗମ୍ଭୀର ରୋଗ ମଧ୍ୟ ଠିକ ହୋଇଯାଇଥାଏ ।

୩. ଯଦି ଆପଣ ଚାକିରୀ, ପରୀକ୍ଷା ଆଦି କୌଣସି ଶୁଭ କାର୍ଯ୍ୟ ନିମନ୍ତେ ବାହାରକୁ ଯାଉଛନ୍ତି ତେବେ ପେଚା ଦେଖିବା ଦ୍ୱାରା ଶୁଭ ହୋଇଥାଏ । ଏହା ସହିତ ଯଦି ସକାଳ ସମୟରେ ଆପଣ ପେଚା କୁ ଦେଖୁଛନ୍ତି ବା ପେଚାର ଧ୍ଵନି ଶୁଣୁଛନ୍ତି ତେବେ ଏହା ଧନ ପ୍ରାପ୍ତି ହେବାର ସଂକେତ ଥାଏ ।

୪. ଯଦି ଆପଣ ପେଚାକୁ ଦେଖୁଛନ୍ତି ତେବେ ତା’ର ଆଖି ରେ ଆଖି ମିଶାଇ ଦେଖନ୍ତୁ । ଏହା କଷ୍ଟକର ହୋଇଥାଏ । କିନ୍ତୁ ଯଦି ଏହା ଆପଣଙ୍କ ଦ୍ଵାରା ସମ୍ଭବପର ତେବେ ନିଶ୍ଚିତ ଭାବରେ କରନ୍ତୁ । ଏହାଦ୍ବାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଧନ ଲାଭ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।