ଭାଗ୍ୟଶାଳୀ ସ୍ତ୍ରୀଙ୍କ 5 ଚମତ୍କାରୀ ଲକ୍ଷଣ, ବିବାହ ପରେ ବଦଳାଇ ଦିଅନ୍ତି ସ୍ବାମୀର ଭାଗ୍ୟ, ହେଇଥାଏ ପ୍ରବଳ ଉନ୍ନତ୍ତି

ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ପୂଜ୍ୟ ଓ ସମ୍ମାନୀୟ ବୋଲି ମାନାଯାଏ । ଏହି କାରଣରୁ ଆମର କନ୍ୟା ସନ୍ତାନଙ୍କ ପୂଜାର ପରମ୍ପରା ରହିଛି । ବୈଦିକ ବ୍ୟବସ୍ଥାରେ ଲକ୍ଷ୍ମୀଙ୍କୁ ଧନ ବିଭାଗ, ସରସ୍ଵତୀଙ୍କୁ ବିଦ୍ୟା ବିଭାଗ ଓ ମହାକାଳୀ ଙ୍କୁ ଶକ୍ତି ବିଭାଗ ଦିଆ ଯାଇଛି । ସେହିପରି ଗରୁଡ଼ ପୁରାଣ ତଥା ସାମୁଦ୍ରିକ ଶାସ୍ତ୍ର ରେ ମହିଳା ବା ଗୃହିଣୀଙ୍କ ଅଙ୍ଗ ବିଷୟରେ ମଧ୍ୟ ବିଶେଷ ତଥ୍ୟ ରହିଛି, ଯଥା ମହିଳାଙ୍କ କେଉଁ ଅଙ୍ଗ କଣ ପ୍ରଭାବ ପକାଇ ଥାଏ ତାହା ବିସ୍ତୃତ ରୂପେ ଲେଖା ଯାଇଛି । ତେବେ ଆସନ୍ତୁ ଜାଣିବା ମହିଳାଙ୍କ କେଉଁ ଅଙ୍ଗ ସ୍ବାମୀ ଓ ପରିବାରର ଭାଗ୍ୟ ପରିବର୍ତ୍ତନକାରୀ ଓ ଶୁଭଦାୟକ ହୋଇଥାଏ ।

୧- ଘନ ଓ ଲମ୍ବା କେଶ

ଶାସ୍ତ୍ରରେ ବର୍ଣିତ ଅଛି ଲମ୍ବା କେଶ ଥିବା ମହିଳା ପଦ୍ମିନୀ ଅର୍ଥାତ୍ ଉଚ୍ଚକୋଟୀର ହୋଇଥାନ୍ତି । ଲମ୍ବା ଓ ରେଶମୀ କେଶ ଶୁଭତା ଓ ସୌନ୍ଦର୍ଯ୍ୟର ପ୍ରତୀକ । ଦେବୀ ଭଗବତୀଙ୍କ ଯେକୌଣସି ଚିତ୍ର ବା ପ୍ରତିମାରେ ଦେଖି ପାରିବେ ତାଙ୍କ କେଶ ଲମ୍ବା ହୋଇଥାଏ । ଲମ୍ବା କେଶ ଥିବା ମହିଳା ସ୍ବାମୀଙ୍କ ପାଇଁ ଓ ନିଜ ପାଇଁ ମଧ୍ୟ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି ।

୨- ଲମ୍ବା ବେକ

ସାମୁଦ୍ରିକ ଶାସ୍ତ୍ରରେ ଲମ୍ବା ବେକ ଥିବା ମହିଳାଙ୍କୁ ମଙ୍ଗଳକାରୀ ବୋଲି ମାନା ଯାଇଛି । ଜ୍ୟୋତିଷାଚାର୍ଯ୍ଯ ପଣ୍ଡିତ ରାମସଙ୍କୋଚୀ ଗୌତମଙ୍କ ଅନୁସାରେ ଯେଉଁ ମହିଳାଙ୍କ ବେକ ଲମ୍ବା ହୋଇଥାଏ ସେମାନେ ଐଶ୍ୱର୍ଯ୍ୟଶାଳିନୀ ହୋଇଥାନ୍ତି । ଏମାନଙ୍କ ପାଖରେ ସମ୍ପୂର୍ଣ୍ଣ ବୈଭବ ରହିଥାଏ ଓ ଏମାନଙ୍କ ଥିବା ସମୟରେ ସ୍ବାମୀଙ୍କୁ କେବେ ମଧ୍ୟ ଟଙ୍କା ପଇସା ର ଅଭାବ ଆସି ପାରିବ ନାହିଁ ।

୩- ବଡ଼ ବଡ଼ ଆଖି

ବଡ଼ ବଡ଼ ଆଖି ମହିଳାଙ୍କ ପାଇଁ ସୌଭାଗ୍ୟଶାଳୀର ପ୍ରତୀକ ଅଟେ । ଜ୍ୟୋତିଷାଚାର୍ଯ୍ଯ ପଣ୍ଡିତ ଦିନେଶ ଶାସ୍ତ୍ରିଙ୍କ ଅନୁସାରେ ଗରୁଡ଼ ପୁରାଣ ରେ ଲେଖା ଅଛି କି ବଡ଼ ବଡ଼ ଆଖି ଥିବା ମହିଳା ବିଦୁଷୀ, ବିବେକଶୀଳ ଓ ବହୁତ ବୁଝିବା ଶୁଝିବା ପ୍ରକୃତିର ହୋଇଥାନ୍ତି । ଏହିଁ ସ୍ତ୍ରୀ ପୁରା ପରିବାର ପାଇଁ ଶୁଭ ହୋଇଥାନ୍ତି ଓ ବିପତ୍ତି ଆସିଲେ ନିଜ ବୁଦ୍ଧିରେ ପରିବାରକୁ ସମ୍ଭାଳି ନିଅନ୍ତି ଓ ଏମାନଙ୍କ ଯୋଗୁଁ ଘରେ ଧନ ବୃଦ୍ଧି ହୋଇଥାଏ ।

୪- ଲମ୍ବା ନାକ

ସାମାନ୍ୟରୁ ଟିକେ ଲମ୍ବା ନାକ ଥିବା ମହିଳା ଗମ୍ଭୀର ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ଯେକୌଣସି ବିପତ୍ତିର ସାମନା କରିବାକୁ ସକ୍ଷମ ହୋଇଥାନ୍ତି । ଏମାନଙ୍କ ହେତୁ ପୁରା ପରିବାର ସୁରକ୍ଷିତ ରହିଥାଏ । ଏହି ପ୍ରକାର ସାମାନ୍ୟ ମୁଣ୍ଡ ଓ ସାମାନ୍ୟ କାନ ଥିବା ମହିଳା ପରିବାର ପାଇଁ ଶୁଭ ବୋଲି ମାନାଯାଏ ।

୫- ହାତ ଓ ପାଦ

ସାମୁଦ୍ରିକ ଶାସ୍ତ୍ରରେ ମହିଳାଙ୍କ ହାତ ଓ ପାଦକୁ ମଧ୍ୟ ବିଶେଷ ଗୁରୁତ୍ବ ଦିଆ ଯାଇଛି । ଜ୍ୟୋତିଷାଚାର୍ଯ୍ଯ ଙ୍କ ଅନୁସାରେ ସାମାନ୍ୟ ଆକୃତିର ଚିକ୍କଣ ପାଦ ଥିବା ମହିଳା ମା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି । ଏମାନଙ୍କ ପାଦର ଛୋଟ ଆଙ୍ଗୁଳି ଟିକେ ଲମ୍ବା ଓ ଭୂମିକୁ ସ୍ପର୍ଶ କରୁଥିବାର ଦେଖାଯାଏ । ଏହି ମହିଳାମାନେ ବହୁତ ସୌଭାଗ୍ୟଶାଳୀ ଓ ସ୍ଵାମୀଙ୍କ ପାଇଁ ଶୁଭ ବୋଲି କୁହାଯାଏ । ସେହିପରି ହାତର ମଧ୍ୟମ ଆକାରର ଆଙ୍ଗୁଳି ଓ ଚିକ୍କଣ ହାତ ଥିବା ମହିଳା ନିଜ ସହ ନିଜ ସ୍ଵାମୀଙ୍କ ପାଇଁ ମଧ୍ୟ ସୌଭାଗ୍ୟଶାଳୀ ବୋଲି ମାନାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।