ବେଇମାନି କରୁଥିବା ସମୟରେ ଧରା ପଡିଥିଲେ ଏହି ସବୁ କ୍ରିକେଟର, 2ନଂ ଙ୍କ ନା ଶୁଣିଲେ ଆପଣଙ୍କୁ ବିଶ୍ବାସ ହେବନାହିଁ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ନିଜ ଜୀବନରେ ସମସ୍ତେ ପ୍ରଶଂସା ପାଇବା ପାଇଁ ଚାହିଁଥାନ୍ତି । ପ୍ରଶଂସା ପାଇବା ପାଇଁ ଅନେକ କିଛି କାର୍ଯ୍ୟ ମଧ୍ୟ କରିଥାନ୍ତି । ଯାହା ପାଖରେ ଟ୍ୟାଲେଣ୍ଟ ଥାଏ ତାକୁ ଆପେ ଆପେ ପ୍ରଶଂସା ମିଳିଥାଏ ଯାହା ପାଖରେ ଟ୍ୟାଲେଣ୍ଟ ନ ଥାଏ ତାକୁ ପ୍ରଶଂସା ମିଳି ନ ଥାଏ । କିନ୍ତୁ ବେଳେବେଳେ ଏପରି ହୁଏ କି ଯାହା ପାଖରେ କୌଣସି ଟ୍ୟାଲେଣ୍ଟ ନ ଥାଏ ସେ ପ୍ରଶଂସା ପାଇବା ପାଇଁ ବେଇମାନି କରିଥାଏ । ସେହି ସମୟ ରେ ସେ ଠକେଇ କରି ହୁଏ ତ ଅନେକ ଙ୍କ ଠାରୁ ପ୍ରଶଂସା ପାଇଥାଏ କିନ୍ତୁ ଯେତେବେଳେ ସବୁକଥା ସାମ୍ନା କୁ ଆସିଯାଇଥାଏ ସେତେବେଳେ ତାର ସମସ୍ତ ମାନ ସମ୍ମାନ ଚାଲିଯାଇଥାଏ । ତାକୁ ବହୁତ ନିନ୍ଦା କରାଯାଇଥାଏ ।

ଏହି ପରି କିଛି ଘଟଣା କ୍ରିକେଟ ଖେଳ ରେ ମଧ୍ୟ ଦେଖିବାକୁ ମିଳିଛି । ବିଗତ ଦିନ ମାନଙ୍କରେ ଅନେକ ଏହି ପରି ସମସ୍ୟା ଦେଖିବାକୁ ମିଳିଛି ଯାହା ପାଇଁ କେତେକ ଖେଳାଳୀ ବହୁତ ଲଜ୍ଜିତ ମଧ୍ୟ ହୋଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମର ଆପଣଙ୍କୁ କ୍ରିକେଟ ରେ ହୋଇଥିବା କେତେକ ଠକେଇ ବିଷୟ ରେ ଜଣାଇବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟ ରେ ଅନେକ କିଛି ଅଜଣା କଥା । ବନ୍ଧୁଗଣ ଆମ ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ପାକିସ୍ତାନ ର ଖେଳାଳି ସାହିଦ ଆଫ୍ରିଦି ।

ବନ୍ଧୁଗଣ ସାହିଦ ଆଫ୍ରିଦି ଜଣେ ଭଲ ଖେଳାଳି ଭାବେ ସମଗ୍ର ବିଶ୍ୱ ରେ ପରିଚୟ ଲାଭ କରିଛନ୍ତି । ନିଜର ଚମତ୍କାର ଖେଳ ଦ୍ୱାରା ସେ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ବନ୍ଧୁଗଣ ୨୦୧୦ ମସିହା ରେ ଯେତେ ବେଳେ ପାକିସ୍ତାନ ବନାମ ଇଂଲଣ୍ଡ ମ୍ୟାଚ ଚାଲିଥିଲା ସେତେବେଳେ ବଲ ସ୍ୱିଙ୍ଗ ହେବା ପାଇଁ ସେ ବଲ କୁ ଟେଂପ୍ରିଂ ଭଳି ଅମାନିୟ କାମ କରିଥିଲେ । କିନ୍ତୁ ଏହା ତତକ୍ଷଣାତ ସେଠାରେ ଥିବା କ୍ୟାମେରା ମ୍ୟାନ ରେକର୍ଡ କରିଥିଲେ ଓ ସେ ବଲ ଟି କୁ ଦାନ୍ତ ରେ କାମୁଡି ଥିବାର ନଜର ଆସିଥିଲେ ।

ସେ ପାକିସ୍ତାନ କୁ ଜିତାଇବା ପାଇଁ ଏପରି କରିଥିଲେ ବୋଲି ଗଣ ମାଧ୍ୟମ କୁ ପ୍ରତିକ୍ରିୟା ଦେଇଥିଲେ । ସେହି ମ୍ୟାଚ ରେ ସାହିଦ ଆଫ୍ରିଦି ନିଜେ ଅଧିନାୟକ ଥିଲେ । ଏହା ପରେ ତାଙ୍କୁ ଆଇ ସି ସି ଦୁଇଟି ମ୍ୟାଚ ରେ ବ୍ୟାନ ଘୋଷଣା କରିଥିଲା । ବନ୍ଧୁଗଣ ଏହା ପରେ ଆମେ ଜାଣିବା ଆଉ ଏକ ବେଇମାନି ସମ୍ପର୍କରେ । ଏକ ଟେଷ୍ଟ ମ୍ୟାଚ ରେ ସୁନୀଲ ଗାଭାସ୍କର ଓ ତାଙ୍କ ସହିତ ଚେତନ ଚୌହାନ ବ୍ୟାଟିଂ କରୁଥିବା ସମୟରେ ଡେରେନ୍ସ ଲିଲି ଙ୍କ ଏକ ବଲ ସୁନୀଲ ଙ୍କ ର ବ୍ୟାଟ ରେ ବାଜି ତାହା ପରେ ପ୍ୟାଡ଼ ରେ ବାଜିଥିଲା ।

ଏହା ସମସ୍ତେ ଜାଣିଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବେ ଅମ୍ପାୟାର ତାହାକୁ ଆଉଟ ଦେଇଥିଲେ । ଏହା ଅମାନ୍ୟ ହୋଇଥିବାରୁ ସୁନୀଲ ଗାଭାସ୍କର ବହୁତ ରାଗି ଯାଇଥିଲେ ଓ ବାରମ୍ବାର ଅମ୍ପାୟାର ଙ୍କ ସହିତ କଥା ମଧ୍ୟ ହେଉଥିଲେ । କିନ୍ତୁ ଅମ୍ପାୟାର ନିଜ ଶୁଣାଣୀ ନ ବଦଳାଇବା ରୁ ସୁନୀଲ ନିଜ ସାଥି ଖେଳାଳି ଚେତନ ଙ୍କ ସହିତ ପଡିଆ ଛାଡି କରି ପାଭିଲିୟନ କୁ ଫେରି ଯାଇଥିଲେ । ଏହାକୁ ମଧ୍ୟ କ୍ରିକେଟ ଜଗତର ଏକ ବିଫ କଳଙ୍କ ବୋଲି କୁହାଯାଏ ।

ଏହା ପରେ ଆଲୋଚନା କରିବା ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଏକ ଦିବସିୟ ମ୍ୟାଚ ସମ୍ପର୍କରେ । ଏହି ମ୍ୟାଚ ରେ ଶ୍ରୀଲଙ୍କା ର ଥିରିମାନେ ବହୁତ ଭଲ ବ୍ୟାଟିଂ କରୁଥିଲେ । ଅଚାନକ ସେ ଏକ ବଡ଼ ସଟ ମାରିଲେ ଯାହା ସୀମା ପାଖକୁ ଯାଇଥିଲା ସେହି ସମୟ ରେ ପାକିସ୍ତାନୀ କ୍ରିକେଟର ଅହମ୍ମଦ ସେହଜାଦେ ଆସି ବଲ ଟି କୁ କ୍ୟାଚ କରିଥିଲେ । ଏହା ପରେ ଅମ୍ପାୟାର ଆଉଟ ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ଏହା ଯେତେବେଳେ ବଡ଼ ପରଦା ରେ ଦେଖା ଗଲା ତ କ୍ୟାଚ ଖସି ଯାଇଥିଲା ଓ ବଲ ଟି ତଳେ ପଡି ଯାଇଥିଲେ ଏବଂ ତାହାକୁ ସେ ଉଠାଇ ଆଣି ଆଉଟ ବୋଲି ନିବେଦନ କରିଥିଲେ । ଏହି ସତ୍ୟତା ଜାଣିବା ପରେ ସେ ବହୁତ ଲଜ୍ଜିତ ହୋଇଥିଲେ ।

୨୦୧୮ରେ ଅଷ୍ଟ୍ରେଲିୟାର ଖେଲାଲିମାନଙ୍କର ଟମ୍ପରିଙ୍ଗ ବିଷୟରେ ଜାଣିଛନ୍ତି । କହିବାକୁ ଗଲେ ଏହି ଘଟଣା ୨୦୧୮ରେ ଅଷ୍ଟ୍ରେଲିୟା ଓ ସାଉଥ ଆଫ୍ରିକା ମଧ୍ୟରେ ଚାଲୁଥିବା ତୃତୀୟ ଟେସ୍ଟ ମ୍ୟାଚ ମଧ୍ୟରେ ଘଟିଥିଲା । ଏହି ମ୍ୟାଚ Cameron Bancroft, steve smith, david warner ତିନି ଜଣ ମିଶି ବଲ ଟମ୍ପରିଙ୍ଗ କରିଥିଲେ ଓ ଯାହାକୁ ସେମାନେ ସ୍ଵୀକାର ମଧ୍ୟ କରିଥିଲେ । ଏମିତିରେ ତିନି ଜଣଙ୍କୁ ୧ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳରୁ ନୀଳମବିତ ମଧ୍ୟ କରାଯାଇଅଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।