ଭାଗ୍ୟ ପରିବର୍ତ୍ତନ ହେବା ପୂର୍ବରୁ ମିଳିଥାଏ ଏହି 20 ଟି ଶୁଭ ସଂକେତ ! ଆପଣଙ୍କୁ ଏହିସବୁ ସଂକେତ ଦେଖାଯାଉଛି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ଆସୁଥିବା ପ୍ରତ୍ଯେକଟି ଶୁଭ ଓ ଅଶୁଭ ଘଟଣାର ସଂକେତ ଆମେ ଯଦିଓ ଆଗରୁ ଜାଣିପାରିନଥାଉ । ହେଲେ ପ୍ରକୃତି ଦ୍ଵାରା ଆମକୁ କିଛି ଏପରି ସଙ୍କେତ ମିଳିଥାଏ । ଯାହାକୁ ଦେଖିକି ହିଁ ଆମେ ଆମର ଆଗାମୀ ଶୁଭ ଓ ଅଶୁଭ ଭାଗ୍ୟ ଭବିଷ୍ୟ ଉପରେ ଅନୁମାନ ଲାଗାଇ ପାରିବୁ । ତେବେ ଚାଲନ୍ତୁ ଶୁଭ ସମୟ ଆସିବା ପୂର୍ବରୁ କିଛି ପ୍ରକୃତି ଦ୍ଵାରା ମିଳୁଥିବା ସଂକେତ ବିଷୟରେ ଆଲୋଚନା କରିବା । ଘରକୁ ଯଦି ଗାଈ ଆସେ ।

ତେବେ ଏହା ଘର ପାଇଁ ଶୁଭ ସଙ୍କେତ ହୋଇଥାଏ । ଗାଈ ଘର ପାଖରେ ଥିଲେ, ସର୍ବଦା ଗାଈକୁ ଗୋଟିଏ ରୁଟି ଖାଇବାକୁ ନିହାତି ଦିଅନ୍ତୁ । ଏହା ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ସକାଳୁ ଉଠୁ ଉଠୁ କୌଣସି ଧାର୍ମିକ ସ୍ଥାନରୁ ଯଦି କିଛି ଘଣ୍ଟଘଣ୍ଟା  ବା ଶଙ୍ଖ ଭଳି ପବିତ୍ର ଧ୍ୱନି ଶୁଣିବାକୁ ମିଳିଥାଏ । ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ । ଯଦି କୌଣସି ସ୍ଥାନକୁ ଯାତ୍ରା କରୁଥିବା ବେଳେ ଡାହାଣ ପାଖରେ ମାଙ୍କଡକୁ ଦେଖିଥାନ୍ତି । ତେବେ ଏହା ମଧ୍ୟ ଶୁଭ ସଂକେତ ଅଟେ ।

ବାଟରେ ଯାଉଥିବା ବେଳେ କୌଣସି ନବ ବିବାହିତ ମହିଳା ସଜବାଜ ହୋଇ ଯାଉଥିବାର ଦେଖିବା ମଧ୍ୟ ବହୁତ ଶୁଭ ସଂକେତ ଅଟେ । ସକାଳ ସମୟରେ ଉଠୁ ଉଠୁ ଯଦି ନଡିଆର ଦର୍ଶନ ହୋଇଯାଇଥାଏ । ତେବେ ଦିନଟି ଆପଣଙ୍କ ପାଇଁ ଭଲ ରହିଥାଏ । ରାତିରେ ଶୋଇବା ବେଳେ ଯଦି କୌଣସି ଧଳା କିମ୍ବା ସୁନା ରଙ୍ଗର ସାପ ସ୍ଵପ୍ନରେ ନଜର ଆସିଥାଏ । ଏହା ମଧ୍ୟ ଆପଣଙ୍କ ଭାଗ୍ୟରେ ଭଲ ପରିବର୍ତ୍ତନ ନେଇକରି ଆସିଥାଏ ।

ଘର ଆଖପାଖରେ ଯଦି କୌଣସି ସୁନ୍ଦର ଜଳାଶୟ ବା ସବୁଜ କ୍ଷେତବାଡିକୁ ଦେଖିବାକୁ ପାଇଥାନ୍ତି । ତେବେ ଏହା ଆପଣଙ୍କ ପାଇଁ ଉତ୍ତମ କଥା ଅଟେ । ବର୍ଷା ହେଉଥିବା ସମୟରେ ଉଦୟ ସୂର୍ଯ୍ୟକୁ ଦେଖିବା । ଧନବାନ ହେବାର ସଙ୍କେତ ଦେଇଥାଏ । ସକାଳ ସମୟରେ କ୍ଷୀର କିମ୍ବା ଦହିର ଦ୍ରୁଶ୍ଯ ନଜରକୁ ଆସିବା ବ୍ୟକ୍ତିର ଉତ୍ତମ ଭାଗ୍ୟକୁ ଦର୍ଶାଇ ଥାଏ । କଇଁଛ କୁ ଦେଖିବା ମଧ୍ୟ ଶୁଭ ସଂକେତ ହୋଇଥାଏ ।

ଆକାଶରେ ଝରୁଥିବା ତାରା ଯଦି ହଟାତ ନଜରକୁ ଚାଲି ଆସିଥାଏ । ତେବେ ସେହି ସମୟରେ ଯାହା ମଧ୍ୟ ଯାହା ମଧ୍ୟ ମନୋସ୍କାମନା କରିବ । ତାହା ପୂରଣ ହେବାର ଶତ ପ୍ରତିଶତ ସମ୍ଭାବନା ରହିଥାଏ । ଯେଉଁ ଘର ସାମ୍ନାରେ ହଟାତ ହାତୀ ନିଜର ଶୁଣ୍ଢକୁ ଆସି ଉନ୍ଚା କରି ଗର୍ଜନ କରିଥାଏ । ଏପରି ବିରଳ ଦୃଶ୍ୟ ମଧ୍ୟ ସେହି ଘରେ ରହୁଥିବା ବ୍ୟକ୍ତିର ଭାଗ୍ୟର ତାଲା ଖୋଲିଦେଇଥାଏ ।

ପୋଷାକ ପିନ୍ଧିବା ସମୟରେ ଭୁଲରେ ଯଦି ଓଲଟା ପୋଷାକ ପିନ୍ଧିଦେଉଥାନ୍ତି । ତେବେ ମଧ୍ୟ ଉତ୍ତମ ସଙ୍କେତ ଅଟେ । ଘର ଉପରେ ଧଳା ପାରା ବସିବା ବହୁତ ହିଁ ଶୁଭ ସୂଚନା ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ