Vastu Shastra: ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଶାସ୍ତ୍ର ପ୍ରମାଣିତ ଏହି ଉପାୟ, ଜୀବନରେ ହେବ ଚମତ୍କାର

ବିଶ୍ବାସ ରହିଛି କି ସମସ୍ତ ଦେବାଦେବୀଙ୍କ ମଧ୍ୟରୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ସବୁଠୁ ଅଧିକ ସହଜ ଅଟେ । ଭଗବାନ ଶିବ ତାଙ୍କ ଭକ୍ତଙ୍କ ଉପରେ ଶୀଘ୍ର ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରନ୍ତି । ବର୍ତ୍ତମାନ ବର୍ଷର ସବୁଠୁ ପବିତ୍ର ମାସ ତଥା ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ମାସ ଚାଲିଛି । ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କୁ ଶୀଘ୍ର ପ୍ରସନ୍ନ କରିବାର କିଛି ଉପାୟମାନ କହିବାକୁ ଯାଉଛି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଏହି ଉପାୟ କରନ୍ତୁ ଓ ତାଙ୍କ ଆଶୀର୍ବାଦ ପାଆନ୍ତୁ ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ଯେକ ଦିନ ୨୧ଟି ବେଲପତ୍ରରେ ଚନ୍ଦନରେ ‘ଓଁ ନମଃ ଶିବାୟ’ ଲେଖି ଶିବଲିଙ୍ଗରେ ଚଢାଇବା ଦ୍ଵାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଏହାକୁ ଯଦି ଆପଣ ଶ୍ରାବଣ ମାସରେ ପ୍ରତ୍ଯେକ ଦିନ କରିବେ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ । ଯଦି ଶ୍ରାବଣ ସୋମବାର ଦିନ ଏହି କାର୍ଯ୍ୟ କରନ୍ତି ତେବେ ଏହାର ପ୍ରଭାବ ଆହୁରି ଶକ୍ତିଶାଳୀ ହୋଇଥାଏ ।

ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ସମସ୍ଯା ଥାଏ ତେବେ ପ୍ରତ୍ଯେକ ଦିନ ସକାଳେ ଘରେ ଗୋ-ପରିସ୍ରା ଛିଞ୍ଚନ୍ତୁ କିମ୍ବା ଗୋବର ପାଣି ଘର ବାହାରେ ଛିଞ୍ଚନ୍ତୁ ଏବଂ ଗୋକୁଳା ଧୂପ ଦିଅନ୍ତୁ । କିମ୍ବା ଝୁଣା ମଧ୍ୟ ଦେଇପାରିବେ । ଏହା କରିବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । କ୍ଷୀରରେ କେଶର ମିଶ୍ରିତ କରି ଶିବଲିଙ୍ଗରେ ଅର୍ପଣ କରିବା ଦ୍ଵାରା ବିବାହରେ ବାଧା ଆସୁଥିଲେ ତାହା ଦୂର ହୋଇଥାଏ ।

ଯେଉଁମାନଙ୍କ ବିବାହରେ ବାଧା ସୃଷ୍ଟି ହେଉଛି ସେମାନେ ଏହି ପବିତ୍ର ମାସରେ ଏହି କାର୍ଯ୍ୟ ନିଶ୍ଚିତ ଭାବେ କରନ୍ତୁ ଦେଖିବେ ନିଶ୍ଚୟ ଶୁଭଫଳ ପ୍ରାପ୍ତି କରିବେ । ଭଗବାନ ଶିବ ଶଙ୍କରଙ୍କୁ ଅଧିକ ଖୁସି କରିବା ପାଇଁ ସୋମବାର ଦିନ ନନ୍ଦୀ ଅର୍ଥାତ ଷଣ୍ଢଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା ଜୀବନରେ ରାଜା ମହାରାଜା ଭଳି ସୁଖ ସମୃଦ୍ଧି ଆସିଥାଏ ଏବଂ ମନ ଖୁସି ରହିଥାଏ । ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ସୋମବାର ଦିନ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ।

ଏପରି କରିବା ଦ୍ଵାରା ଘରେ କେବେବି ଖାଦ୍ୟର ଅଭାବ ହୋଇ ନଥାଏ ଏବଂ ଏହାଦ୍ବାରା ପୂର୍ବପୁରୁଷଙ୍କ ଆତ୍ମା ଶାନ୍ତି ପାଆନ୍ତି ଓ ପିତୃଦୋଷ ମଧ୍ୟ ଖଣ୍ଡନ ହୋଇଥାଏ । ଶ୍ରାବଣ ସୋମବାର ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠି ନିତ୍ୟକର୍ମ ସାରି ଭଗବାନ ଶିବଙ୍କୁ ଜଳାଭିଷେକ କରି କଳାତେଲ ଅର୍ପଣ କରନ୍ତୁ । ଏହାପରେ ମନେ ମନେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।

ଏପରି କରିବା ଦ୍ଵାରା ପ୍ରତ୍ଯେକ ସମସ୍ଯାରୁ ମୁକ୍ତି ମିଳିଥାଏ । ଏହା ବ୍ଯତୀତ ଏକ ନଦୀ କିମ୍ବା ପୋଖରୀକୁ ଯାଇ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ମାଛମାନଙ୍କୁ ଅଟା କିମ୍ବା ମଇଦାର ଗୁଲା ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ଧନ ପ୍ରାପ୍ତି ହେବା ସହ କେବେ ମଧ୍ୟ ଧନଜନିତ ସମସ୍ଯା ରୁହେନାହିଁ । ଏହି କାର୍ଯ୍ୟଗୁଡିକୁ ଆପଣ ଚାହିଁଲେ ପ୍ରତ୍ଯେକ ଦିନ କରିପାରିବେ କିମ୍ବା ପ୍ରତ୍ଯେକ ସୋମବାର ଦିନ କରିପାରିବେ ।

ଏହି ପବିତ୍ର ଶ୍ରାବଣ ମାସରେ ଏହି କାର୍ଯ୍ୟ ଗୁଡିକର ପ୍ରଭାବ ଅଧିକ ରହିଥାଏ ଏବଂ ଭଗବାନ ଶିବ ଖୁସି ହୋଇ ଉତ୍ତମ ଫଳ ପ୍ରଦାନ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।