ବରବାଦୀ ପଛରେ ରହିଛି ଏହି ତିନୋଟି ମୁଖ୍ୟ କାରଣ, ନିଜେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଭଗବତ ଗୀତାରେ- Gita Vani

ପାଞ୍ଚ ହଜାର ବର୍ଷ ପୂର୍ବେ ଶ୍ରୀମଦ୍ ଭଗବତ୍ ଗୀତା ରେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର ବିନାଶ ର ତିନୋଟି କାରଣ କହିଥିଲେ । ଆସନ୍ତୁ ଜାଣିବା ଏହି କାହାଣୀ ମାଧ୍ୟମରେ । ପ୍ରାଚୀନ କାଳରେ ଏକ ରାଜକୀୟ ପରିବାରରେ ପୁତ୍ର ଟିଏ ଜନ୍ମ ହେଲା । ଛୋଟବେଳୁ ହିଁ ତାଙ୍କ ପରିବାର ତାଙ୍କୁ ଗୁରୁକୁଳକୁ ପଠେଇଦେଲେ । ଗୁରୁକୁଳ ରେ ସେ ବିଦ୍ୟାର୍ଥୀ ସବୁଠାରୁ ବୁଦ୍ଧିମାନ ଥିଲା ଓ ବେଦ ଏବଂ ଶାସ୍ତ୍ର ଅଧ୍ୟୟନ କରୁଥିଲେ ।

ଗୁରୁକୁଳ ରେ ତାଙ୍କର ଶିକ୍ଷା ସମାପ୍ତ ହୋଇ ନ ଥିଲା ସେଇ ସମୟରେ ହିଁ ତାଙ୍କର ସମସ୍ତ ପରିବାର ଲୋକଙ୍କର ଏକ ପ୍ରାକୃତିକ ବିପର୍ଯ୍ୟୟ ରେ ମୃତ୍ୟୁ ହୋଇଗଲା । ତାଙ୍କ ମାତା ପିତା ଓ ବନ୍ଧୁ ପରିଜନ କେହି ମଧ୍ୟ ରହିଲେ ନାହିଁ । ଶିକ୍ଷା ସମାପ୍ତ କଲା ପରେ ବିଦ୍ୟାର୍ଥୀ ଜଣକ ଶପଥ ନେଲେ କି ସେ ଜୀବନ ସାରା ଲୋକଙ୍କର ସେବା କରିବେ ଆଉ ସେ ସନ୍ୟାସୀ ହୋଇଗଲେ ।

ଆଉ ସନ୍ୟାସୀ ଜଣକ ପାରିବାରିକ ମୋହମାୟା ଓ ସମସ୍ତ ସାଂସାରିକ ବିଷୟ ତ୍ୟାଗ କରି ଧ୍ୟାନ କରିବା ପାଇଁ ହିମାଳୟ ଜଙ୍ଗଲକୁ ଚାଲିଗଲେ । ସେଠାରେ ସେ ବହୁତ ଦିନ ଧରି ତପସ୍ୟା କଲେ ଏବଂ ନିଜର ଜ୍ଞାନ ବିକଶିତ କଲେ । ଆଉ ସନ୍ୟାସୀ ଜଣକ ବହୁତ ଖୁସି ମଧ୍ୟ ଥିଲେ । ଲୋକମାନେ ଶିକ୍ଷା ନେବା ପାଇଁ ସନ୍ୟାସୀଙ୍କ ପାଖକୁ ଆସୁଥିଲେ ଏବଂ ସନ୍ୟାସୀ ମଧ୍ୟ ଲୋକଙ୍କର ସମସ୍ୟା ସମାଧାନ କରି ଲୋକଙ୍କୁ ସାହାଯ୍ୟ କରୁଥିଲେ । ଧୀରେ ଧୀରେ ସନ୍ୟାସୀଙ୍କ ଚର୍ଚ୍ଚା ନଗର ସାରା ହେଲା । ସନ୍ୟାସୀ ଜଣକ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଗଲେ ।

କିନ୍ତୁ ସେଇ ରାଜ୍ୟ ର ରାଜା ବହୁତ୍ କ୍ରୂର ବ୍ୟକ୍ତି ଥିଲେ । ସେ ସନ୍ୟାସୀଙ୍କ ସହିତ ଦେଖା କରିବା ପାଇଁ ଇଛୁକ ହେଲେ । ଆଉ ପ୍ରଥମ ଦେଖାରେ ହିଁ ରାଜା ସନ୍ୟାସୀ ଙ୍କ ପ୍ରତି ଏତେ ପ୍ରଭାବିତ ହେଲେ ଯେ, ରାଜା ନିଜେ ସତ୍ୟ ପଥରେ ଚାଲିବାକୁ ନିଷ୍ପତି ନେଲେ । ରାଜା ମନେ ମନେ ଚିନ୍ତା କଲେ ଯଦି ଏହି ସନ୍ୟାସୀ ମାତ୍ର କିଛି କ୍ଷଣରେ ମୋତେ ଏତେ ବଦଳି ଦେଇ ପାରିଲେ, ସେ ଯଦି ମୋ ପାଖରେ ରହିବେ ତେବେ ମୋ ଜୀବନ ହିଁ ବଦଳି ଯିବ ଓ ତାଙ୍କ ସେବା କଲେ ମୋ ଜୀବନ ଧନ୍ୟ ହୋଇଯିବ ।

ଦିନେ ରାଜା ସନ୍ୟାସୀ ଙ୍କୁ ରାଜମହଲ ଆସିବା ପାଇଁ ଅନୁରୋଧ କଲେ ଓ ସନ୍ୟାସୀ ମଧ୍ୟ ରାଜି ହୋଇ ରାଜାଙ୍କ ସହ ଗଲେ । ସେଠାରେ ରାଜା ରାଜକୀୟ ଢଙ୍ଗରେ ସନ୍ୟାସୀ ଙ୍କୁ ଭୋଜନ କରାଇଲେ । ତା’ପରେ ସନ୍ୟାସୀ ରାଜାଙ୍କୁ ଧନ୍ୟବାଦ ଜଣାଇ, ପ୍ରସ୍ଥାନ ହେବାକୁ ଆଜ୍ଞା ମାଗିଲେ । କିନ୍ତୁ ରାଜା ତାଙ୍କୁ କହିଲେ ଆପଣ ଆମ ବଗିଚାରେ ସବୁଦିନ ପାଇଁ ରହିପାରନ୍ତି ।

ମୁଁ ଆପଣଙ୍କ ଖାଇବା ପିନ୍ଧିବା ରହିବା ଆଦିର ଆୟୋଜନ କରି ଦେଇ ପାରିବି । ସନ୍ନ୍ୟାସୀ ଜଣଙ୍କ ରାଜାଙ୍କ ପ୍ରସ୍ତାବକୁ ସ୍ବୀକାର କଲେ ଓ ତାଙ୍କ ପାଇଁ ବଗିଚାରେ ଏକ କୁଟୀର ନିର୍ମାଣ କରାଗଲା । ସନ୍ୟାସୀ ଅନେକ ବର୍ଷ ଧରି ସେଠାରେ ରହିଲେ ଓ ରାଜା ମଧ୍ୟ ସନ୍ନ୍ୟାସୀଙ୍କର ଖୁବ୍ ସେବା କଲେ । କିଛି ବର୍ଷ ପରେ ଗୋଟେ ଦିନ ରାଜା ଓ ରାଣୀ ମିଶି ପଡୋଶୀ ରାଜ୍ୟକୁ ଗଲେ ଓ ଜଣେ ସେବକଙ୍କୁ ସନ୍ନ୍ୟାସୀଙ୍କ ସେବା କରିବା ପାଇଁ କହିଗଲେ । କିନ୍ତୁ ସେବକ ଟି ଅସୁସ୍ଥ ହୋଇ ଯିବାରୁ ଆଉ ଆସି ପାରିଲା ନାହିଁ ।

ଏବେ ସନ୍ୟାସୀ ଙ୍କୁ ଭୋଜନ ଦେବାକୁ ଓ ତାଙ୍କ ଦେଖାଶୁଣା କରିବାକୁ କେହି ମଧ୍ୟ ନ ଥିଲେ । କିଛି ଦିନ ପରେ ରାଜା ଯେବେ ଫେରି ଆସିଲେ, ସନ୍ୟାସୀ ଜଣଙ୍କ ରାଜାଙ୍କୁ କ୍ରୋଧିତ ହୋଇ କହିଲେ, “ଯଦି ତୁମେ ମୋର ଦାୟିତ୍ଵ ବହନ କରି ପାରୁନାହଁ ତେବେ କଣ ପାଇଁ କଥା ଦେଲ?” ରାଜା, ସନ୍ୟାସୀ ଙ୍କୁ କ୍ଷମା ମାଗିଲେ ତଥାପି ସନ୍ୟାସୀ ତାଙ୍କୁ ବହୁତ କଥା ଶୁଣାଇଲେ । କିନ୍ତୁ କିଛି ସମୟପରେ ମାହୋଲ ଶାନ୍ତ ହେଲା । ରାଣୀ ମଧ୍ୟ ଏହିସବୁ ଦେଖି ଚୁପ୍ ରହିଲେ ।

କିଛି ଦିନ ପରେ ରାଜା ଙ୍କୁ ଆଉ ଥରେ ବାହାରକୁ ଯିବାକୁ ପଡିଲା । ଏଥର ସେ ଫେରିବା ପର୍ଯ୍ୟନ୍ତ ସନ୍ୟାସୀ ଙ୍କ ର ସମ୍ପୂର୍ଣ୍ଣ ଧ୍ୟାନ ରଖିବା ପାଇଁ ରାଣୀ ଙ୍କୁ କହିଗଲେ । ରାଣୀ ପ୍ରତିଦିନ ଭୋଜନ ପ୍ରସ୍ତୁତ କରି ସନ୍ନ୍ୟାସୀଙ୍କ ପାଇଁ ପଠାଇ ଦେଉଥିଲେ । କିନ୍ତୁ ଗୋଟେ ଦିନ ରାଣୀ ସ୍ନାନ କରିବାକୁ ଗଲେ ଓ ସନ୍ନ୍ୟାସୀ ଙ୍କୁ ଭୋଜନ ଦେବାକୁ ଭୁଲିଗଲେ । ସନ୍ୟାସୀ ଟି ବହୁତ ଅପେକ୍ଷା କଲେ ।

କିନ୍ତୁ ଭୋଜନ ନ ଆସିବାରୁ ସେ ମହଲ କୁ ଯାଇ ଦେଖିବା ପାଇଁ ଚିନ୍ତା କଲେ । ସେଠାରେ ତାଙ୍କ ନଜର ରାଣୀଙ୍କ ଉପରେ ପଡ଼ିଲା । ସେ ରାଣୀଙ୍କ ଅଦ୍ଭୁତ ସୁନ୍ଦରତା ଦେଖି ମୋହିତ ହୋଇଗଲେ ଓ ଏହା ତାଙ୍କ ମନରୁ ରାଣୀ ଙ୍କ ସୁନ୍ଦରତା ବାହାରିଲା ନାହିଁ । ସେ ଖାଇବା ପିଇବା ଛାଡି ନିଜ କୁଟୀରରେ ପଡି ରହିଲେ । ତା’ପରେ ସେ କିଛି ଦିନ ଯାଏ କିଛି ମଧ୍ୟ ଭୋଜନ ନ କରି ବହୁତ ଦୁର୍ବଳ ହୋଇଗଲେ ।

କିଛି ଦିନ ପରେ ରାଜା ଫେରି ଦେଖିଲେ ସନ୍ନ୍ୟାସୀ ବହୁତ ଦୁର୍ବଳ ହୋଇଯାଇଛନ୍ତି । ରାଜା ବିଚଳିତ ହୋଇ ତାଙ୍କୁ ପଚାରିଲେ, “କଣ ମୋ ଦ୍ୱାରା ଆଉ ଥରେ କିଛି ଭୁଲ ହୋଇ ଯାଇଛି କି?” ସନ୍ୟାସୀ ଉତ୍ତର ଦେଲେ, “ମୁଁ ଆପଣଙ୍କ ରାଣୀଙ୍କ ଅଦ୍ଭୁତ ସୌନ୍ଦର୍ଯ୍ୟର ମୋହରେ ପଡି ଯାଇଛି । ମୁଁ ରାଣୀଙ୍କ ବିନା ବଞ୍ଚି ପାରିବି ନାହିଁ । ” ରାଜା କହିଲେ ମୋ ସହ ମହଲକୁ ଆସନ୍ତୁ । ମୁଁ ଆପଣଙ୍କୁ ରାଣୀ ଦେଇଦେବି ।ସନ୍ୟାସୀ ରାଜାଙ୍କ ସହ ମହଲକୁ ଗଲେ । ରାଣୀ ନିଜର ସବୁଠୁ ସୁନ୍ଦର ପୋଷାକ ଓ ଗହଣା ପିନ୍ଧିଥିଲେ । ରାଜା ତାଙ୍କ ପାଖକୁ ଯାଇ କହିଲେ, ତୁମକୁ ସନ୍ନ୍ୟାସୀଙ୍କର ସେବା କରିବା ଉଚିତ୍ ।

ସେ ବହୁତ ଦୁର୍ବଳ ହୋଇଯାଇଛନ୍ତି । ମୁଁ ଚାହେଁ ନାହିଁ ଜଣେ ଜ୍ଞାନୀ ପୁରୁଷଙ୍କ ହତ୍ୟା ର ପାପ ମୋତେ ଲାଗୁ ବୋଲି । ଆଉ ରାଣୀଙ୍କୁ ପଚାରିଲେ, ତୁମେ କ’ଣ ଏହି ପାପ ବୋଝ ନିଜ ଉପରେ ନେବାକୁ ଚାହୁଁଛ? କାରଣ ସନ୍ୟାସୀ ତୁମ ସୁନ୍ଦରତା ର ମୋହରେ ପଡି ଯାଇଛନ୍ତି । ରାଣୀ ଉତ୍ତର ଦେଲେ, “ମୁଁ ବୁଝିଗଲି କଣ କରିବାକୁ ହେବ । ”

ଏହାପରେ ରାଜା, ରାଣୀ ଙ୍କୁ ସନ୍ୟାସୀ ଙ୍କୁ ସମର୍ପଣ କରିଦେଲେ । ଯେତେବେଳେ ସନ୍ୟାସୀ ରାଣୀଙ୍କୁ ନେଇ କୁଟିରକୁ ଗଲେ, ରାଣୀ କହିଲେ ତାଙ୍କୁ ରହିବା ପାଇଁ ଘର ଦରକାର । ତୁରନ୍ତ ସନ୍ୟାସୀ ରାଜାଙ୍କ ପାଖକୁ ଗଲେ ଓ କହିଲେ ଆମକୁ ରହିବା ପାଇଁ ଘର ଦରକାର । ରାଜା ତାଙ୍କୁ ଏକ ଘର ଯୋଗାଇ ଦେଲେ । ସନ୍ୟାସୀ, ରାଣୀ ଙ୍କୁ ନେଇ ଯେତେବେଳେ ଘରକୁ ଗଲେ, ରାଣୀ କହିଲେ ଏ ଘର ବହୁତ ଅପରିଷ୍କାର ଅଛି । ସେଇଠୁ ସନ୍ୟାସୀ ଆଉ ଥରେ ରାଜାଙ୍କୁ ଯାଇ ସେ କଥା ଜଣାଇଲେ । ରାଜାଙ୍କ ହୁକୁମରେ ଘର ପରିଷ୍କାର ହୋଇଗଲା ।

 

ତା’ପରେ ରାଣୀ ସ୍ନାନ କରି ପରିଷ୍କାର ହୋଇ ଖଟ ଉପରେ ବସିଗଲେ ଓ ସନ୍ୟାସୀ ମଧ୍ୟ ରାଣୀ ଙ୍କ ପାଖକୁ ଆସିଗଲେ । ସେତେବେଳେ ରାଣୀ, ସନ୍ୟାସୀ ଙ୍କୁ କହିଲେ, ଆପଣ କଣ ଜାଣି ପାରୁ ନାହାଁନ୍ତି କି ଆପଣ କଣ ଥିଲେ ଓ କଣ ହୋଇଗଲେ? ଆପଣ ଜଣେ ମହାନ ସନ୍ୟାସୀ ଥିଲେ ଯାହା ପାଇଁ ରାଜା ସ୍ଵୟଂ ସମସ୍ତ ଆବଶ୍ୟକତା ଯୋଗାଉ ଥିଲେ । କିନ୍ତୁ ଆଜି ଆପଣ ବାସନା ଯୋଗୁଁ ମୋର ଗୁଲାମ ହୋଇ ଯାଇଛନ୍ତି । ତା’ପରେ ସନ୍ୟାସୀ ବୁଝି ପାରିଲେ କି ସେ ତ ଜଣେ ସନ୍ୟାସୀ, ଯିଏ ନିଜ ସମସ୍ତ ସୁଖକୁ ତ୍ୟାଗ କରି ଶାନ୍ତି ର ସନ୍ଧାନ ରେ ଜଙ୍ଗଲକୁ ଚାଲି ଯାଇଥିଲେ ।

ତାପରେ ସେ ବଡ଼ ପାଟିରେ ରାଣୀ ଙ୍କୁ କ୍ଷମା ମାଗିବାକୁ ଲାଗିଲେ । ରାଣୀ ତାଙ୍କୁ କହିଲେ ଯେବେ ଆପଣ ଭୋଜନ ନ ମିଳିବାରୁ ରାଜାଙ୍କ ଉପରେ କ୍ରୋଧିତ ହୋଇଥିଲେ, ମୁଁ ସେବେ ଠୁ ହିଁ ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲି । ସନ୍ୟାସୀ ଉତ୍ତର ଦେଲେ ଯେବେ ମୁଁ ଜଙ୍ଗଲରେ ଥିଲି ମୋତେ ତ ସମୟରେ ଖାଇବାକୁ ବି ମିଳୁ ନ ଥିଲା । କିନ୍ତୁ ମହଲକୁ ଆସିବା ପରେ ମୋତେ ବହୁତ ସୁବିଧା ମିଳିଲା ଓ ମୁଁ ଏହିସବୁ ର ମୋହ ରେ ବାନ୍ଧି ହେଲି । ସେଥିପାଇଁ ଏହି ସବୁ ନ ମିଳିବାରୁ କ୍ରୋଧ ଉତ୍ପନ ହେଲା । ସନ୍ୟାସୀ ଜଣଙ୍କ କହିଲେ ଇଚ୍ଛା ପୂର୍ଣ୍ଣ ନ ହେଲେ କ୍ରୋଧ ଉତ୍ପନ ହୁଏ ଓ ଇଚ୍ଛା ପୂର୍ଣ୍ଣ ହୋଇଗଲେ ଲୋଭ ବଢ଼ିଥାଏ ।

ଆଉ ଏହି ଇଚ୍ଛା ର ବୃଦ୍ଧି ମୋତେ ବାସନା ପର୍ଯ୍ୟନ୍ତ ନେଇ ଆସିଲା ଓ ମୁଁ ଆପଣଙ୍କ ପ୍ରତି ଆକର୍ଷିତ ହେଲି । ସେଇଠୁ ସନ୍ୟାସୀ ଜଣଙ୍କ ବୁଝି ପାରିଲେ କି ତାଙ୍କୁ ଜଙ୍ଗଲକୁ ଫେରିଯିବା ଉଚିତ୍ । ଆଉ ସେ ସେପରି କଲେ ।ଶ୍ରୀମଦ୍ ଭାଗବତ ଗୀତା ର ୧୬ ଅଧ୍ୟାୟ ଓ ୨୧ ପର୍ବରେ ଭଗବାନ ଶ୍ରୀକୃଷ୍ଣ ନରକର ୩ ଟି ଦ୍ୱାର ବିଷୟରେ କହିଛନ୍ତି । ସେହି ୩ ଟି ଦ୍ଵାର ହେଲା କାମ, କ୍ରୋଧ ଓ ଲୋଭ । ଭାବି ଦେଖନ୍ତୁ, ଦୁନିଆରେ ଯେତେ ବି ଅପରାଧ ହୁଏ ଏହି ୩ ଟି କାରଣ ରୁ ହିଁ ହୁଏ ଓ ଆମକୁ ଯଥାସମ୍ଭବ ଏଗୁଡ଼ିକ ରୁ ବଞ୍ଚିକି ରହିବା ଉଚିତ୍ । ଯଦି ଜଣେ ସନ୍ୟାସୀ ଏହି ସବୁ ରେ ଫସି ପାରନ୍ତି ତେବେ ଆମେ ତ ସାଧାରଣ ମନୁଷ୍ୟ ମାତ୍ର ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।