ଭଗବାନ ଶିବଙ୍କ ତ୍ରିନେତ୍ରର କଣ ଅଟେ ରହସ୍ୟ, ଜାଣନ୍ତୁ ଏହା ସହ ଜଡିତ ରାଜ

ଏହି ସଂସାରରେ ଅଧିକାଂଶ ଲୋକ ଭଗବାନ ଶିବଙ୍କୁ ପୂଜା କରନ୍ତି ଓ ଅଧିକାଂଶ ଲୋକ ଭଗବାନ ଶିବଙ୍କ ଭକ୍ତ ଅଟନ୍ତି । ଭଗବାନ ଶିବ ତାଙ୍କ ଭକ୍ତ ମାନଙ୍କର ଡାକକୁ ବହୁତ ଶୀଘ୍ର ଶୁଣି ଥାଆନ୍ତି । ଭଗବାନ ଶିବଙ୍କର ବହୁତ ନାମ ମଧ୍ୟରୁ ତ୍ରିନେତ୍ର ହେଉଛି ଅନ୍ୟତମ । ଆପଣମାନେ ମଧ୍ୟ ଭଗବାନ ଶିବଙ୍କ ମସ୍ତିସ୍କରେ ଥିବା ଆଖି ଦେଖିଥିବେ ଯାହାକୁ ତ୍ରିନେତ୍ର ବୋଲି କୁହାଯାଏ । ହେଲେ କଣ ଆପଣମାନେ ସେହି ତ୍ରିନେତ୍ରର ରହସ୍ୟ ବିଷୟରେ ଜାଣିଛନ୍ତି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଶିବଙ୍କର ଏହି ତ୍ରିନେତ୍ରର ପ୍ରକୃତ ରହସ୍ୟ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ ବିଷୟରେ ।


ଶିବ ପୂରାଣ ଅନୁସାରେ ଯେବେ ମାତା ସତୀ ନିଜ ପିତା ଘରେ ହେଉଥିବା ଯଜ୍ଞ କୁଣ୍ଡରେ ଝାସ ଦେଇଥିଲେ ସେହି ସମୟରେ ଭଗବାନ ଶିବ ଅତ୍ୟଧିକ କ୍ରୋଧିତ ହୋଇଯାଇଥିଲେ, ଯାହାଫଳରେ କ୍ରୋଧରେ ସେ ତାଙ୍କର ତ୍ରିନେତ୍ର ଖୋଲି ଦେଇଥିଲେ । ସେହି ସମୟରେ ପୁରା ବ୍ରହ୍ମାଣ୍ଡ ସଙ୍କଟରେ ଆସିଯାଇଥିଲା । ଏହା ଛଡା ପ୍ରେମର ଦେବତା କାମଦେବ ଭଗବାନ ଶିବଙ୍କ ତପସ୍ୟାକୁ ଭଙ୍ଗ କରିଥିଲେ । ଯାହାଫଳରେ କାମଦେବଙ୍କୁ ନିଜ ପ୍ରାଣ ହରାଇବାକୁ ପଡିଥିଲା ।

ଭଗବାନ ଶିବ ସବୁବେଳେ କୈଳାସ ପର୍ବତ ଉପରେ ତପସ୍ୟା କରନ୍ତି । ତପସ୍ୟା ଦ୍ଵାରା ଆନ୍ତରିକ ଶକ୍ତିକୁ ଜାଗ୍ରତ କରାଯାଇପାରେ । ସେହି ତପସ୍ୟା ଦ୍ଵାରା ହିଁ ଭଗବାନ ଶିବ ତାଙ୍କର ତ୍ରିନେତ୍ରକୁ ଜାଗ୍ରତ କରିଥିଲେ । ସେଥିପାଇଁ ତାଙ୍କୁ ତ୍ରିକାଳଦର୍ଶୀ ବୋଲି ମଧ୍ୟ କୁହାଯାଇଥାଏ । ଯଦି ଆମେ ବିଜ୍ଞାନ ଓ ଯୋଗ ମାଧ୍ୟମରେ ତ୍ରିନେତ୍ରର ରହସ୍ୟ ବିଷୟରେ ଜାଣିବା, ତେବେ ଯେଉଁଠି ଭଗବାନ ଶିବଙ୍କର ତୃତୀୟ ନୟନ ସ୍ଥିତ ଅଛି, ସେହି ସ୍ଥାନକୁ ପିନିୟଲ ଗ୍ଲାଣ୍ଡ କୁହାଯାଇଥାଏ ।

ଏହା ମଣିଷକୁ ଶୋଇବା ଓ ଉଠିବାରେ ସହାୟତା କରିଥାଏ । ଯଦି କୌଣସି ମଣିଷ ଏହି ତ୍ରିନେତ୍ରକୁ ଜାଗ୍ରତ କରିପାରିବ, ତେବେ ସେ ଆଖି ବନ୍ଦ କରି ମଧ୍ୟ ସାରା ଦୁନିଆକୁ ଦେଖିପାରିବ । ତେବେ ଏହା ଥିଲା ଶିବଙ୍କ ତ୍ରିନେତ୍ରର ପ୍ରକୃତ ରହସ୍ୟ ।