ଭଗବାନ ବ୍ରହ୍ମାଙ୍କୁ କାହିଁକି ପୂଜା କରାଯାଇ ନଥାଏ, ଜାଣି ନ ଥିବେ ଏହି କାହାଣୀ

ହିନ୍ଦୁ ଧର୍ମରେ ୩୬ କୋଟି ଦେବାଦେବୀ ଅଛନ୍ତି । ଏହା ସହିତ ଏହି ସମସ୍ତ ଦେବୀ ଦେବତାଙ୍କୁ କୌଣସି ନା କୌଣସି ରୂପରେ ପୂଜା ବି କରାଯାଇଥାଏ । ଏମାନଙ୍କ ମଧ୍ୟରେ ସବୁଠୁ ମୁଖ୍ୟ ଦେବତା ତ୍ରିମୂର୍ତ୍ତି ମାନେ ବ୍ରହ୍ମା, ବିଷ୍ଣୁ, ମହେଶ ଅଟନ୍ତି । ବ୍ରହ୍ମା ଯିଏକି ଆମ ସୃଷ୍ଟିର ରଚୟିତା ଅଟନ୍ତି, ବିଷ୍ଣୁ ଆମ ସୃଷ୍ଟିର ପାଳନକର୍ତ୍ତା ଅଟନ୍ତି ଓ ଶିବଙ୍କୁ ସଂହାରକର୍ତ୍ତା କୁହାଯାଏ । ଏହା ମଧ୍ୟରେ ପୃଥିବୀ ପୃଷ୍ଟରେ ବିଷ୍ଣୁ ଓ ଶିବଙ୍କୁ ବିଭନ୍ନ ରୂପରେ ପୂଜା କରାଯାଏ । କିନ୍ତୁ ସୃଷ୍ଟିର ନିର୍ମାଣ କରିଥିବା ଭଗବାନ ବ୍ରହ୍ମାଙ୍କୁ ପୁରା ସଂସାରରେ କେଉଁଠି ବି ପୂଜା କରାଯାଇ ନ ଥାଏ । ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ କଣ ଅଟେ ।

କେବଳ ପୁଷ୍କରରେ ଅଛି ବ୍ରହ୍ମାଙ୍କ ମନ୍ଦିର

ବ୍ରହ୍ମା କେବଳ ସୃଷ୍ଟିର ରଚୟିତା ନୁହଁନ୍ତି ଏହା ଛଡା ତାଙ୍କୁ ବେଦ ଗୁଡିକର ବି ଦେବତା କୁହାଯାଏ । ଯେଉଁ ଚାରୋଟି ବେଦଙ୍କ ବିଷୟରେ ଆଜି ଆମେ ଜାଣିଛୁ ତାହା ବ୍ରହ୍ମାଙ୍କ ଦ୍ଵାରା ଦିଆ ଯାଇଛି । ଏହା ଛଡା ବ୍ରହ୍ମାଙ୍କ ଶାରୀରିକ ସଂରଚନା ବି ସବୁଠୁ ଅଲଗା ଅଟେ । ତାଙ୍କର ଚାରୋଟି ହାତ ଓ ଚାରୋଟି ଗୋଡ ବି ଅଛି । ବ୍ରହ୍ମା ସୃଷ୍ଟିକୁ ସବୁକିଛି ଦେଇଛନ୍ତି କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କର ପୂଜା କରିବା ନିଷେଧ ଅଟେ । କହିବାକୁ ଗଲେ ପୁରା ସଂସାରରେ କେବଳ ପୁଷ୍କରରେ ବ୍ରହ୍ମାଙ୍କ ମନ୍ଦିର ଅଛି । ତାଙ୍କର ପୂଜା ନ କରିବା ପଛରେ ତାଙ୍କୁ ମିଳିଥିବା ତାଙ୍କର ଏକ ଅଭିଶାପ ଅଟେ ।

କହିବାକୁ ଗଲେ ଥରେ ବ୍ରହ୍ମା ସଂସାରର କଲ୍ୟାଣ ପାଇଁ ଯଜ୍ଞ କରିବାକୁ ମନ କଲେ । ତାଙ୍କୁ ଯଜ୍ଞ ପାଇଁ ଏକ ଭଲ ଜାଗା ଦରକାର ଥିଲା । ଏହା ପରେ ସେ ନିଜର ବାହୁରୁ ବାହାରିଥିବା କମଳକୁ ପୃଥିବୀକୁ ପଠାଇଲେ ଯିଏ ଏକ ଭଲ ଜାଗା ବାଛି ପାରିବ । କୁହନ୍ତି କି ଯେଉଁ ସ୍ଥାନରେ କମଳ ପଡିଥିଲା ସେହିଠାରେ ହିଁ ବ୍ରହ୍ମାଙ୍କ ମନ୍ଦିର ତିଆରି କରାଯାଇଥିଲା । କହିବାକୁ ଗଲେ ରାଜସ୍ଥାନର ପୁଷ୍କର ସେହି ଜାଗା ଅଟେ । ଏହି ଫୁଲର ଅଂଶ ପଡିବା ଦ୍ଵାରା ଏକ ପୋଖରି ତିଆରି ହୋଇଥିଲା ।

ପହଞ୍ଚିଲେ ନାହିଁ ସାବିତ୍ରୀ

ଏହା ପରେ ବ୍ରହ୍ମାଙ୍କୁ ସେଠି କେବଳ ଯଜ୍ଞ କରିବାର ଥିଲା, କିନ୍ତୁ ତାଙ୍କର ପତ୍ନୀ ସାବିତ୍ରୀ ସେଠି ପହଞ୍ଚି ନ ଥିଲେ । ନିୟମ ଅନୁସାରେ ଏକ ବିବାହିତ ପୁରୁଷ ପତ୍ନୀ ବିନା କୌଣସି ବି ପ୍ରକାରର ପୂଜା ପାଠ କିମ୍ବା ଯଜ୍ଞ କରି ପାରିବ ନାହିଁ । ଏମିତିରେ ପୂଜାର ସମୟ ବିତିବାକୁ ଲାଗିଲା । ସବୁ ଦେବୀ ଦେବତାମାନେ ବି ଯଜ୍ଞ ସ୍ଥାନରେ ପହଞ୍ଚି ଯାଇଥିଲେ, କିନ୍ତୁ ସାବିତ୍ରୀ ତଥାପି ଆସିଲେ ନାହିଁ । ଆଉ ଅଳ୍ପ ସମୟ ବାକି ଥିଲା ତେଣୁ ବ୍ରହ୍ମା ନନ୍ଦିନୀ ଗାଈର ମୁଖରୁ ଗାୟତ୍ରୀକୁ ପ୍ରକଟ କରି ପ୍ରଥମେ ତାଙ୍କ ସହିତ ବିବାହ କରିଲେ ଓ ଏହା ପରେ ଯଜ୍ଞ ପୁରା କରିଲେ ।

ବ୍ରହ୍ମାଙ୍କୁ ଦେଲେ ଅଭିଶାପ

ଏହା ପରେ ଯେଉଁଠି ଯଜ୍ଞ ହେଉଥିଲା ସାବିତ୍ରୀ ସେହିଠାରେ ପହଞ୍ଚି ଗଲେ ଓ ଦେଖିଲେ କି ତାଙ୍କ ସ୍ଥାନରେ ତାଙ୍କ ସ୍ଵାମୀଙ୍କ ସହିତ ଅନ୍ୟ ଏକ ସ୍ତ୍ରୀ ବସିଛି । ସାବିତ୍ରୀ ଏହା ଦେଖି ବହୁତ କ୍ରୋଧିତ ହୋଇଗଲେ ଓ ବ୍ରହ୍ମାଙ୍କୁ ଅଭିଶାପ ଦେଲେ କି ଆଜି ଠାରୁ ପୃଥିବୀ ପୃଷ୍ଟରେ ଆପଣଙ୍କର କେଉଁଠି ବି ପୂଜା ହେବ ନାହିଁ । ଏହା ପରେ ସମସ୍ତେ ତାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଲେ ଓ ସମସ୍ତେ ସାବିତ୍ରୀଙ୍କୁ ତାଙ୍କର ଅଭିଶାପକୁ ଫେରାଇ ନେବାକୁ କହିଲେ ।

ସାବିତ୍ରୀ କହିଲେ କି ମୁହଁରୁ ବାହାରିଥିବା ଶବ୍ଦକୁ ବଦଳାଇ ହେବ ନାହିଁ । କେବଳ ପୁଷ୍କରରେ ହିଁ ବ୍ରହ୍ମାଙ୍କ ପୂଜା ହେବ ଓ ଏହା ଛଡା ଅନ୍ୟ କେଉଁଠି ବି ତାଙ୍କର ପୂଜା କରିବା ନିଷେଧ ଅଟେ । ଏହା ପରେ ବ୍ରହ୍ମା ପୁଷ୍କରରେ ୧୦ ହଜାର ବର୍ଷ ପର୍ଯ୍ୟନ୍ତ ରହିଲେ । ଏତେ ବର୍ଷ ମଧ୍ୟରେ ସେ ସୃଷ୍ଟିର ରଚନା କରିଲେ ।

ଅନ୍ୟ ପଟେ ମାତା ସାବିତ୍ରୀ ପୁଷ୍କରର ପାହାଡ ମଧ୍ୟରେ ତପସ୍ୟା କରିବାକୁ ଲାଗିଲେ ଓ ସେଠି ତାଙ୍କର ଏକ ମନ୍ଦିର ବି ଅଛି । ମାନ୍ୟତା ଅଛି କି ମାତା ସାବିତ୍ରୀଙ୍କ ଏହି ମନ୍ଦିରରେ ପୂଜା କରିବା ଦ୍ଵାରା ସ୍ଵାମୀର ଆୟୁଷ ବହୁତ ଲମ୍ବା ହୋଇଥାଏ ଓ ସବୁ ଭକ୍ତଙ୍କର ମନୋକାମନା ପୂର୍ଣ୍ଣ ବି ହୋଇଥାଏ ।