ଏହି ଦୁନିଆରେ ସବୁଠୁ ଆଶ୍ଚର୍ଯ୍ୟ କଲାଭଳି ପ୍ରଶ୍ନ ହେଉଛି ସ୍ତ୍ରୀ ଏବଂ ଏହା କୁହାଯାଏ କି ଏହାକୁ ବୁଝାଇବା ଏବଂ ସମାଧାନ କରିବା ବହୁତ କଠିନ ଅଟେ । ତେବ ଆପଣଙ୍କୁ କହିଦେଉଛୁ ଯେ ଯେତେବେଳେ ସ୍ତ୍ରୀମାନଙ୍କର ରଚନା କରାଯାଉଥିଲା ସେତେବେଳେ ଏଥିରେ ଏତେ ସମୟ ଲାଗିଥିଲା କି “ଦେବଦୂତ ମାନେ ବି ଭଗବାନଙ୍କୁ” ପ୍ରଶ୍ନ ପଚାରିଥିଲେ କି ଆପଣଙ୍କୁ ସୃଷ୍ଟିର ଏହି ରଚନାରେ ଏତେ ସମୟ କାହିଁକି ଲାଗୁଛି ?
ଯେତେବେଳ ଭଗବାନ ସ୍ତ୍ରୀମାନଙ୍କୁ ବନାଉଥିଲେ ଏହି ପ୍ରକ୍ରିୟାରେ ୬ ଦିନ ସମୟ ଲାଗିଥିଲା ତଥାପି ଏହା ଅଧା ଥିଲା । ଆପଣ ଏହି ପ୍ରଶ୍ନକୁ ପଢନ୍ତୁ ଏବଂ ଜାଣନ୍ତୁ ଶେଷରେ ଭଗବାନ ଦେବଦୂତଙ୍କର ପ୍ରଶ୍ନର କଣ ଅଦ୍ଭୁତ ଉତ୍ତର ଦେଲେ ।
ଗୁଣରେ ଭରପୁର –
ସବୁଠୁ ପ୍ରଥମେ ଦେବଦୂତମାନେ ପଚାରିଲେ କି ଭଗବାନ ଆପଣ ଏହି ରଚନାରେ ଏତେ ସମୟ କାହିଁକି ଲାଗୁଛି ? ଭଗବାନ ଏହାର ଉତ୍ତର ଦେଲେ କି କଣ ତୁମେ ଏହାର ଗୁଣ ଦେଖିଛ ! ଏହା ମୋର ସେହି ରଚନା ଅଟେ ଯେଉଁମାନେ ସବୁ ପରିସ୍ଥିତିରେ ଛିଡା ହୋଇଥାନ୍ତି ଏବଂ ନିଜକୁ ସମ୍ଭାଳିଥାନ୍ତି । ଏମାନେ ନିଜର ପରିବାର ଏବଂ ପିଲାମାନଙ୍କୁ ଗୋଟିଏ ପ୍ରକାରର ଭଲ ପାଆନ୍ତି ।
ସ୍ତ୍ରୀର ପ୍ରବଳତା –
ଦେବଦୂତ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କଣ ଏମାନେ ନିଜର ଏହି ଦୁଇ ହାତରେ ସବୁ କିଛି କରିପାରିବେ ? ଭଗବାନ କହିଲ ହଁ ! ସେଥିପାଇଁ ତ ଏମାନେ ମୋର ସବୁଠୁ ଅଦ୍ଭୁତ ରଚନା ଅଟନ୍ତି । ତେବେ ଏହା ଶୁଣି ଦେବଦୂତମାନେ ଭଗବାନଙ୍କର ରଚନାକୁ ଯେତେବେଳେ ହାତ ଲଗାଇଲେ ସେତେବେଳ ସେମାନେ କହିଲେ କି ପ୍ରଭୁ ଏହା ବହୁତ କମଜୋର ଅଟେ । ଭଗବାନ ହସି କରି କହିଲେ କି ଯାହା ବାହାରୁ କମଜୋର ଲାଗୁଛି ତାହା ଭିତରୁ ସେତେ ହିଁ ମଜବୁତ ଅଟେ । ଅର୍ଥାତ ଏହା କୋମଳ ଅଟେ କିନ୍ତୁ କମଜୋର ନୁହେଁ ।
ଭାବିବାର କ୍ଷମତା –
ଦେବଦୂତ ଏହି ରଚନାକୁ ନେଇ ବହୁତ ଉତ୍ସାହିତ ହୋଇ ପଚାରିଲେ କି ପ୍ରଭୁ କଣ ଏମାନେ ଭାବି ବି ପାରିବେ ? ପ୍ରଭୁ କହିଲେ କେବଳ ଭାବିବେ ନାହିଁ ସବୁ ସମସ୍ୟାର ସମ୍ମୁଖୀନ କରିବା ପାଇଁ କ୍ଷମତା ମଧ୍ୟ ରଖିଥାନ୍ତି ।
ଆଖି ଲୁହର ଯନ୍ତ୍ରଣା –
ଦେବଦୂତମାନେ ଯେତେବେଳେ ପାଖକୁ ଯାଇ ସ୍ତ୍ରୀର ଗାଲକୁ ହାତ ଲଗାଇଲେ ସେତେବେଳେ ତାଙ୍କୁ କିଛି ପାଣି ଭଳି ପ୍ରତୀତ ହେଲା ଏବଂ ସେମାନେ ପଚାରିଲେ କି “ହେ ଭଗବାନ” ଏହାର ଗାଲରେ ପାଣି ଭଳି କଣ ଜିନିଷ ଅଟେ ? ଭଗବାନ କହିଲେ ଏହା ଆଖିର ଲୁହ ଅଟେ ! ଦେବଦୂତମାନେ ପଚାରିଲେ ଏହା କାହିଁକି ?
ଭଗବାନ କହିଲେ କି ଯେତେବେଳେ ଏମାନେ କମଜୋର ପଡିଯିବେ ଏମାନେ ନିଜର ସବୁ ପୀଡାକୁ ଲୁହ ରୂପରେ ବାହାରକୁ ବାହାର କରିଦେବେ ଏବଂ ପୁଣି ଥରେ ମଜବୁତ ହୋଇଯିବେ ! ଅର୍ଥାତ ନିଜର ଦୁଖକୁ ଭୁଲିବାର ଏମାନଙ୍କ ପାଖରେ ଏହା ସବୁଠୁ ଭଲ ଉପାୟ ଅଟେ । ଦେବେଦୁତ ମାନେ ଏହା ଶୁଣି କହିଲେ କି ଭଗବାନ ଆପଣ ତ ମହାନ ଅଟନ୍ତି ! ଏହି ରଚନାକୁ ଆପଣ ସବୁ କିଛି ଭାବିଚିନ୍ତି ବନାଇଛନ୍ତି ।
ଭଗବାନ କହିଲେ କି ଏହି ସ୍ତ୍ରୀ ରୂପୀ ରଚନା ସବୁବେଳ ନିଜ ପରିବାରର ସାହସ ବନିବେ ଏବଂ ସବୁ ପରିସ୍ଥିତିରେ ନିରାପକ୍ଷ ରହି ସମାଧାନ କରିବେ ! କିନ୍ତୁ ଭଗବାନ ଆଗକୁ କହିଲେ କି ଏମାନେ ନିଜର ମହତ୍ଵ ଭୁଲି ଯାଆନ୍ତି କି ଏମାନେ ବହୁତ ଖାସ ଅଟନ୍ତି ଏବଂ ଏମାନଙ୍କ ମଧ୍ୟରେ କଣ କଣ ଗୁଣ ଅଛି !
ଭଗବାନଙ୍କ ଦ୍ଵାରା ତିଆରି ଏହି ରଚନାର କଥାକୁ ପଢିବା ପରେ ଆପଣ ମାନେ ବି ବୁଝି ଯାଇଥିବେ କି ଶେଷରେ ଗୋଟିଏ ସ୍ତ୍ରୀରେ ଏତେ ରୂପ କାହିଁକି ମିଳିଥାଏ । ସେଥିପାଇଁ ଆପଣ ବି ଭଗବାନ ବନେଇଥିବା ଏହି ରଚନାକୁ ଚିହ୍ନନ୍ତୁ ଓ ଏହାର ସମ୍ମାନ କରନ୍ତୁ।