Vastu Tips- ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଖରାପ ସମୟ ଆସିବା ପୂର୍ବରୁ ମଣିଷକୁ ମିଳିଥାଏ ଏହି ୯ଟି ସଂକେତ, ସମୟ ଥାଇ ହେଇଯାନ୍ତୁ ସାବଧାନ !

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମନୁଷ୍ୟକୁ ତାର କର୍ମ ଆଧାରରେ ଫଳ ନିଶ୍ଚିତ ମିଳିଥାଏ । ଯଦି ସେ ଖରାପ କର୍ମ କରେ ତେବେ ତାକୁ ଖରାପ ଫଳ ମିଳିବ ଆଉ ଯଦି ଭଲ କାର୍ଯ୍ୟ କରେ ତେବେ ଭଲ କର୍ମଫଳ ମିଳିବ ଏବଂ ତା’ର କାର୍ଯ୍ୟ ଅନୁସାରେ ତାର ଫଳ ମିଳିଥାଏ ।

ସମସ୍ତ ମନୁଷ୍ୟ ଜୀବନରେ ଭଲ ଏବଂ ଖରାପ ସମୟ ଆସିଥାଏ ଏବଂ ସେହି ମନୁଷ୍ୟକୁ ତାର ସାମ୍ନା ଅବଶ୍ୟ କରିବାକୁ ପଡ଼ିଥାଏ । ଭଲ ସମୟ ଆସିଲା ପରେ ଉତ୍ତ୍ୟକ୍ତ ହୋଇ ଲୋକଙ୍କ ସହିତ ଖରାପ ବ୍ୟବହାର କରିବା ଉଚିତ ନୁହେଁ ଏବଂ ଖରାପ ସମୟରେ ନିରାଶ ହୋଇ ଭଗବାନଙ୍କୁ ଗାଳି ଦେବା କଥା ନୁହେଁ । ଏହି ଦୁଇ ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖି ନିଜ ବୁଦ୍ଧି ବିବେକ ଲଗାଇବା ଦରକାର । ଯଦି କୌଣସି ବ୍ୟକ୍ତିର ଭଲ ସମୟ ଆସିବାକୁ ଯାଉଛି ତେବେ ଈଶ୍ୱର ସଂକେତ ଦେଇଥାନ୍ତି ଏବଂ ଖରାପ ସମୟ ଆସିବା ପୂର୍ବରୁ ମଧ୍ୟ ଈଶ୍ୱର ଆମକୁ ସଂକେତ ଦେଇଥାନ୍ତି ।

୧- ରାଗ‌ : ଯଦି କୌଣସି ବ୍ୟକ୍ତିର ଖରାପ ସମୟ ଆରମ୍ଭ ହେବାକୁ ଯାଉଛି ତେବେ ସେହି ବ୍ୟକ୍ତିର ଛୋଟ ଛୋଟ କଥାରେ ରାଗି ଯିବା ଆରମ୍ଭ ହୋଇଯିବ । ସେ ରାଗକୁ ନିୟନ୍ତ୍ରଣ କରିପାରେ ନାହିଁ । ତେବେ ସେହି ବ୍ୟକ୍ତିକୁ ସାବଧାନ ହେବା ଦରକାର । ॐ ନମ୍ଃ ଭଗବତେ ବାସୁଦେବାୟ । ଜପ କରନ୍ତୁ ।

୨- ନିଜ ପର ଭଳି ଲାଗିବେ : ଯେତେବେଳେ ଗୋଟିଏ ବ୍ୟକ୍ତିର ଖରାପ ସମୟ ଆସିବାକୁ ଥାଏ ସେତେବେଳେ ଭଗବାନ ତାର ବୁଦ୍ଧି ପୂର୍ବରୁ ନେଇ ଯାଆନ୍ତି । ତାପର ତାକୁ କେବଳ ଖରାପ ଦିଶେ । ସବୁବେଳେ ଖରାପ ଚିନ୍ତା ଆସିଥାଏ । ନିଜର ଲୋକଙ୍କୁ ଘୃଣା କରେ ଏବଂ ପର ଭଳି ଲାଗେ ତାକୁ । ସେଥିପାଇଁ ଏକାନ୍ତରେ ରେ ରହି ଭଗବାନଙ୍କୁ ଧ୍ୟାନ କରନ୍ତୁ ।

୩- ଶତ୍ରୁ ବନିବା : ମନୁଷ୍ୟୟ ଅକାରଣେ ଶତ୍ରୁ ବନିଥାନ୍ତି । ସମସ୍ତ ବିରୋଧୀ ହୋଇ ଯାଆନ୍ତି । ସେ କୈାଣସି କାର୍ଯ୍ୟ କରିଥାଏ । ସେ ବାରମ୍ବାର ଭୁଲ କରି ଲୋକଙ୍କ ଆଲୋଚନାର ଶିକାର ହୁଏ । ସେହି ସମୟରେ ମନ ଉପରେ ନିୟନ୍ତ୍ରଣ ରଖି କଥା ହୁଅନ୍ତୁ, ଭୁଲ ଥିଲେ କ୍ଷମା ମାଗନ୍ତୁ ଏବଂ ଭାବିଚିନ୍ତି କାମ କରନ୍ତୁ ।

୪- ପଶୁ ପକ୍ଷୀ ମରିବା : ରାସ୍ତାରେ ଯିବା ସମୟରେ ପକ୍ଷୀ ମରି ପଡନ୍ତି କିମ୍ବା ଯାନବାହାନ ଦୁର୍ଘଟଣାରେ ମରନ୍ତି, ଘରେ ପାଳିତ ପଶୁ ମରନ୍ତି ଏହା ଅଶୁଭ ସଂକେତ ହୋଇଥାଏ । ସେଥିପାଇଁ ଭଗବାନଙ୍କ ନାମ ଜପ କରନ୍ତୁ ।

୫- ସାପ : ସାପକୁ ଶୁଭ ମାନନ୍ତି କିନ୍ତୁ ଯଦି ବାରମ୍ବାର ରାସ୍ତାରେ ଆପଣଙ୍କୁ ସାପ ଦିଶେ ତେବେ ଏହା ଶୁଭ ସଂକେତ ହୋଇ ନଥାଏ । ଆପଣ ଯେଉଁ କାର୍ଯ୍ୟକୁ କରୁଛନ୍ତି କିମ୍ବା କରିବାକୁ ଯାଉଛନ୍ତି ତାକୁ କିଛି ସମୟ ପାଇଁ ସ୍ଥଗିତ ରଖନ୍ତୁ ।

୬- ଗଛ : ଗଛ,ଲତା ଅଚାନକ ଶୁଖି ଯିବା ଏହା ଅଶୁଭ ସଂକେତ ହୋଇଥାଏ ସେଥିପାଇଁ ସାବଧାନ ରହିବା ଦରକାର ।

୭- ବିଲେଇ : କୁହାଯାଏ ଯେ ଘରପାଖରେ ବିଲେଇ କାନ୍ଦିବା ଶବ୍ଦ ଆସିବା ମଧ୍ୟ ଅଶୁଭ ହୋଇଥାଏ ।

୮- ସିନ୍ଦୂର : ଘରେ ବିବାହିତ ମହିଳା ଙ୍କ ହାତରୁ ସିନ୍ଦୂର ଡବା ଖସି ପଡିବା ଅଶୁଭ ସଂକେତ ହୋଇଥାଏ ।

୯- ଦୁଗ୍ଧ : ଘରେ ଚୁଲିରୁ ଦୁଗ୍ଧ ଉତୁରିବା ଅଶୁଭ ସଂକେତ ବୋଲି ମାନନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ