ଭଗବାନ ବ୍ରହ୍ମା ନିଜ ଝିଅକୁ ହିଁ କାହିଁକି ବିବାହ କରିଥିଲେ ? Purana Shastra

ଭଗବାନ ବ୍ରହ୍ମା ନିଜ ଝିଅକୁ କାହିଁକି ବିବାହ କରିଥିଲେ ? ଭଗବାନ ବ୍ରହ୍ମା ହେଉଛନ୍ତି ସୃଷ୍ଟିର ରଚୟିତା । ସେ ଏହି ବିଶ୍ଵ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଛନ୍ତି । ତେବେ ଭଗବାନ ବ୍ରହ୍ମାଙ୍କ ନାମରେ ଏଭଳି ଏକ କଥା ସବୁବେଳେ କାହିଁକି ଉଠିଥାଏ ? ଯେ ଭଗବାନ ବ୍ରହ୍ମା ନିଜ ଝିଅ ସରସ୍ଵତୀଙ୍କୁ କାହିଁକି ବିବାହ କରିଥିଲେ ? ତେବେ ଏହି ପ୍ରସଙ୍ଗ ଉପରେ ଶାସ୍ତ୍ର ପୁରାଣରେ ଅନେକ କିଛି ମତ ଥିବାର ଦେଖାଯାଇଛି । ତେବେ କିଛି ପୁରାଣ ଓ ଗ୍ରନ୍ଥକୁ ଆଧାର କରି ଏହି କଥାବସ୍ତୁ ସମ୍ପର୍କରେ ଚାଲନ୍ତୁ ଏଠାରେ ଆଲୋଚନା କରିବା ।

ଭଗବାନ ବ୍ରହ୍ମା ଯେତେବେଳେ ବ୍ରହ୍ମାଣ୍ଡ ସୃଷ୍ଟିର ରଚନା କରୁଥିଲେ । ସେତେବେଳେ ଏହି ସୃଷ୍ଟି ଜାରୀ ରଖିବା ପାଇଁ ତାଙ୍କୁ ଜ୍ଞାନର ଆବଶ୍ୟକତା ଥିଲା । ଏହି କାରଣରୁ ସେ ନିଜ ମନରୁ ମାତା ସରସ୍ଵତୀଙ୍କୁ ସୃଷ୍ଟି କରିଥିଲେ । ମାତା ସରସ୍ଵତୀଙ୍କର କୌଣସି ମାତା ନଥିଲେ । କାରଣ ସେ ବ୍ରହ୍ମାଙ୍କ ମନରୁ ସୃଷ୍ଟି ହୋଇଥିଲେ । ସେଥିପାଇଁ ମାତା ସରସ୍ଵତୀଙ୍କୁ ବ୍ରହ୍ମାଙ୍କର ଝିଅ ବୋଲି ବିବେଚନା କରାଯାଇଥାଏ । ତେବେ ମାତା ସରସ୍ଵତୀ ଜ୍ଞାନର ଦେବୀ ଥିଲେ ।

ଏଥିସହ ଦେବୀ ସରସ୍ଵତୀ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର ଥିଲେ । ଯେଉଁ କାରଣରୁ ବ୍ରହ୍ମା ତାଙ୍କର ସୁନ୍ଦରତା ଦ୍ଵାରା ତାଙ୍କ ଉପରେ ଆକର୍ଷିତ ହୋଇ ତାଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ । ଯେଉଁ କାରଣରୁ ଦେବଲୋକରେ ଏହି କଥା ପାଇଁ ବ୍ରହ୍ମାଙ୍କୁ ବହୁତ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡିଥିଲା । ଏହି ସବୁ ସତ୍ବେ ମଧ୍ୟ ବ୍ରହ୍ମା ମାତା ସରସ୍ଵତୀଙ୍କୁ ବିବାହ କରିଥିଲେ । ତାପରେ ଉଭୟ ପୃଥିବୀର ଜଙ୍ଗଲରେ ଦୀର୍ଘ 100 ବର୍ଷ ପାଖାପାଖି ସେମାନେ ବାସ କରିଥିଲେ ।

ସେମାନେ ଜଙ୍ଗଲରେ ବାସ କରୁଥିବା ସମୟରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା । ଯାହାଙ୍କ ନାମ ଥିଲା ମନୁ । ପରେ ପରେ ମନୁଙ୍କ ସନ୍ତାନ ହିଁ ମାନବ ଜାତି ସମୃଦ୍ଧ ହେବାର କାରଣ ଥିଲେ । ଭଗବାନ ବ୍ରହ୍ମାଙ୍କର ଏହି ଆଚରଣ କାରଣରୁ ଦେବଲୋକରେ ତାଙ୍କୁ ବହୁତ ସମାଲୋଚନାର ଶିକାର ହେବା ସହ ତାଙ୍କ ପାଇଁ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିଲା ।

ଯେ ଭଗବାନ ବ୍ରହ୍ମାଙ୍କୁ କେବେ ମଧ୍ୟ ପୂଜା କରାଯିବ ନାହିଁ । ସେଥିପାଇଁ ସାରା ବିଶ୍ଵରେ ବ୍ରହ୍ମାଙ୍କର ମନ୍ଦିର କେଉଁଠାରେ ମଧ୍ୟ ଦେଖିବାକୁ ମିଳିନଥାଏ । କେବଳ ରାଜସ୍ଥାନର ପୁଷ୍କର ଓ ତାମିଲନାଡୁ ବ୍ଯତୀତ ଅନ୍ୟ କୌଣସି ସ୍ଥାନରେ ବ୍ରହ୍ମାଙ୍କର ମନ୍ଦିର ଦେଖିବାକୁ ମିଳିନଥାଏ ।  କେବଳ ଏହି 2 ଟି ସ୍ଥାନରେ ହିଁ ତାଙ୍କୁ ପୂଜା କରାଯାଇଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ କରିବା ସହ ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।