ଯଦି ପଢାରେ ମନ ଲାଗୁନଥାଏ… ତେବେ ଏହି କାହାଣୀକୁ ନିହାତି ଥରେ ଜାଣନ୍ତୁ, Study Motivational Speech

ପ୍ରତ୍ଯେକ ବ୍ୟକ୍ତିକୁ ଶିକ୍ଷାର ଆବଶ୍ୟକତା ବହୁତ ଅଧିକ ଦରକାର ପଡିଥାଏ । କାରଣ ଶିକ୍ଷା ଦ୍ଵାରା ବ୍ୟକ୍ତି ଜୀବନକୁ କିପରି ଭଲ ଭାବେ ବଞ୍ଚିପାରିବ ? ସେହି ସବୁ ଜ୍ଞାନ ସେଥିରୁ ସେ ଧୀରେ ଧୀରେ କରି ଜାଣିପାରିଥାଏ । ତେବେ ପିଲା ଯଦି ଭଲ ପାଠ ପଡିଥାଏ । ତେବେ ସେ ଭଲ ଷ୍ଟୁଡେଣ୍ଟ ହେବା ସହ କ୍ଯାରିଅରରେ ମଧ୍ୟ ଖୁବ ଉନ୍ନତି କରିଥାଏ । ଜୀବନରେ ସଫଳ ବ୍ୟକ୍ତିଟିଏ ହୋଇପାରିଥାଏ । ତେବେ ଏହା ସବୁ ଆମେ ଆପଣଙ୍କୁ କହିବାର ମାନେ ହେଉଛି ।

ଯେ ବହୁତ ପିଲା ପାଠକୁ ଗୁରୁତ୍ଵ ଦେଇ ପଢିନଥାନ୍ତି । ସେମାନଙ୍କୁ ତାହାର କାରଣ ପଚାରିବାରୁ ସେମାନେ କହିଥାନ୍ତି । ଯେ ସେମାନଙ୍କୁ ପାଠ ପଢିବାକୁ ବୋର ଲାଗୁଛି । ପାଠ ପଢିବାକୁ ଇଛା ହେଉ ନାହିଁ କି ପାଠକୁ ପଢିଲେ ପାଠ ବି ମନେ ରହୁନାହିଁ । ତେବେ ପାଠ ପଢିବାକୁ ଇଚ୍ଛା ହେଉନଥିବା ପିଲା ମାନଙ୍କୁ ଆମେ ଏକ ବହୁତ ଭଲ କାହାଣୀ ଶୁଣାଇବାକୁ ଯାଉଛୁ । ଯାହାକୁ ଜାଣିଲା ପରେ ତାଙ୍କର ମଧ୍ୟ ପାଠ ପଢା ପ୍ରତି ଆଗ୍ରହ ବଢିବ ।

ପିଲା ବେଳେ ଥରେ ବିବେକାନନ୍ଦ ରାସ୍ତାରେ ଯାଉଥିବା ସମୟରେ ତାଙ୍କୁ ମାଙ୍କଡ ମାନେ ଗୋଡାଇ ଥିଲେ । ତେବେ ସେହି ମାଙ୍କଡ ମାନଙ୍କୁ ଦେଖି ସେ ମଧ୍ୟ ବହୁତ ଜୋରରେ ଦୌଡିବାକୁ ଲାଗିଥିଲେ । ତେବେ ତାଙ୍କୁ ଜଣେ ଲୋକ କହିଥିଲେ । ଯେ ହେ ପୁଅ ତୁ ଯେତେ ଦୌଡିବୁ ମାଙ୍କଡ ମାନେ ତୋତେ ସେତେ ଗୋଡେଇବେ । ତେଣୁ ତୁ ନଦୌଡି ଗୋଟେ ଜାଗାରେ ଠିଆ ହୋଇପଡ । ଯେତେବେଳେ ସ୍ଵାମୀ ବିବେକାନନ୍ଦ ଏହି କଥା ଶୁଣି ନଦୌଡି ଗୋଟିଏ ସ୍ଥାନରେ ଠିଆ ହୋଇ ରହିଗଲେ ।

ତାପରେ ମାଙ୍କଡ ମାନେ ତାଙ୍କୁ ଆଉ ଗୋଡାଇ ନଥିଲେ । କିଛି ମାଙ୍କଡ ତାଙ୍କୁ ପ୍ରଥମେ ହଇରାଣ କରିଥିଲେ । ତାପରେ ସେମାନେ ମଧ୍ୟ ବିବେକାନନ୍ଦଙ୍କୁ ଆଉ ହଇରାଣ କରିନଥିଲେ । ତେବେ ଏହି କାହାଣୀଟି କହିବା ଉଦ୍ଧେଶ୍ୟ ହେଉଛି । ଯେଉଁ ପର୍ଯ୍ୟନ୍ତ ପିଲା ତା’ ର ପାଠ ପଢାକୁ ନିଜର ଦୁର୍ବଳତା ବୋଲି ଭାବୁଥିବ ।

ସେହି ପର୍ଯ୍ୟନ୍ତ ସେହି ଦୁର୍ବଳତା ତା’ ର ପିଛା ଜମାରୁ ବି ଛାଡିବ ନାହିଁ । ଯେତେବେଳେ ପିଲା ସମସ୍ଯାକୁ ଦେଖି ନଦୌଡି ସେହି ସମସ୍ଯାର ସମାଧାନ କରିବାକୁ ଚେଷ୍ଟା କରିବ । ତେବେ ଯାଇ ସେ  ଜୀବନରେ କିଛି କରିପାରିବ । ତେଣୁ ନିଜର ଦୁର୍ବଳତାକୁ ହରେଇବାକୁ ଚେଷ୍ଟା କରନ୍ତୁ । ସେହି ଦୁର୍ବଳତାକୁ ନିଜର ସଫଳତାର ମନ୍ତ୍ର କରନ୍ତୁ । ଜୀବନରେ ପରିଶ୍ରମ କରନ୍ତୁ ।

ତେବେ ଯାଇ ଆପଣଙ୍କୁ ଆପଣଙ୍କର ପରିଶ୍ରମର ଉଚିତ ଫଳ ମିଳିପାରିବ । ଆପଣ ମଧ୍ୟ ସଫଳ ବ୍ୟକ୍ତିଙ୍କ ତାଲିକାରେ ଗଣତି ହେବେ । ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଲାଗିଥିଲେ । ଏହିଭଳି ପୋଷ୍ଟ ପଢିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିଦିଅନ୍ତୁ । ଧନ୍ୟବାଦ