ଫେମସ୍ ୟୁଟ୍ଯୁବର ଯୋଡି ବନ୍ଦନା ଓ ରାଜୀବଙ୍କୁ ଆପଣ ସବୁବେଳେ ସୋସିଆଲ ମିଡିଆରେ ଦେଖି ଆସୁଥିବେ । ସେମାନେ ସବୁବେଳେ ଖୁସମିଜାଜ ରହିବା ସହ ସ୍ଵାମୀ ସ୍ତ୍ରୀ କିଭଳି ରହିବା ଉଚିତ ତାହା ସମାଜକୁ ଦେଖେଇ ଆସିଛନ୍ତି । ତେବେ ଏହି ଲୋକପ୍ରିୟ ୟୁଟ୍ଯୁବର ଯୋଡି ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜ ବୈବାହିକ ଜୀବନର ପ୍ରାରମ୍ଭିକ ସମୟର ଅନେକ ବ୍ୟକ୍ତିଗତ କଥା ଶେୟାର କରିଛନ୍ତି । ରେକି ପଦ୍ଧତି ଶିଖିବା ପରେ ତାଙ୍କ ଜୀବନ କେମିତି ସଂପୂର୍ଣ୍ଣ ଭାବେ ବଦଳିଗଲା ଓ ଶାନ୍ତିପୂର୍ଣ୍ଣ ହୋଇଗଲା ତାହା ଆପଣ ନିହାତି ଜାଣିବା ଦରକାର ।

ରାଜୀବ ଓ ବନ୍ଦନା 2010 ମସିହାରେ ଆରେଞ୍ଜ ମ୍ୟାରେଜ କରିଥିଲେ । ଶାଶୁଘରକୁ ଆସିବା ବେଳେ ବନ୍ଦନା ଅନେକ ସ୍ଵପ୍ନ ଦେଖିଥିଲେ କି ଶାଶୁଘରେ ଖୁସିରେ ରହିବେ, ସ୍ଵାମୀଙ୍କ ସହ ବେଶ ବୁଲାବୁଲି କରିବେ ତାଙ୍କୁ ଭଲରେ ଜାଣିବେ ଓ ଅନ୍ତତଃ ବିବାହର ବର୍ଷେ ପରେ ଛୁଆ କରିବେ । କିନ୍ତୁ ରାଜୀବ ସେତେବେଳେ ଟିପିକଲ ଭାରତୀୟ ପୁରୁଷଙ୍କ ଭଳି ବ୍ୟବହାର କରୁଥିଲେ ଓ ସେହିପରି ତାଙ୍କର ଚିନ୍ତାଧାରା ଥିଲା ।
ସେ ଭାବୁଥିଲେ କି ବାହା ହୋଇଛନ୍ତି ମାନେ ସେ ଯାହା କହିବେ ସ୍ତ୍ରୀ ତାଙ୍କ କଥାରେ ଚାଲିବେ ଓ ସେ ସବୁବେଳେ ଠିକ ଏବଂ ତାଙ୍କ ସ୍ତ୍ରୀ ସବୁ କଥାରେ ଭୁଲ । ଆରମ୍ଭରେ ବନ୍ଦନା ଏସବୁ ସହି ଯାଉଥିଲେ ଓ ବାଧ୍ୟତାମୂଳକ ଭାବେ ସବୁ ପରମ୍ପରା ମାନି ଚଳୁଥିଲେ । ଏମିତିକି ବିବାହର ଦୁଇ ତିନି ମାସ ପରେ ସେ ଗର୍ଭବତୀ ହୋଇ ଯାଇଥିଲେ । ବନ୍ଦନା ଶାଶୁଘରେ ଯେମିତି ରହିବେ ବୋଲି ଭାବୁଥିଲେ ସେମିତି ରହି ପାରୁ ନଥିବାରୁ ଖୁସି ନଥିଲେ ।

ସବୁ କଥାରେ ରାଜୀବ ବନ୍ଦନାଙ୍କ ଉପରେ ରାଗିବା ଫଳରେ ବନ୍ଦନାଙ୍କ ସହିବା ମଧ୍ୟ ଶକ୍ତି ମଧ୍ୟ ସରି ଯାଇଥିଲା ଓ ସେ କିଛିଦିନ ବାପଘରକୁ ଚାଲି ଯାଇଥିଲେ । ଏମିତିକି ଡିଭୋର୍ସ ଯାଏଁ କଥା ଯାଇଥିଲା ବୋଲି କହିଛନ୍ତି ରାଜୀବ । ତେବେ ବନ୍ଦନା ତାଙ୍କ ବାପଘରକୁ ଯିବା ପରେ ରାଜୀବ ରେକି ପଦ୍ଧତି ବିଷୟରେ ଜାଣିବାକୁ ପାଇଥିଲେ ଓ ଏହାପରେ ହୃଦୟଙ୍ଗମ କରିଥିଲେ କି ସେ ବନ୍ଦନାଙ୍କ ସହ ଯାହା କରିଛନ୍ତି ଭୁଲ କରିଛନ୍ତି । ତେଣୁ ସେ ନିଜ ଭୁଲକୁ ସୁଧାରି ବନ୍ଦନାଙ୍କୁ ଆଣିଥିଲେ ଓ କଥା ଦେଇଥିଲେ କି ସବୁକିଛି ଠିକ କରିଦେବେ ।
ଆଉ ସେବେ ଠାରୁ ଆଜି ଯାଏଁ ତାଙ୍କ ସମ୍ପର୍କ ବେଶ ଭଲ ରହିଛି ଓ ସେମାନେ ଖୁସିରେ ଅଛନ୍ତି । ଏନେଇ ରାଜୀବ କୁହନ୍ତି କି ସଂସାର ସ୍ତ୍ରୀ ହାତରେ 20% ଥାଏ ଓ ସ୍ଵାମୀ ହାତରେ 80% ଥାଏ । ଯଦି ଜଣେ ସ୍ଵାମୀ ଚାହିଁବ ତେବେ ତା’ ସଂସାର ଭାଙ୍ଗିବାରୁ ବଞ୍ଚେଇ ପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।