ଭାବବିହ୍ଵଳ Virat kohli! T-20 ବିଶ୍ଵକପରୁ ଖାଲି ହାତରେ ଫେରୁଛି ଭାରତ, କଣ କହିଲେ ଦେଖନ୍ତୁ

ଦର୍ଶକ ବନ୍ଧୁ ବିଶ୍ଵକପ ରୁ ବିଦାୟ ନେଇସାରିଛି ଟିମ ଇଣ୍ଡିଆ । ଭାଙ୍ଗି ସାରିଛି କୋଟି କୋଟି ଭାରତୀୟ ପ୍ରେମୀଙ୍କ ହୃଦୟ । ସେମି ଫାଇନାଲରେ ଇଂଲଣ୍ଡ ଠାରୁ ବଡ ପରାଜୟ ଭୋଗିବା ସହ ଟୁର୍ଣ୍ଣାମେଣ୍ଟକୁ ଟିମ ଇଣ୍ଡିଆ କହିଛି ଗୁଡ ବାଏ । ତେବେ ୨୦୧୧ ପରେ ବିଶ୍ଵକପ ଜିତିବାକୁ ଭାରତ ଯେଉଁ ସ୍ଵପ୍ନ ଦେଖିଥିଲା ତାହା ଏବେ ପୁଣି ଥରେ ଅଧାରେ ରହି ଯାଇଛି । ଭାରତ ପାଇଁ ବିରାଟଙ୍କ ଟି-୨୦ ବିଶ୍ଵକପ ଜିତିବାର ସ୍ଵପ୍ନ ପୁଣି ଥରେ ଭାଙ୍ଗି ଯାଇଛି ।

ବିଶ୍ଵକପ ସେମି ଫାଇନାଲରେ ହାରିବା ପରେ ଏବେ ସବୁଆଡେ ହତାଦର ଓ ନିରାଶା ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ବ୍ୟଟ୍ସମ୍ୟାନ ବିରାଟ କୋହଲିଙ୍କର ମଧ୍ୟ ବିଶ୍ଵକପ ସ୍ଵପ୍ନ ଜିତିବାର ଭାଙ୍ଗିବା ପାଇଁ ସେ ଭାବ ବିହ୍ଵଳ ହୋଇପଡିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ବିରାଟ ଲେଖିଛନ୍ତି “ହୃଦୟରେ ନିରାଶ ଭାବ ନେଇ ସ୍ଵପଙ୍କୁ ପୁରା ନ କରି ଅଷ୍ଟ୍ରେଲିୟାରୁ ଫେରୁଛୁ । ଏ ଟୁର୍ଣ୍ଣାମେଣ୍ଟରୁ କିଛି ଭଲ ଅନୁଭୂତି ମିଳିଲା ।

ଗୋଟିଏ ସ୍ଵପ୍ନ ଭାବେ ଆମେ ଆହୁରି ଉନ୍ନତି ହେବୁ । ପଡିଆରେ ଆମକୁ ସପୋର୍ଟ କରିଥିବାରୁ ପ୍ରତିଟି ପ୍ରଶଂସକଙ୍କୁ ଧନ୍ୟବାଦ । ଏ ଜର୍ସି ପିନ୍ଧି ଏ ଦେଶ ପାଇଁ ଖେଳିବା ସବୁବେଳେ ମୋତେ ଗୌରବାନ୍ଵିତ ଅନୁଭବ କରାଏ” । ଏଥର ଟି-୨୦ ବିଶ୍ଵକପରେ ଟିମ ଇଣ୍ଡିଆ ପାଇଁ ବିରତା ହିଁ ସବୁଠୁ ଚମତ୍କାର ପ୍ରଦର୍ଶନ କରିଥିଲେ । ୬ଟି ମ୍ଯାଚ ଖେଳି ୯୮.୬୬ ଆଭରେଜରେ ସେ ଟୁର୍ଣ୍ଣାମେଣ୍ଟରେ ମୋଟ ୨୯୬  ରନ କରିଥିଲେ ।

ଟୁର୍ଣ୍ଣାମେଣ୍ଟରେ ବିରାଟ ୪ଟି ହାଫ ସେଞ୍ଚୁରୀ ମାରିଥିବା ବେଳେ ଭାରତ ପାଇଁ ସବୁଠୁ ଅଧିକ ରନ ସଂଗ୍ରହ କରିଥିଲେ । ସେମି ଫାଇନାଲ ମ୍ଯାଚରେ ମଧ୍ୟ ତାଙ୍କର ଜଲୱା ଦେଖିବାକୁ ଇଲିଥିଲା । ଇଂଲଣ୍ଡ ବିରୁଦ୍ଧରେ ସେ ଅର୍ଦ୍ଧ ଶତକିୟ ଇନିଙ୍ଗ୍ସ ଖେଳିଥିଲେ ବି ଖରାପ ବୋଲିଂ କାରଣରୁ ଦଳ ପରାଜୟ ହୋଇଛି । ଖାଲି ବିରାଟ ନୁହେଁ ବିଶ୍ବକପରୁ ଟିମ ଇଣ୍ଡିଆ ବିଦାୟ ପରେ ନେକ ବରିଷ୍ଠ କ୍ରିକେଟର ଏ ନେଇ ଚିନ୍ତା ଜାହିର କରିଛନ୍ତି ।

ଦଳର ଓପନର ତଥା ୨୦୧୧ ବିଶ୍ଵକପ ବିଜୟୀ ଦଳର ସଦସ୍ୟ ବିରେନ୍ଦ୍ର ସେହୱାଗ ସିଧା ସିନିୟର ଖେଳାଳିଙ୍କ ଫର୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ୟଙ୍ଗ ପ୍ଲେୟାର ମାନେ ଭଲ ଖେଳୁଥିବା ବେଳେ ସେମାନଙ୍କୁ ଦଳରେ ସୁଯୋଗ ମିଳି ନାହି । ହେଲେ ଖରାପ ଫର୍ମ ସତ୍ବେ ସିନିୟର ଖେଳାଳି ମାନେ ମ୍ଯାଚ ଖେଳୁଛନ୍ତି ବୋଲି ସେହବାଗ କହିଛନ୍ତି । ଦ୍ଵିପାକ୍ଷୀକ ସିରିଜରେ ଇଶାନ କିଶାନ, ସଞ୍ଜୁ ସାମସନ, ଋତୁରାଜ ଗାଲକ୍ବାଡ ଙ୍କ ଭଳି  ଖେଳାଳି ରନ କରୁଛନ୍ତି ।

ହେଲେ ସେମାନଙ୍କୁ ୱାର୍ଲ୍ଡ କପ ଭଳି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳି ନାହି । ଅଧିକାଂଶ ସମୟ ରେଷ୍ଟ ନେଇ ଲକୁ ଫେରିଥିବା ସିନିୟର ଖେଳାଳି ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି ଆଉ ଏହାର ଫଳ ସ୍ୱରୂପ ଭାରତ ବିଶ୍ଵକପ ଅଧାରୁ ଇଦାୟ ନେଉଛି ବୋଲି ସେହୱାଗ କହିଛନ୍ତି । ଆଗକୁ ଭାରତ ନିୟୁଜଲ୍ୟାଣ୍ଡ ଭିତରେ କ୍ରିକେଟ ସିରିଜ ହେବାକୁ ଯାଉଛି ଯେଉଁଥିରେ ଅନେକ ସିନିୟର ଖେଳାଳିଙ୍କୁ ରେଷ୍ଟ ଦିଆଯାଇଥିବା ବେଳେ ଏକାଧିକ ୟଙ୍ଗ କ୍ରିକେଟରଙ୍କୁ ଦଳରେ ସ୍ଥାନ ପାଇଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।