ଘରର କାନ୍ଥରେ ଅଶ୍ଵତଥ ଗଛ ଉଠିବା କି ସଂକେତ ଦେଇଥାଏ ? ଏହାକୁ କେମିତି ଓପାଡିବେ ? Astrologer Jagadananda Acharya

ଆମ ଚତୁଃପାର୍ଶ୍ଵରେ ଘଟୁଥିବା ଘଟଣା ଗୁଡିକ ଆମକୁ ଅନେକ ବିଷୟର ସଂକେତ ଦେଇଥାଏ । ଅନେକ ସମୟରେ ଆପଣ ଦେଖିଥିବେ ଘରର କାନ୍ଥରେ ମନକୁ ମନ ଅଶ୍ଵତଥ ଗଛ ଉଠିଥାଏ । ଆଜି ଆମେ ଜାଣିବା ଜ୍ୟୋତିର୍ବିଦ ଜଗଦାନନ୍ଦ ଆଚାର୍ଯ୍ୟଙ୍କ ଠାରୁ କି ଏହା କି ପ୍ରକାର ସଂକେତ ଦେଇଥାଏ । ଶାସ୍ତ୍ରରେ ଏହାକୁ ନେଇ ପ୍ରମାଣ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜଣାଇବା ଏହାର ଶାସ୍ତ୍ରସମ୍ମତ କାରଣ ।

ଶାସ୍ତ୍ରରେ ଉଲ୍ଲେଖ ରହିଛି, ଯେଉଁ ବ୍ୟକ୍ତି ବିଧିପୂର୍ବକ ଏକ ଅଶ୍ଵତଥ ବୃକ୍ଷ ଲଗାଇ ତା’ର ସେବା କରନ୍ତି ସେହି ବ୍ୟକ୍ତି ପରଲୋକରେ ଭଗବାନ ଶ୍ରୀହରିଙ୍କ ସାନିଧ୍ୟ ପ୍ରାପ୍ତ କରନ୍ତି । ସନାତନ ଧର୍ମରେ ଅଶ୍ଵତଥ ବୃକ୍ଷର ଖୁବ୍ ମହିମା ରହିଛି । ଶ୍ରୀମଦ ଭଗବାଦ ଗୀତାର ବିଭୂତି ଯୋଗରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, “ହେ ଅର୍ଜୁନ ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ଅଶ୍ଵତଥ ବୃକ୍ଷ ହେଉଛି ଶ୍ରେଷ୍ଠ । ଆଉ ସେହି ଅଶ୍ଵତଥ ବୃକ୍ଷ ହେଉଛି ମୁଁ ।”

ତେଣୁ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ଅଶ୍ଵତଥ ଗଛର ସ୍ୱରୂପ ବୋଲି ମାନ୍ୟ କରାଯାଏ । ତେଣୁ ଯେଉଁ ବ୍ୟକ୍ତି ଗୋଟିଏ ଅଶ୍ଵତଥ ବୃକ୍ଷର ରୋପଣ କରି ତା’ର ସେବା ଯତ୍ନ କରନ୍ତି ସେ ପରଲୋକରେ ଭଗବାନ ବିଷ୍ଣୁଙ୍କର ସାନିଧ୍ୟ ଲାଭ କରନ୍ତି ବୋଲି ଶାସ୍ତ୍ରରେ ପ୍ରମାଣ ରହିଛି । ତେବେ ଆମ ଘରର କଣ୍ଠରେ ଯଦି ମନକୁ ମନ ଗୋଟିଏ ଅଶ୍ଵତଥ ବୃକ୍ଷ ଉଠୁଛି ତେବେ ଏହା କି ପ୍ରକାର ଲକ୍ଷଣ ତାହା ଆଜି ଆମେ ଜାଣିବା ।

ଏନେଇ ସ୍କନ୍ଧ ପୁରାଣରେ ସୁନ୍ଦର ଭାବେ ଉଲ୍ଲେଖ ରହିଛି କି, ଯେଉଁ ବ୍ୟକ୍ତି ଅଶ୍ଵତଥ ବୃକ୍ଷ ରିପନ କରି ତା’ର ସେବା କରନ୍ତି ସେହି ବ୍ୟକ୍ତି ସମସ୍ତ ଐଶ୍ଵର୍ଯ୍ୟକୁ ପ୍ରାପ୍ତ କରନ୍ତି । ତାଙ୍କର ଧନ ଏବଂ ଆୟୁଷ ବୃଦ୍ଧି ହୋଇଥାଏ ଓ ତାଙ୍କର ପିତୃପୁରୁଷ ମାନେ ନର୍କରୁ ମୁକ୍ତି ଲାଭ କରିଥାନ୍ତି ଅର୍ଥାତ ସେମାନଙ୍କୁ ମୋକ୍ଷର ଗତି ପ୍ରାପ୍ତ ହୋଇଥାଏ । ତେଣୁ ଶାସ୍ତ୍ରାନୁସାରେ, ଯଦି ଆପଣଙ୍କ ଘରର କାନ୍ଥରେ ଅଶ୍ଵତଥ ବୃକ୍ଷ ଉଠିବାର ଆପଣ ଦେଖନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଘରେ ପିତୃଦୋଷ ରହିଛି ।

ଯେଉଁ ସ୍ଥାନରେ ପିତୃଦୋଷ ଥାଏ ସେଠାରେ ମନକୁ ମନ ଅଶ୍ଵତଥ ଗଛ ଉଠିଥାଏ । ଅଶ୍ଵତଥ ବୃକ୍ଷ ଦେବବୃକ୍ଷ ହୋଇଥିବାରୁ ତାଙ୍କୁ ମନଇଚ୍ଛା ଓପାଡି ଦେବା ଠିକ ହେବନାହିଁ । ତେଣୁ ଏହି ଦୋଷରୁ ମୁକ୍ତି ପାଇବା ପାଇଁ ରବିବାର ଦିନ ୧୨ଟା ସମୟରେ ଗୋଟିଏ କାଗିଜି ଲେମ୍ବୁ ଓ ଗୋଟିଏ କଞ୍ଚାଲଙ୍କା ନେଇ ସେହି ଅଶ୍ଵତଥ ଗଛ ପାଖରେ ଥୋଇ ଦେଇ ପ୍ରଣାମ କରନ୍ତୁ ।

ଏହାପରେ ଅପରାହ୍ନ ୪ଟାରେ ପୁଣି ସେହି ବୃକ୍ଷ ପାଖକୁ ଯାଇ ତାକୁ ପ୍ରଣାମ କରନ୍ତୁ ଓ ହାତଯୋଡି କୁହନ୍ତୁ, ହେ ବୃକ୍ଷ ଦେବତା ମୁଁ ଆପଣଙ୍କୁ ବିସର୍ଜନ କରିବାକୁ ନେଉଛି । ଏହାପରେ ଚେର ସହ ସେହି ବୃକ୍ଷକୁ ଓପାଡିବା ପାଇଁ ଚେଷ୍ଟା କରିବେ । ଯଦି ଚେର ସହ ଗଛଟି ଉପୁଡି ଯାଉଛି ତେବେ କୌଣସି ସ୍ଥାନରେ ନେଇ ଏହାକୁ ପୋତିବା ସହ ତା’ର ସେବା କରନ୍ତୁ ।

ଆଉ ଯଦି ଚେର ଛିଣ୍ଡି ଯାଉଛି ତେବେ ଗଛକୁ ନେଇ ଜଳରେ ପ୍ରବାହିତ କରିଦେବେ । ଗଚମୂଳେ ରଖିବା ଲେମ୍ବୁ ଓ ଲଙ୍କାକୁ ସେହି ସ୍ଥାନରେ ସେପରି ଛାଡିଦେବେ । ଏହି ଉପାୟ ଦ୍ଵାରା ଆପଣଙ୍କ ଘରୁ ପିତୃଦୋଷ ମଧ୍ୟ ଦୂର ହୋଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।