ଟିମ ଇଣ୍ଡିଆର T-20 ବିଶ୍ଵକପ ପରାଜୟ ପରେ ଗର୍ଜିଲେ ଭାରତୀୟ ପୂର୍ବତନ କ୍ରିକେଟର Sunil Gavaskar, କହିଲେ IPL ଖେଳୁଛ ୱାର୍କଲୋଡ ହେଉନି କିନ୍ତୁ…

ଦର୍ଶକ ବନ୍ଧୁ ଟି-୨୦ ବିଶ୍ଵକପ ସେମି ଫାଇନାଲରେ ଲଜ୍ୟାଜନକ ପରାଜୟ ପରେ ସମାଲୋଚନର ଶିକାର ହେଉଛନ୍ତି ଟିମ ଇଣ୍ଡିଆର ଖେଳାଳି । ୧୦ ୱିକେଟରେ ବଡ ପରାଜୟର ଖରାପ ରେକର୍ଡ ପରେ ଫ୍ୟାନ ମାନଙ୍କ ଟାର୍ଗେଟରେ ରହିଛି ଭାରତୀୟ ଦଳ । ଖାଲି ଫ୍ୟାନ ନୁହେଁ ଏବେ ପୂର୍ବତନ ଭାରତୀୟ ଖେଳାଳିଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଟିମ ଇଣ୍ଡିଆର ଖେଳାଳୀ ।

ପୂର୍ବତନ ଭାରତୀୟ ଖେଳାଳି ସୁନୀଲ ଗାଭାସ୍କାର ଭାରର ବାରମ୍ବାର ଏଭକି ଖରାପ ପ୍ରଦର୍ଶନ ପାଇଁ ଟିମ ଇଣ୍ଡିଆ ଉପରେ ପ୍ରବଳ ବର୍ଷୀଛନ୍ତି । ସେ କହିଛନ୍ତି ଆଇପିଏଲ ଖେଳିଲେ ୱାର୍କଲୋଡ ହେଉନି ହେଲେ ଭାରତ ପାଇଁ ଖେଳିଲେ କାହିଁକି ହେଉଛି ୱାର୍କଲୋଡର ବାହାନା । ସେ ଆଗକୁ କହିଛନ୍ତି କି ଯଦି ତୁମେ ବିଶ୍ଵକପ ଜିତିପାରିବ ନାହି ତେବେ ଟିମରେ ନିଶ୍ଚୟ ପରିବର୍ତ୍ତନ ହେବ ଯେମିତିକି ନିୟୁଜଲ୍ୟାଣ୍ଡ ଗସ୍ତରେ ହୋଇଛି ।

ତେବେ ୱାର୍କଲୋଡ ର ବାହାନା ଭାରତ ପାଇଁ ଖେଳିଲା ବେଳକୁ କାହିଁକି ଦିଆଯାଇଛି ? ଭାରତୀୟ ଖେଳିଳି ଆପିଏଲର ପୁରା ସିଜିନ ଖେଳୁଛନ୍ତି । ଭାରତର ସବୁ ଷ୍ଟାଡିୟମ ଟ୍ରାଭେଲ କରୁଛନ୍ତି ସେତେବେଳେ କଣ ଖେଳାଳୀ ମାନେ ଥକୁ ନାହାନ୍ତି ନା ସେତେବେଳେ ୱାର୍କଲୋଡ ରହୁନି । କେବଳ ଭାରତ ପାଇଁ ଖେଳିଲା ବେଳକୁ ୱାର୍କଲୋଡ ହେଉଛି । ଏହା ସଂପୂର୍ଣ୍ଣ ଭୁଲ । ଭାରତୀୟ ଖେଳାଳିଙ୍କୁ ଆବଶ୍ୟକତା ଠାରୁ ଅଧିକ ପ୍ରୋଶଚଣ ଦେବାର ଆବଶ୍ୟକତା ନାହି ।

ଯଦି ତୁମେ ଫିଟ ଆଚ ତେବେ ୱାର୍କଲୋଡର ପ୍ରଶ୍ନ ଉଠୁନି । ଆମେ ଆପଣଙ୍କୁ ଟିମରେ ନେଉଛୁ ଆଉ ଅଧିକ ଟଙ୍କା ଚାର୍ଜ ବି ଦେଉଛୁ । ଯଦି ତୁମେ ୱାର୍କଲୋଡ ପାଇଁ ଖେଳିପାରୁନ ତେବେ ଫିସ ବି କାଟିଦେବା ଦରକାର । ସେତେବେଳେ ସବୁ ଖେଳାଳୀ ୱାର୍କଲୋଡ ଭୁଲି ଖେଳିବାକୁ ଆସିବେ । ଏଭଳି କହି ଭାରତୀୟ ଖେଳାଳିଙ୍କୁ କଡା ଭାଷାରେ ସନ୍ଦେଶ ଦେଇଛନ୍ତି ଗାଭାସ୍କର ।

୨୦୨୨ ଟି-୨୦ ବିଶ୍ଵକପରେ ଭାରତ ଲିଗ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିଲା । ଦଳ ୪ଟି ମ୍ଯାଚରେ ବିଜୟୀ ଓ ଗୋଟିଏ ମ୍ଯାଚରେ ପରାଜୟ ସହ ପଏଣ୍ଟ ଟେବଲର ଶୀର୍ଷରେ ରହିଥିଲା । ସମସ୍ତେ ଭାବିଥିଲେ ଭାରତ ଏଥର ଚାମ୍ପିୟାନ ହେବ ହେଲେ ସେମି ଫାଇନାଲରେ ଭାରତର ସବୁ ଆଶା ମଉଳେଇ ଦେଇଥିଲା ଇଂଲଣ୍ଡ । ଏକ ତରଫା ଭାବେ ଇଂଲଣ୍ଡ ୧୦ ୱିକେଟରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା ।

ଟିମ ଇଣ୍ଡିଆର ଏଭଳି ଲଜ୍ୟାଜନକ ପ୍ରଦର୍ଶନ ପାଇଁ କିଏ ଦାୟୀ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨୦୧୩ ଠାରୁ ଭାରତ କୌଣସି ଆଇସିସି ଟ୍ରଫି ଜିତିପାରି ନାହି । ଗତ ବର୍ଷ ଟି-୨୦ ବିଶ୍ଵକପରେ ଲିଗ ପର୍ଯ୍ୟାୟରୁ ବିଦାୟ ହୋଇଥିଲା । ହେଲେ ଏଥର ସେମି ଫାଇନାଲ ଯାଇ ମଧ୍ୟ ଫାଇନାଲ ଟିକେଟ ହାତେଇବାରେ ଦଳ ବିଫଳ ହୋଇଥିଲା । କେହି ବ୍ୟାଟିଙ୍ଗରେ କେ ଏଲ ରାହୁଲ, ରୋହିତ ଶର୍ମା ଙ୍କ ଓପନିଙ୍ଗ ଯୋଡିକୁ ଏଥିପାଇଁ ଦାୟୀ କରୁଥିବା ବେଳେ ଆଉ କେହି ଟିମ ଇଣ୍ଡିଆର ଦୁର୍ବଳ ବୋଲିଂ ଲାଇନକୁ ଦାୟୀ କରିଛନ୍ତି । ବାରମ୍ବାର ଇଣ୍ଡିଆର ବିଫଳତାକୁ ନେଇ ଏବେ ଚିନ୍ତାରେ ବିସିସିଆଇ । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଯାନଇବେ, ଧନ୍ୟବାଦ ।