ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ ସିନା କରିପାରିବ ହେଲା, ସେଇଟା ହେଇପାରିବନି… ଦେଖନ୍ତୁ କଣ କହୁଛନ୍ତି ଏହି କିନ୍ନର

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସମାଜରେ କିନ୍ନର ଜାତି କୁ ବହୁତ ଖରାପ ଦ୍ରୁଷ୍ଟି ରେ ଦେଖା ଯାଉଛି । ସୋସିଆଲ ମିଡିଆରେ କିନ୍ନର ମାନଙ୍କୁ ନେଇ ଅନେକ ଖରବର ପ୍ରସାରିତ ହେଉଛି ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଜଣେ କିନ୍ନର ଗଣମାଧ୍ୟମ ଆଗରେ ବଡ ବୟାନ ଦେଇଛନ୍ତି କିନ୍ନର ଜାତିକୁ ନେଇ । ସେ କହିଛନ୍ତି କି “ଦେଖିବାକୁ ଗଲେ ଜେଣ୍ଡର ଚେଞ୍ଜ କରିବା ପରେ ୫ ଜଣଙ୍କ ସହ ରହିପାରିବୁ ମିଶି ପାରିବୁ ଆମ ମନର ଢାଞ୍ଚା ଯାହା ଅଛି ।

ଆଉ ଲୋକ ମାନେ ଦୁନିଆ କଥା କୁହନ୍ତି ଆମକୁ ନେଇ ସେଥିରେ ନେଇ ଆମେ ଚଳି ପାରିବୁ ନାହି । କିନ୍ତୁ କଣ ଜେଣ୍ଡର ଚେଞ୍ଜ କରି ଦେଲେ କିନ୍ନର ହୁଅନ୍ତି ଆଉ ଜେଣ୍ଡର ଚେଞ୍ଜ ନ କରିଲେ କିନ୍ନର ନାହି । ସମସ୍ତେ କିନ୍ନର । ସମାଜରେ ଚାଲିବା ପାଇଁ ସମସ୍ତେ କିଛି ଟା କରୁଛନ୍ତି ଏଣିକି ମୁଁ ବି କରିବି । ଆମେ ସର୍ଜରୀ କରୁ ଆମ ସଉକ ପାଇଁ କିନ୍ତୁ ଆମର ସେ ସବୁ କିଛି ହୁଏ ନାହି । ଆଜିକୁ ୧୫ ବର୍ଷ ହେଲାଣି ମୁଁ କିନ୍ନର ଲାଇନ ରେ ଅଛି ।

ସର୍ଜରୀ ବି କରିଲିଣି ୪-୫ ବର୍ଷ ହେଲା କିନ୍ତୁ ସେ ସବୁ କିଛି ବି ନାହି । ମା କାହିଁକି ହୋଇ ପାରିବା ନାହି ଆମେ ମା ହୋଇଥିଲେ ତ ଆମେ ସଂପୂର୍ଣ୍ଣ ନାରୀ ହୋଇଥାନ୍ତୁ । ଆଜି କିନ୍ନର ଲାଇନରେ କାହିଁକି ଥାନ୍ତୁ ? ଦେବକୀ ସିନା ମୁଁ ହେଇ ପାରିବି ନାହି କିନ୍ତୁ ଯଶୋଦା ନିଶ୍ଚୟ ହୋଇ ପାରିବି । ଆମେ କେମିତି ସନ୍ତାନ ଜନ୍ମ କରିପାରିବୁ ଆମେ ତ ସର୍ଜରୀ କରିଲୁ ନା ଯେତେ ଚେଞ୍ଜ କରିଲେ ବି ଆମେ କେବେ ବି ମା ହୋଇ ପାରିବୁ ନାହି ।

ମା ହୋଇ ପିଲା ପାଳି ପାରିବୁ ସ୍ନେହ ମମତା ଦେଇ ପାରିବୁ କିନ୍ତୁ ମା ହୋଇ ପାରିବୁ ନାହି । ମା ଯଦି ହୋଇଥାନ୍ତୁ ତେବେ ମା ଶବ୍ଦ କେଉଁଠି ଆସିଲା ସମସ୍ତେ ତ ମା ହୋଇ ଯାଇଥାନ୍ତେ । ବହୁତ ରିସ୍କ ଥାଏ ସର୍ଜରୀ କରିବାରେ ବାଧ୍ୟ ହୋଇ କରିଥାଉ । ସମାଜରେ ବାଟ ଚାଲିବାକୁ ହେଲେ ଆମେ ସର୍ଜରୀ କରିଥାଉ ନ ହେଲେ ଆମକୁ ଲାଜ ଲାଗେ । ସର୍ଜରୀ କରିଲେ ବହୁତ ବିପଦ ଅଛି ବହୁତ ମେହନତ କରୁଛୁ ବହୁତ ଟଙ୍କା ଖର୍ଚ୍ଚ ହୁଏ ।

ମୋର ବି ବଏଫ୍ରେଣ୍ଡ ଅଛନ୍ତି ଆଜି ଯାଏଁ କିନ୍ତୁ ସେ କେବେ ବି ମୋତେ କିନ୍ନର ଆକ୍ଷେପ ଦେଇ ନାହାନ୍ତି । ସେ ଜାଣିଛନ୍ତି ମୁଁ କିନ୍ନର । ସେ ମୋତେ ବହୁତ ଭଲ ପାଇଛନ୍ତି ଆଉ ଦୁହେଁ ବହୁତ ଖୁସିରେ ଅଛୁ । ତାଙ୍କ ଘରେ ମଧ୍ୟ ମୋତେ ଗ୍ରହଣ କରିଛନ୍ତି । ମାନେ ତାଙ୍କ ପୁଅର ଭଲ ସାଙ୍ଗ ବୋଲି । ଏମିତି ନୁହେଁ କି ମୁଁ ତାଙ୍କ ଘରର ବୋହୂ ହେବି ବୋଲି । ଭଲ ସାଙ୍ଗ ମାନିଛନ୍ତି ଆଗକୁ ଆମେ ଦୁହେଁ ଏକାଠି ଏମିତି ରହିବୁ ସେ ମୋତେ ପ୍ରତିଶ୍ରୁତି ଦେଇଛନ୍ତି” । ବନ୍ଧୁଗଣ ଆପଣ ମାନଙ୍କର କିନ୍ନର ଜଣକ ଦେଇଥିବା ମନ୍ତବ୍ୟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।