ମାତ୍ର ଗୋଟିଏ ପତ୍ର ଆଣ୍ଠୁ ଗଣ୍ଠି ବିନ୍ଧା ପୁରା ଠିକ କରିଦେବ, ଦୂର କରିଥାଏ ପୁରୁଷଙ୍କ ଦୁର୍ବଳତା ! ନିଶ୍ଚୟ ଜାଣି ରଖନ୍ତୁ (Betel Leaf Benefits)

ଆମ ଦେଶରେ ପାନ ଖାଇବା ପରମ୍ପରା ବହୁ ପୁରାତନ । କେହି କେହି ଏହାକୁ ଏକ ଖରାପ ଅଭ୍ଯାସ ବୋଲି ମାନିଥାନ୍ତି । କିନ୍ତୁ ଏହି ପାନପାତ୍ର ବହୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଏହା ପୁରୁଷଙ୍କ ଶକ୍ତିକୁ ବଢାଇବା ସହ ଆମ ପାଚନ କ୍ରିୟାରେ ସାହାଯ୍ୟ କରିଥାଏ, ମୁଖ ଦୁର୍ଗନ୍ଧ ଦୂର କରିଥାଏ, ଦୁର୍ବଳ ଅନୁଭବ ହେବା, ଶରୀରରେ ବ୍ୟଥା ହେବା, ବାତ ରୋଗ, ରକ୍ତ ଅଭାବ ଆଦିକୁ ଭଲ କରିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ସମସ୍ଯା ପାଇଁ ପାନପାତ୍ରର କିପରି ବ୍ୟବହାର କରିବେ ।

ସମସ୍ତ ପ୍ରକାର ବାତ ସମସ୍ଯା ଓ ଦୁର୍ବଳତା ପାଇଁ:

ପାନପାତ୍ର ଆମ ଶରୀର ପାଇଁ ବାଉ ଲାଭଦାୟକ ଅଟେ । ସେହିପରି ପାନରେ ବ୍ଯବହ୍ରୁତ ଚୂନ ମଧ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । କେବଳ କିଡନୀରେ ଷ୍ଟୋନ ହୋଇଥିବା ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ଏହି ଉପଚାର ଆପଣେଇ ପାରିବେ । ଏହାକୁ ଏକ ମାସ ଧରି ଦିନେ ଛାଡି ଦିନେ ପ୍ରୟୋଗ କରନ୍ତୁ । ଏଥିପାଇଁ ରାତିରୁ ଏକ ତମ୍ବା ପାତ୍ରରେ ପାଣି ରଖନ୍ତୁ । ସକାଳୁ ଉଠି ସେହି ପାଣିକୁ ହାଲୁକା ଗରମ କରି ଖାଲିପେଟରେ ପିଇ ଦିଅନ୍ତୁ ।

ଏହାପରେ ଏକ ମିଠା ପାନପାତ୍ର ନିଅନ୍ତୁ ଓ ଏଥିରେ ମାତ୍ର ଏକ ଚାଉଳ ଦାନା ଭଳି ମାତ୍ରାର ଚୂନ ଲଗାଇ ଦିଅନ୍ତୁ । ତା’ପରେ ଏହାକୁ ପାନ ଭଳି ଭାଙ୍ଗି ଦିଅନ୍ତୁ । ଏହି ପାନକୁ ଆପଣ ଧୀରେ ଧୀରେ ଚୋବାଇ ଖାଆନ୍ତୁ । ଶୀଘ୍ର ଖାଇବେ ନାହିଁ ନଚେତ ଚୂନ ଯୋଗୁଁ ଆପଣଙ୍କ ପାଟି ଖାଇ ଯାଇ ପାରେ ।

ଦେଖିବେ ଏପରି ମାସେ କରିବା ଦ୍ଵାରା ଆପଣଙ୍କ ବାତ ବା ଗ୍ଯାସ ଜନିତ ସମସ୍ତ ରୋଗ ଦୂର ହେବାକୁ ଲାଗିବ ଓ ଆପଣ ପୂର୍ବଠାରୁ ଅଧିକ ଫୁର୍ତ୍ତି ଅନୁଭବ କରିବେ । ଶରୀରରେ ରକ୍ତ ହେବା ସହ କ୍ୟାଲସିୟମ ମଧ୍ୟ ବୃଦ୍ଧି ପାଇବ । ଏକ ମାସରୁ ଅଧିକ ଏହାର ବ୍ୟବହାର କରିବେ ।

ପୁରୁଷଙ୍କ ଠାରେ ଦୁର୍ବଳତା ସମସ୍ଯା ପାଇଁ:

ଆଜିକାଲି ମୋବାଇଲରେ ଖରାପ ଭିଡିଓ ଦେଖି ଅନେକ ପୁରୁଷଙ୍କ ଆଭ୍ଯନ୍ତରୀଣ ଶକ୍ତି ହ୍ରାସ ପାଇଲାଣି । ଯାହାଫଳରେ ଏହା ସେମାନଙ୍କ ଯୌନ ଜୀବନ ଉପରେ ପ୍ରଭାବ ପକାଉଛି । ତେବେ ପାନପାତ୍ରର ବ୍ୟବହାର କରି ପୁରୁଷ ମାନେ ନିଜ ଶକ୍ତିକୁ ପୁଣି ଥରେ ଫେରାଇ ଆଣିପାରିବେ । ଏଥିପାଇଁ ଗୋଟିଏ ମିଠା ପାନପତ୍ର ନେଇ ସେଥିରେ ଏକ ଚାମୁଚ ଶୁଦ୍ଧ ମହୁ ଲଗାଇ ଦିଅନ୍ତୁ । ଗୋଟିଏ ରସୁଣ କୋଲର ଚୋପା ଛଡାଇ ତାହାକୁ ଭଲ ଭାବେ ଛେଚି ସେହି ପାନପତ୍ରରେ ରଖି ପାନ ଭାଙ୍ଗି ଦିଅନ୍ତୁ ।

ଏହାକୁ ମଧ୍ୟ ଦିନେ ଛାଡି ଦିନେ ଏକ ମାସ ପର୍ଯ୍ୟନ୍ତ ସକାଳୁ ଖାଲିପେଟରେ ଚୋବାଇ ଖାଆନ୍ତୁ । ଦେଖିବେ ଆପଣଙ୍କ ଶକ୍ତି ଫେରି ଆସିବ । ଏହାସହ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମୁଚ ତ୍ରିଫଳା ଚୂର୍ଣ୍ଣ ମିଶାଇ ପିଅନ୍ତୁ ଦେଖିବେ ନିଶ୍ଚୟ ଫଳଦାୟୀ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।