ଶାଶୁଘର ପାଇଁ ସ୍ଵୟଂ ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହି 5 ନାମର ଝିଅ, ଏମାନଙ୍କ ପାଦ ପଡିବା ମାତ୍ରେ ଘରକୁ ଆସିଥାନ୍ତି ଲକ୍ଷ୍ମୀ (Astrology)

ବିବାହ ପରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ । କେବେ କେବେ ଦେଖିବାକୁ ମିଳେ ଝିଅ ଶାଶୁଘରକୁ ଆସିବା ପରେ ସେଠାରେ ଅଚାନକ ସମସ୍ତଙ୍କ ଉନ୍ନତି ହେବାକୁ ଲାଗେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହା ସେହି ଝିଅଙ୍କ ଶୁଭ ଗ୍ରହ ନକ୍ଷତ୍ରଙ୍କ ଯୋଗୁଁ ହୋଇଥାଏ । ଏହା ବ୍ଯତୀତ କିଛି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ମଧ୍ୟ ନିଜ ସ୍ଵାମୀ ଏବଂ ତାଙ୍କ ପରିବାର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅକ୍ଷର ଗୁଡିକ କ’ଣ ।

D ନାମର ଝିଅମାନେ:

ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର D ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ଏହି ଝିଅମାନେ ଯେଉଁ ଘରକୁ ମଧ୍ୟ ବୋହୂ ହୋଇ ଯାଆନ୍ତି ସେଠାରେ କେବେ ମଧ୍ୟ ଧନ ଦୌଲତର ଅଭାବ ହୋଇ ନଥାଏ । ଏମାନଙ୍କୁ ସ୍ଵୟଂ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଏ । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ପଇସାପତ୍ର ମାମଲାରେ ଅତ୍ୟନ୍ତ ସୌଭାଗ୍ୟଶାଳୀ ସାବିତ ହୁଅନ୍ତି ।

G ନାମର ଝିଅମାନେ:

ସେହିପ୍ରକାର ଯେଉଁ ଝିଅମାନଙ୍କ ନାମ ଇଂରାଜୀ ଅକ୍ଷର G ରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ଶ୍ଵଶୁର ଘର ଲୋକଙ୍କ ପାଇଁ ଖୁବ୍ ଲକି ସାବିତ ହୁଅନ୍ତି । ଏମାନେ ଘରକୁ ପ୍ରବେଶ କରିବା ପରେ କେବଳ ତାଙ୍କ ସ୍ଵାମୀଙ୍କର ନୁହେଁ ବରଂ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନ ଖୁସିରେ ଭରିଯାଏ । ଏମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇ ଥାଏ ।

K ନାମର ଝିଅମାନେ:

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅମାନେ ମଧ୍ୟ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ଏମାନେ ଯେଉଁ ଘରେ ମଧ୍ୟ ବାସ କରନ୍ତି ସେଠାରେ ପ୍ରଚୁର ପରିମାଣରେ ଧନ ଦୌଲତ ଆସିଥାଏ । ଏମାନଙ୍କୁ ଖୁବ୍ ପ୍ରେମ କରୁଥିବା ସ୍ଵାମୀ ଏବଂ ଶାଶୁଘର ମିଳନ୍ତି । ଏପରି ମାନାଯାଏ କି ଏହି ଝିଅମାନେ ଯେଉଁ ଘରେ ମଧ୍ୟ ବିବାହ କରି ଯାଆନ୍ତି ସେଠାରେ କେବେ ହେଲେ କୌଣସି ପ୍ରକାର ସୁଖ ସୁବିଧାର ଅସୁବିଧା ହୋଇ ନଥାଏ ।

L ନାମର ଝିଅମାନେ:

ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ଭାଗ୍ୟଶାଳୀ ବୋଲି ମାନାଯାଏ । ଏମାନେ ଯେଉଁ ଘରକୁ ବିବାହ କରି ଯାଆନ୍ତି ସେଠାକାର ଲୋକଙ୍କୁ କେବେ ହେଲେ ଆର୍ଥିକ ଅଭାବର ସମୁଖୀନ ହେବାକୁ ପଡି ନଥାଏ । ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ । ଏମାନଙ୍କ ଯୋଗୁଁ ସେମାନଙ୍କ ସ୍ଵାମୀଙ୍କ କ୍ଯାରିୟର ଚମକିବାକୁ ଲାଗେ ।

P ନାମର ଝିଅମାନେ:

ଏହି ନାମର ଝିଅଙ୍କ ବୈବାହିକ ଜୀବନ ସୁଖ ଶାନ୍ତିରେ ଭରିଥାଏ । କାରଣ ଏମାନଙ୍କୁ ଖୁବ୍ ଭଲ ପାଉଥିବା ସ୍ଵାମୀ ଏବଂ ଶାଶୁଘର ମିଳେ । ଶାଶୁଘରେ ସମସ୍ତେ ଏମାନଙ୍କୁ ଖୁବ୍ ସମ୍ମାନ କରିଥାନ୍ତି ।  ଏମାନେ ନିଜ ସ୍ଵାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଅତ୍ୟନ୍ତ ଲକି ସାବ୍ୟସ୍ତ ହୋଇଥାନ୍ତି । ବିବାହ ପରେ ଏମାନଙ୍କ ଶାଶୁଘର ଲୋକଙ୍କ ଉନ୍ନତି ହେବାକୁ ଲାଗେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।