PCOS ଥିଲେ କ’ଣ ଖାଇବେ ଓ କ’ଣ ନାହିଁ ? ଏନେଇ ଜାଣନ୍ତୁ Dietician Sushree Tapaswini Das ଙ୍କ ଠାରୁ କିଛି ଜାଣିବା କଥା

PCOS ବା Polycystic Ovarian Syndrome ଯାହାକି ଆଜିକାଲି ପ୍ରତ୍ଯେକ ୫ଜଣ ମହିଳାଙ୍କ ମଧ୍ୟରେ ଜଣଙ୍କ ଠାରେ ଦେଖାଯାଉଛି । ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁଁ ଏଭଳି ସମସ୍ଯା ଦେଖାଦେଉଛି । ତେବେ ପିସିଓଏସ ନିୟନ୍ତ୍ରଣରେ ଖାଦ୍ୟପେୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ କଣ ଖାଇବା ଆବଶ୍ୟକ ତାହା ଜାଣି ରଖିବା ଉଚିତ । ତେବେ ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ଡାଏଟିସିଆନ ସୁଶ୍ରୀ ତପସ୍ଵିନୀ ଦାସଙ୍କ ଠାରୁ ।

ସକାଳୁ ଡେରିରେ ଉଠିବା ଦ୍ଵାରା ଆମ ଶରୀରକୁ ସଠିକ ଭାବେ ଅକ୍ସିଜେନ ମିଳିପାରେ ନାହିଁ । ସକାଳୁ ଖାଲିପେଟରେ ପାଣି ପିଇବା ଦ୍ଵାରା ଆମ ଶରୀରର ଆଭ୍ଯନ୍ତରୀଣ ଭାଗ ଭଲ ଭାବେ ପରିଷ୍କାର ହୋଇଥାଏ । ସେହିପରି ଦିନସାରା ଶରୀରକୁ ସକ୍ରିୟ ରଖିବା ଦ୍ଵାରା ଆମ ଶରୀରରେ କୌଣସି ପ୍ରକାର ସିଷ୍ଟ ବା ଇନଫେକ୍ସନ ହୋଇ ନଥାଏ । କିନ୍ତୁ ଆଜିକାଲି ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ମହିଳା ମାନଙ୍କର ଶାରୀରିକ ପରିଶ୍ରମ ବହୁତ କମ୍ ହୋଇଗଲାଣି ।

ଆଗପରି ବହୁତ କମ ମହିଳା ସକାଳୁ ଉଠୁଛନ୍ତି ଏବଂ ସବୁଠୁ ମୁଖ୍ୟ କାରଣ ହେଉଛି ଖାଦ୍ୟପେୟ । ଆଜିକାଲି ସମସ୍ତେ ଅତ୍ୟଧିକ ପରିମାଣରେ ବାହାରର ଖାଦ୍ଯ ଖାଉଛନ୍ତି । ସେହିପରି ଆଉ ଦୁଇ ମୁଖ୍ୟ କାରଣ ହେଉଛି ଷ୍ଟ୍ରେସ ବା ଟେନସନ ନେବା ରାତିରେ ଭଲ ଭାବେ ନିଦ୍ରା ନଯିବା । ଟେନସନ ନେବା ଦ୍ଵାରା ହରମୋନରେ ଅସନ୍ତୁଳନତା ଦେଖା ଦେଇଥାଏ । ଏହିଭଳି ଅନିୟନ୍ତ୍ରିତ ଜୀବନ ଶୈଳୀ ଯୋଗୁଁ ପିସିଓଏସ ଭଳି ସମସ୍ଯା ଦେଖାଦେଉଛି ।

ପିସିଓଏସ ରେ ହରମୋନ ଅସନ୍ତୁଳନ ହୋଇଥାଏ ଏବଂ ଇନସୁଲିନ ଠିକ ଭାବେ କାମ କରି ନଥାଏ । ଯାହାଫଳରେ ଆମ ରକ୍ତରେ ଶର୍କରା ସ୍ତର ଏବଂ ଫ୍ୟାଟ ଟିସୁ ଗୁଡିକ ବୃଦ୍ଧି ପାଇଥାଏ । ଯାହାଫଳରେ ବଳଦ ସୁଗାର ବଢେ, ଫ୍ୟାଟ ବଢିବାକୁ ଲାଗେ । ସେଥିପାଇଁ ଏହି ସମୟରେ ଆମକୁ କମ କ୍ୟାଲୋରିଯୁକ୍ତ ଖାଦ୍ଯ, କମ୍ ଚର୍ବିଯୁକ୍ତ ଖାଦ୍ଯ ଏବଂ ଟ୍ରାନ୍ସ ଫ୍ୟାଟ ଥିବା ସମସ୍ତ ଖାଦ୍ଯ ପଦାର୍ଥ ଠାରୁ ଦୂରେଇ ରହିବା ଉଚିତ ।

ବାରମ୍ବାର ତେଲରେ ଛଣା ଯାଇଥିବା ଜିନିଷ, ଚିପ୍ସ, ମିକ୍ସର ଆଦି ଖାଦ୍ଯ ଖାଇବା ଉଚିତ ନୁହେଁ । ଯେତେ ପରିମାଣରେ ଫାଇବାର ଯୁକ୍ତ ଖାଦ୍ଯ ଖାଇବେ ସେତେ ଆପଣଙ୍କ ପାଇଁ ଭଲ ହେବ । ସମସ୍ତ ପ୍ରକାର ପରିବା, ଡାଲି, ଫଳମୂଳ ଆଦି ଖାଇବା ଦ୍ଵାରା ପିସିଓଏସ ନିୟନ୍ତ୍ରଣ ହୋଇପାରିବ । ଏହିସବୁ ଜିନିଷ ଖାଇବା ଦ୍ଵାରା ଶୀଘ୍ର ଭୋକ ଲାଗି ନଥାଏ ଆମ ଶରୀରରେ ଚର୍ବି ମଧ୍ୟ ଜମା ହୋଇ ନଥାଏ ।

ଏହାସହ ଆମ ଶରୀର ପାଇଁ ଭଲ ପ୍ରୋଟିନ ଯଥା ଅଣ୍ଡାର ଧଳାଭାଗ, ଛୋଟ ମାଛ, ଚିକେନ ବହୁତ କମ ମାତ୍ରାରେ, ଛେନା, ସୋୟାବଡି, ଆଲମଣ୍ଡ, ବାଦାମ ଅଳ୍ପ, କିସମିସ ମଧ୍ୟ ଖୁବ କମ ମାତ୍ରାରେ ନେଇପାରିବେ । ସେହିପରି ଆବଶ୍ୟକ ଅନୁସାରେ କ୍ୟାଲସିୟମ, ଭିଟାମିନ ବି୧୨, ଫଲିକ ଏସିଡ ଏବଂ ଆଇରନ ମଧ୍ୟ ନେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।