ଆଉ ଜଣଙ୍କୁ ସାହାର୍ଯ୍ୟର ହାତ ବଢାଇଲେ ସବ୍ୟସାଚୀ, ଏମିତି ବନିଲେ ବିପଦ ସମୟରେ ସାହାରା

ପେଟପୋଷିବା ପାଇଁ ପିଲାଛିଆଙ୍କୁ ଛାଡି ଗୁଜୁରାଟ ଯାଇଥିଲେ । କିନ୍ତୁ କୋରୋନା ମହାମାରୀ ପାଇଁ କମ୍ପାନୀ ବନ୍ଦ ହୋଇଗଲା ଓ ଦରମା ମିଳିଲାନି । ନା ଘରକୁ ଫେରି ପାରିଲେ ନା ପିଲା ଛୁଆଙ୍କୁ ପଇସା ପଠେଇ ପାରିଲେ ଏହି କଥା ଚିନ୍ତା କରି କରି ମାନସିକ ଭାରସାମ୍ୟ ହରାଇଛନ୍ତି । ସେ ପାଗଳ ପ୍ରାୟ ଘୁରି ବୁଲୁଥିଲେ ତାଙ୍କର ସମ୍ପର୍କୀୟ ମାନେ ତାଙ୍କ ସାଥିରେ ରହୁଥିଲେ ଓ ତାଙ୍କୁ ଗୋଟେ ଘରେ ବନ୍ଦ କରି ରଖିଛନ୍ତି ନା ଠିକ ସେ ଖାଉଛନ୍ତି  ନ କିଛି ଚିନ୍ତା କରିପାରୁଛନ୍ତି ।

ସେ ହେଉଛନ୍ତି ବଲାଙ୍ଗୀରି ଜିଲ୍ଲା ସଇଁତାଳ ବ୍ଲକ ଗୁଡାବାହାଲ ଅଞ୍ଚଳର ହାଡୁ କୁମାର । ଆଉ ଏହି ପରିସ୍ଥିତିରେ ସେ ଗୁଜୁରାଟର ମୁରବି ସହରରେ ବହୁତ ଦୁଖଦ ଅବସ୍ଥାରେ ଗୋଟେ ଘରେ ପଡି ରହିଛନ୍ତି । ତାଙ୍କ ସହିତ ତାଙ୍କର ଜଣେ ସମ୍ପର୍କୀୟ ଭଣଜା ରହୁଛନ୍ତି ସେ ହେଉଛନ୍ତି ନୀଳକଣ୍ଠ । ଏମିତି ଅବସ୍ଥାରେ ସେ କଣ କରିବେ ଭବିପାରୁନଥିଲେ  କିନ୍ତୁ ସବ୍ୟସାଚୀ ଏବେ ସହାୟତାର ହାତ ବଢାଇଛନ୍ତି ।

ସେ ତାଙ୍କ ସହ ଭିଡିଓ କଲରେ କଥା ହୋଇ ତାଙ୍କୁ ଓଡିଶା ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି ଏହା ସହିତ ହାଡୁଙ୍କର ସବୁ ଚିକିତ୍ସାର ଖର୍ଚ ବହନ କରି ତାଙ୍କୁ ରାଞ୍ଚି ପଠାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ତାଙ୍କର ପିଲାଛୁଆଙ୍କର ସବୁ ପାଠପଢାର ଦାଇତ୍ଵ ନେବେ ବୋଲି କହିଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।