ଭୁବନେଶ୍ବରରେ ଯୁବକକୁ ଗଛରେ ବାନ୍ଧି ବାଡେଇଲେ, ପାଣି ମାଗିବାରୁ ମୁହଁରେ କରିଲେ ପରିସ୍ରା

ଆଜିକାଲି ଏମିତି କିଛି ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିପରି ଏକ ଘଟଣା ଘଟିଛି ଭୁବନେଶ୍ଵରରେ । ଆସନ୍ତୁ ଜାଣିବା ଏହି ଘଟଣାଟି । ଭୁବନେଶ୍ଵରରେ ଗୋଟିଏ ଯୁବକକୁ ଗଛରେ ବାନ୍ଧି ବାଡେଇଛନ୍ତି । ଜଣେ ଗିରଫ ଓ ଅନ୍ୟ ଲୋକଙ୍କୁ ଖୋଜୁଛି ପୋଲିସ । ଆମ ରାଜଧାନୀ ଭୁବନେଶ୍ଵର ଠାରୁ କିଛି କିଲୋମିଟର ଦୂରରେ ଏହି ଘଟଣା ଘଟିଛି । କଇପାଦର ଗାଁରେ ଏହି ଅମାନୁଷିକ ଘଟଣା ଘଟିଛି । ଏହି ଗାଁ ରେ ତିନୋଟି ଲୋକ ଏକ ଯୁବକକୁ ଗଛରେ ବାନ୍ଧି ଠେଙ୍ଗାରେ ପିଟିଛନ୍ତି ଓ ପାଣି ମାଗିବାରୁ ତା’ ମୁହଁରେ ପରିଶ୍ରା କରିଛନ୍ତି ।

ଏହି ଘଟଣାଟି ୧୮ ଡିସେମ୍ବରରେ ହୋଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ସୂତ୍ର ଅନୁସାରେ କଇପାଦର ଗାଁର ତିନୋଟି ଲୋକ ବାଙ୍ଗିଡା ଗାଁର ଜଣେ ଯୁବକକୁ ଦେଖା କରିବା ବାହାନାରେ ଡ଼ାକିଥିଲେ । ଯୁବକ ଜଣକ ଯେତେବେଳେ କଇପାଦର ଗାଁରେ ପହଞ୍ଚିଥିଲା, ଆରୋପିମାନେ ତାକୁ ଧରି ଗଛରେ ବାନ୍ଧିଥିଲେ ଓ ଠେଙ୍ଗାରେ ପିଟି ଥିଲେ । ସେଥିରେ ମଧ୍ୟ ତାଙ୍କର ମନ ଶାନ୍ତି ହେଲା ନାହିଁ ।

ଏତେ ପିଟିବା ପରେ ଯେତେବେଳେ ଯୁବକ ଜଣକ ସେମାନଙ୍କୁ ପାଣି ମାଗିଥିଲା, ସେମାନେ ପାଣି ବଦଳରେ ତା ମୁହଁରେ ପରିଶ୍ରା କରିଥିଲେ । ପିଟିବା ପରେ ତାକୁ ଗାଳି ମଧ୍ୟ ଦେଇଥିଲେ । ଗାଁ ଲୋକଙ୍କ ମତରେ ଯୁବକ ଉପରେ ହୋଇଥିବା ଆକ୍ରମଣ କୌଣସି ପ୍ରେମ ସମ୍ବନ୍ଧ ପାଇଁ ହୋଇଥିଲା ।

ଏହି ଘଟଣାଟି ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓଟି ଦୃତ ଗତିରେ ଭାଇରାଲ ହେବାକୁ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିଛି । ଖୋରଡା ପୋଲିସର ଏସିପି ଅଜୟ ପ୍ରତାପ ସ୍ଵେନ କହିଛନ୍ତି, ଏହି ମାମଲାକୁ ଋଜୁ କରାଯାଇଛି । ରାଜେନ୍ଦ୍ର ଭୂୟାଁ ନାମକ ଆରୋପିକୁ ଗିରଫ କରଯାଇଛି । ଏହି କେସ ସମ୍ବନ୍ଧିତ ଅନ୍ୟ ଦୁଇ ଆରୋପିଙ୍କୁ ଖୋଜା ଚାଲିଛି ।