ବାସୀ ରୁଟି ଖାଉଛନ୍ତି କି ? ଏହି ତଥ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ, ଆପଣଙ୍କୁ ରୋଡପତିରୁ କୋଟିପତି କରିଦେବ ବାସୀ ରୁଟି !

ଘରେ ତିଆରି ହେଉଥିବା ଖାଦ୍ଯ ଅନେକ ସମୟରେ ବଳକା ହୋଇଯାଏ । ଆଉ ବାସୀ ଜିନିଷ କେହି ଖାଇବାକୁ ଇଚ୍ଛା କରନ୍ତି ନାହିଁ । କିନ୍ତୁ ଆପଣଙ୍କ ଘରେ ଯଦି ରୁଟି ବଳିଯାଇଛି ତେବେ ଏହା ଆପଣଙ୍କୁ କୋଟିପତି କରି ଦେଇପାରିବ । ଏହାସହ ରୋଷେଇ ଘରେ ଏମିତି କିଛି ଭୁଲ ରହିଛି ଯାହା କେବେବି କରିବା ଉଚିତ ନୁହେଁ । ନଚେତ ଯେତେ ବି ଧନୀ ହୋଇଥାନ୍ତି ଆପଣ ନିଧନ ହୋଇଯିବେ । ତେବେ ଆସନ୍ତୁ ଜାଣିବା ରୋଷେଇ ଘର ସହ ଜଡିତ କିଛି ବିଶେଷ କଥା ।

ସ୍ନାନ ନକରି ହାତମୁହଁ ନଧୋଇ ରୋଷେଇ କରିବା ଉଚିତ ନୁହେଁ । ଏହାସହ ଖାଦ୍ୟ ପ୍ରସ୍ତୁତି ସମୟରେ ଚୁଟି, ମୁହଁ, ନାକ ଆଦିରେ ଲାଗିବା ଦ୍ଵାରା ମଧ୍ୟ ଖାଦ୍ଯ ଦୂଷିତ ହୋଇଥାଏ । ଏଭଳି ଖାଦ୍ଯ ଖାଇଲେ ରୋଗ ହେବାସହ ମା’ ଅନ୍ନପୂର୍ଣ୍ଣା ମଧ୍ୟ ରାଗିଯାନ୍ତି । ଏପରି ଘରେ ଦରିଦ୍ରତା ବାସ କରିଥାଏ । ଏହାସହ ରୋଷେଇ ଘର ଅପରିଷ୍କାର ରଖିବା ଦ୍ଵାରା ମଧ୍ୟ ମା ଅନ୍ନପୂର୍ଣ୍ଣାଙ୍କ ସହ ଶନିଦେବ ମଧ୍ୟ ରାଗିଯାନ୍ତି । ଯାହାର ଖରାପ ପ୍ରଭାବ ପୁରା ଘରର ସଦସ୍ୟଙ୍କ ଉପରେ ପଡିଥାଏ ଓ ସଫଳତା ମିଳି ନଥାଏ ।

ରୋଷେଇ ଘରେ ଅଧିକ ଧାରୁଆ ଜିନିଷ ରଖିବା ଦ୍ଵାରା ପରିବାରରେ ଝଗଡା ସୃଷ୍ଟି ହୋଇଥାଏ ଓ ଘରେ ନକରାତ୍ମକତା ବାସ କରିଥାଏ । ତେଣୁ ବ୍ୟବହାର କରୁଥିବା ଗୋଟିଏ କିମ୍ବା ଦୁଇଟି ଛୁରିକୁ ଛାଡି ଅନ୍ୟସବୁ ଧାରୁଆ ଜିନିଷ ରୋଷେଇ ଘରୁ ବାହାର କରିଦେବା ଉଚିତ । ଏହାସହ ରୋଷେଇ ଘର ସାମ୍ନାରେ ଜୋତା, ଚପଲ ଓ ଝାଡୁ ଆଦି ରଖିବା ଉଚିତ ନୁହେଁ କି ଏଣେତେଣେ ପକାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ଘରେ ଘୋର ଅନର୍ଥ ହୋଇଥାଏ ।

ସେହିପରି ରୋଷେଇ କରିବା ବେଳେ ଖାଦ୍ୟକୁ ଅଇଁଠା କରିବା ଉଚିତ ନୁହେଁ । ଏହା ଅନ୍ନର ଅପମାନ ହୋଇଥାଏ ଓ ଘରର ସୁଖଶାନ୍ତି ଭାଙ୍ଗିଯାଏ । ଖାଦ୍ଯରେ ବାରମ୍ବାର ଚୁଟି ବାହାରିବା ଯୋଗୁଁ ମଧ୍ୟ ରାହୁ-କେତୁଙ୍କ ପ୍ରଭାବ ପଡିଥାଏ । ଏହାଦ୍ବାରା ଘରର ଅନର୍ଥ ହେବାସହ ସହ ଭୟଙ୍କର ରୋଗର ସାମ୍ନା କରିବାକୁ ପଡିଥାଏ । ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଦର୍ପଣ ଲାଗାଇବା ଉଚିତ ନୁହେଁ ।

ଅନେକ ମହିଳା ଚକଟା ଅଟାକୁ ବଳେଇ ଫ୍ରିଜରେ ରଖିଦିଅନ୍ତି ଓ ପରେ ଏହାକୁ ରୁଟି ବନାଇବା ପାଇଁ ବ୍ୟବହାର କରନ୍ତି । ବସ୍ତୁ ଅନୁସାରେ ଏଭଳି କରିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ମଧ୍ୟ ଶନି ଓ ରାହୁଙ୍କ ନକରାତ୍ମକ ପ୍ରଭାବ ପଡିଥାଏ ଏବଂ ଜୀବନରେ ଅନେକ ସମସ୍ଯା ଦେଖା ଦେଇଥାଏ । ବାସୀ ଖାଦ୍ଯ ସାଧାରଣତଃ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ ।

କିନ୍ତୁ ବାସୀ ରୁଟି ଆମ ସ୍ୱାସ୍ଥ୍ୟ ଏବଂ ଭାଗ୍ୟ ଉପରେ ଖୁବ ଭଲ ପ୍ରଭାବ ପକାଇଥାଏ । ଏଥିରେ ଫାଇବରର ମାତ୍ରା ଅଧିକ ଥିବାରୁ ହଜମକ୍ରିୟା ପାଇଁ ବାସୀ ରୁଟି କୌଣସି ଚମତ୍କାର ଠାରୁ କମ୍ ନୁହେଁ । ବାସୀ ରୁଟି ଖାଇବା ଦ୍ଵାରା ଗ୍ଯାସ ଓ ପେଟ ଫୁଲିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ତେଣୁ ସ୍ୱାସ୍ଥ୍ୟ ପାଇଁ ବାସୀ ରୁଟି କୌଣସି ବରଦାନ ଠାରୁ କମ୍ ନୁହେଁ । ଶାସ୍ତ୍ର ଅନୁସାରେ ଖରାପ ହୋଇ ଯାଇଥିବା ଭୋଜନ ଖାଇବା ଉଚିତ ନୁହେଁ ।

କିନ୍ତୁ ଭୋଜନ ଯେପର୍ଯ୍ୟନ୍ତ ଖାଇବା ଉପଯୋଗୀ ଥାଏ ତାହା ଖାଇବା ଖରାପ ହୋଇ ନଥାଏ । ଭୋଜନ ବାସୀ ହେଲେ ମଧ୍ୟ ଯଦି ଖଦ୍ୟୋପଯୋଗୀ ଥାଏ ଏବଂ ଯେଉଁ ଭକ୍ତି ଏହାକୁ ଫୋପାଡି ନଥାଏ ବା ସମ୍ମାନ ଦେଇଥାଏ, ମାତା ଅନ୍ନପୂର୍ଣ୍ଣା ତାଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।