କେତେ ସମୟ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ ? କେଉଁ ରାଶି ସୂର୍ଯ୍ୟପରାଗ ଦେଖିବା ଲାଭଦାୟକ ଓ କେଉଁ ରାଶି ପାଇଁ ହାନିକାରକ ? (Solar Eclipse 2022)

ସୂର୍ଯ୍ୟପରାଗ ଏକ ମହାଜାଗତିକ ତଥା ପ୍ରାକୃତିକ ଘଟଣା ଅଟେ । ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ଦେଇ ଚନ୍ଦ୍ର ଅତିକ୍ରମ କରିଥାଏ, ସେହି ସମୟରେ କିଛି ସମୟ ପାଇଁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଏକ ସରଳରେଖାରେ ରହିଥାନ୍ତି । ଏହା ଯୋଗୁଁ ପୃଥିବୀର ଗୋଟିଏ ପାର୍ଶ୍ଵରେ ଚନ୍ଦ୍ରର ଛାଇ ପଡିଥାଏ, ଏହି ପ୍ରାକୃତିକ ଘଟଣାକୁ ସୂର୍ଯ୍ୟପରାଗ ବୋଲି କୁହାଯାଏ । ଆଜି ଭାରତ ସମେତ ଅନ୍ୟ କିଛି ଦେଶରେ ଦେଖିବାକୁ ମିଳିବ ଏହି ଜାଗତିକ ଦୃଶ୍ୟ ।

ଚଳିତ ବର୍ଷର ଏହି ଶେଷ ସୂର୍ଯ୍ୟପରାଗ ଭାରତରେ ଆଂଶିକ ଭାବେ ଦୃଶ୍ୟମାନ ହେବାକୁ ଯାଉଛି ଏହି ପରାଗ । ସୂର୍ଯ୍ୟପରାଗ ଓଡିଶାରେ ୪:୫୫ ମିନିଟରେ ଦୃଶ୍ୟମାନ ହେବ । ଭୁବନେଶ୍ବରରେ ଏହା ୪:୫୭ ମିନିଟରେ ଦୃଶ୍ୟମାନ ହେବାସହ ୨୦ ମିନିଟ ପାଇଁ ଦେଖିବାକୁ ମିଳିବ ଏହି ମହାଜାଗତିକ ଦୃଶ୍ୟ । ସୂର୍ଯ୍ୟପରାଗକୁ ନେଇ ହିନ୍ଦୁଧର୍ମରେ ବିଭିନ୍ନ ନୀତିକାନ୍ତି, କଟକଣା ଓ ଲୋକବିଶ୍ଵାସ ରହିଛି ।

ଏଥିପାଇଁ ମଙ୍ଗଳବାର ସୂର୍ଯ୍ୟ ଉଦୟ ପୂର୍ବରୁ ପାକ ନିଷେଧ ରହିଛି ଏବଂ ବୁଧବାର ଶୌଧ ହେବାପରେ ଯାଇ ଖାଦ୍ୟଗ୍ରହଣ କରିପାରିବେ । ପରାଗ ସମୟରେ ସିଧାସଳଖ ସୂର୍ଯ୍ୟକୁ ଦେଖିବା ଅନୁଚିତ । ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତି ସୂର୍ଯ୍ୟପରାଗ ଦେଖିବା ଲାଭବାନ ହେବ ।

କିନ୍ତୁ କର୍କଟ, ବିଛା, ଧନୁ ଏବଂ ମୀନଙ୍କ ପାଇଁ ଏହା ଅଶୁଭ ଫଳ ଦେବ । ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଅପରାହ୍ନ ୬:୫୬ ମିନିଟ ୫୨ ସେକେଣ୍ଡ ସ୍ପର୍ଶ କରିବ ପରାଗ ଏବଂ ସନ୍ଧ୍ୟା ୬:୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ । ତେବେ ଏହି ସମୟରେ ଦେବ ଦର୍ଶନ ବନ୍ଦ ରହିବ ନାହିଁ । ପରମ୍ପରା ଓ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଖାଦ୍ୟ ଉପରେ କଟକଣା ଥିବାବେଳେ ଏହାର କୌଣସି ବିଜ୍ଞାନ ସମ୍ମତ କାରଣ ନଥିବା ବୈଜ୍ଞାନିକ କୁହନ୍ତି ।

ତେବେ ଖାଲି ଆଖିରେ ପରାଗ ନଦେଖିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏପରିକି ଆଂଶିକ ସୂର୍ଯ୍ୟପରାଗରେ ମଧ୍ୟ ଯେଉଁ ରଶ୍ମି ନିର୍ଗତ ହୁଏ, ତାହା ସିଧାସଳଖ ଆଖିରେ ଦୃଷ୍ଟିଶକ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।