ସନ୍ଧ୍ୟା ସମୟରେ ଘରର କବାଟ ବନ୍ଦ ରଖିଲେ କେଉଁ ସମସ୍ଯା ଦେଖାଦିଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଆମ ଜୀବନକୁ ସୁଖମୟ କରିବା ପାଇଁ ଆସନ୍ତୁ ଜାଣିବା କିଛି ଶାସ୍ତ୍ର ଲିଖିତ ଅନୁଚିନ୍ତା ବିଷୟରେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସକାଳେ ଠାକୁର ପୂଜା କରିବା ସମୟରେ ଦୀପରେ ଦୁଇଟି ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଯଦି ଘରର କୌଣସି ସଦସ୍ୟ ରୋଗଗ୍ରସ୍ତ ହେଉଥାନ୍ତି ତେବେ ସାତୋଟି ଲବଙ୍ଗ ଜଳାଇ ଚାରିଦିନକୁ ଥରେ ଘରର କୌଣସି କୋଣରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ଯଦି ଅଧିକ ପରିଶ୍ରମ ପରେବି ଆର୍ଥିକ ସ୍ଥିତି ଖରାପ ରହୁଥାଏ ତେବେ ସାତୋଟି ଲବଙ୍ଗ ଏବଂ ସାତୋଟି ଗୋଲମରିଚକୁ ମୁଣ୍ଡ ଚାରିପଟେ ସାତଥର ବୁଲାଇ ନିର୍ଜନ ସ୍ଥାନରେ ଚାରିଦିଗକୁ ପକାଇବା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ଯଦି କୌଣସି କାର୍ଯ୍ୟରେ ବାରମ୍ବାର ବାଧା ଆସୁଥାଏ କିମ୍ବା ଅସଫଳ ହେଉଥାଏ ତେବେ ପାନପାତ୍ରରେ ଲବଙ୍ଗ, ଗୁଜୁରାତି ଏବଂ ଗୁଆକୁ ଗୁଡାଇ  ଗଣେଶଙ୍କୁ ଅର୍ପଣ କଲେ କାର୍ଯ୍ୟ ସଫଳ ହୋଇଥାଏ ।

ଘରେ କେବେବି କୌଣସି ଶୁଖି ଯାଇଥିବା ଗଛ କିମ୍ବା ଶୁଖି ଯାଇଥିବା ତୁଳସୀ ଗଛ ରଖିବା ଉଚିତ ନୁହେଁ, ଏହାଦ୍ବାରା ଘରେ ସଙ୍କଟ ଦେଖା ଦେଇଥାଏ । ଘର ଭିତରେ କେବେବି କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ ।

ଘରେ କେବେବି ଠାକୁରଙ୍କ ଭାଙ୍ଗି ଯାଇଥିବା ମୂର୍ତ୍ତି ପୂଜା କରିବା ଉଚିତ ନୁହେଁ କିମ୍ବା ଘରେ ରଖିବା ଉଚିତ ନୁହେଁ, ଏହାଦ୍ବାରା ଅଯଥା ଖର୍ଚ୍ଚ ବୃଦ୍ଧି ହେବାସହ ଧନ ସଞ୍ଚୟ ହୋଇ ପାରିନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କାନ୍ଥରେ ଫାଟ ଦେଖାଦେବା ଅଶୁଭ ହୋଇଥାଏ ଏବଂ ଏହାଦ୍ବାରା ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ହୋଇଥାଏ ।

ତେଣୁ ତୁରନ୍ତ ମରାମତି କରିବା ମଙ୍ଗଳକାରୀ ହୋଇଥାଏ । ଘରର ଉତ୍ତର ଦିଗରେ କେବେବି ରୋଷେଇ ଘର କରିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ । ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ଵାର କେବେବି ବନ୍ଦ କରିବା ଉଚିତ ନୁହେଁ, ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇ ନଥାଏ ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ ।

ସନ୍ଧ୍ଯା ସମୟରେ କେବେବି କାହାକୁ ରସୁଣ, ପିଆଜ, ଲୁଣ କିମ୍ବା କୌଣସି ଖଟା ଜିନିଷ ଦେବା ଉଚିତ ନୁହେଁ । ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ସନ୍ଧ୍ୟା ସମୟରେ କେବେବି ପଇସା ଧାରକରଜ ଦେବା କିମ୍ବା ନେବା ଉଚିତ ନୁହେଁ । ଏହାଦ୍ବ୍ରା ପଇସା ଫେରାଇବା ଏବଂ ଫେରି ପାଇବାର ସମ୍ଭାବନା କମ୍ ରହିଥାଏ । ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ, ଏହାଦ୍ବାରା ଅର୍ଥହାନି ହେବାସହ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।

ଘରର ମୁଖ୍ୟଦ୍ଵାରରେ ଅଳିଆ ଆବର୍ଜନା ରଖିବା ଉଚିତ ନୁହେଁ କିମ୍ବା ଡଷ୍ଟବିନ ରଖିବା ଉଚିତ ନୁହେଁ । ଏହା ଶୁଭ ହେବାସହ ଦରିଦ୍ରତା ବୃଦ୍ଧି ହୋଇଥାଏ । ଖଟ ଉପରେ ବସି ଖାଦ୍ଯ ଖାଇବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ସୁଖସମୃଦ୍ଧି ପ୍ରାପ୍ତ ହେବାରେ ବିଘ୍ନ ଆସିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।