୬୨ ବର୍ଷର ବୁଢାକୁ ବିବାହ କରିଛି ୧୮ ବର୍ଷର ଝିଅ, ଯାହାର ଅଛନ୍ତି ୯ ଜଣ ନାତି ନାତୁଣୀ

ଆଜିର ଦୁନିଆରେ ବିବାହ ଉପରେ ବୟସ ସୀମାର କୌଣସି ଫରକ ପଡି ନଥାଏ । ବୟସ ଅନୁଯାୟୀ ଝିଅ ର କମ୍ ଓ ପୁଅ ର ଅଧିକ ହେଇଥିବା ଦରକାର । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣି ଆପଣ ଚକିତ ହୋଇଯିବେ । ଗୋଟିଏ ୬୨ ବର୍ଷର ବୁଢା କୁ ୧୮ ବର୍ଷ ଝିଅ ସହ ପ୍ରେମ ହେଇଯାଉଛି, କେବଳ ସେତିକି ନୁହେଁ ସେହି ଝିଅକୁ ମଧ୍ୟ ୬୨ ବର୍ଷର ବୁଢା ସହ ପ୍ରେମ ହୋଇଯାଇଛି ଯାହା ଫଳରେ ଝିଅଟି ସେହି ୬୨ ବର୍ଷ ର ବୁଢାକୁ ବିବାହ କରିଛି ।

ଏହି ଘଟଣାଟି ଇଣ୍ଡୋନେସିଆରେ ଘଟିଛି । ସେହି ୬୨ ବର୍ଷର ବୁଢା ହେଉଛନ୍ତି ସୁଲେମାନ ସାଙ୍ଗାମ୍ପା । ସେ ତାଙ୍କ ଠାରୁ ୪୪ ବର୍ଷ କମ୍ ଝିଅ ସହ ପ୍ରେମ କରିଛନ୍ତି ଓ ତାକୁ ବିବାହ ମଧ୍ୟ କରିଛନ୍ତି କିନ୍ତୁ ସୁଲେମାନ ପୂର୍ବରୁ ବିବାହିତ ଅଟନ୍ତି ଓ ତାଙ୍କର ୫ ଟି ପିଲା ମଧ୍ୟ ଅଛନ୍ତି । ଖାଲି ସେତିକି ନୁହେଁ ୬୨ ବର୍ଷର ସୁଲେମାନ ୯ ଟି ପିଲାଙ୍କର ଜେଜେ ମଧ୍ୟ ଅଟନ୍ତି ।

ଏହା ସତ୍ତ୍ୱେ ସୁଲେମାନଙ୍କର ମନ ଡାୟନା ଡାଏଙ୍ଗ ନଗନିୟାଙ୍ଗଙ୍କ ପ୍ରତି ଆସିଯାଇଥିଲା । ଡାୟନା ମଧ୍ୟ ସୁଲେମାନଙ୍କୁ ଭଲ ପାଇ ବସିଲେ । ସୁଲେମାନଙ୍କର ପ୍ରଥମ ପତ୍ନୀଙ୍କର ଦେହାନ୍ତ ହୋଇଯାଇଛି । ସେଥିପାଇଁ ସୁଲେମାନ ଡାୟନାଙ୍କୁ ନିଜ ପ୍ରେମ ବିଷୟରେ କହିଲେ । ଡାୟନା ମଧ୍ୟ ଖୁସିରେ ସୁଲେମାନଙ୍କ ପ୍ରେମକୁ ସ୍ଵୀକାର କରି ନେଲେ ।

କିନ୍ତୁ ବିବାହ କରିବା ବହୁତ କଠିନ ଥିଲା, ପରିବାର ଲୋକ ଏହି ବାହାଘର ପାଇଁ ରାଜି ନଥିଲେ । ହେଲେ ଏହି ଦୁଇ ଜଣ ସମସ୍ତ ପରିବାର ଲୋକଙ୍କୁ ମନେଇ ସମସ୍ତଙ୍କ ସାମ୍ନାରେ ବିବାହ କରିଲେ ଓ ସାତ ଜନ୍ମର ବନ୍ଧନରେ ବାନ୍ଧିହୋଇଗଲେ । ସୁଲେମାନ ଚାହାଁନ୍ତି ଡାୟନା ଓ ତାଙ୍କର ଗୋଟିଏ ପିଲା ହେଉ ଯାହାଦ୍ୱାରା ସେ ତାଙ୍କର ଆଗାମୀ ଜୀବନ ଖୁସିରେ କାଟି ପାରିବେ । ଲୋକମାନେ ଠିକ କୁହନ୍ତି, ପ୍ରେମ ନା ବୟସ ସୀମା ଦେଖିଥାଏ ନା ଧନୀ ଗରିବ ।