୭ ବର୍ଷ ପରେ କେଉଁଠି ଅଛି ନିର୍ଭୟାର ନାବାଳିକ ଅପରାଧୀ, ସେ ହିଁ କରିଥିଲା ସବୁଠୁ ଖରାପ, କେମିତି କାଟୁଛି ସେ ଜୀବନ

ତେଲେଙ୍ଗାନା ର ହାଇଦ୍ରାବାଦରେ ୨୬ ବର୍ଷୀୟ  ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ସହ ଦୁଷ୍କର୍ମ କରିଥିବା ଆରୋପି ମାନଙ୍କୁ ପୋଲିସ କଲା ସିଧା ଏନକାଉଣ୍ଟର । ଅପରାଧୀ ପ୍ରିୟଙ୍କା ରେଡ୍ଡୀଙ୍କୁ ରେପ୍ କରିବା ସହ ହତ୍ୟା କରିଥିଲେ । ଯାହାଫଳରେ ପୋଲିସ ୧୦ ଦିନ ମଧ୍ୟରେ ସେମାନଙ୍କୁ ହତ୍ୟା କରିଥିଲା । ଏହି ୪ ଟି ଅପରାଧୀଙ୍କର ହତ୍ୟାର ଖବର ପାଇ ସାରା ଦେଶ ଖୁସି ହୋଇଛି ।

ହେଲେ ୭ ବର୍ଷରୁ ନ୍ୟାୟ ପାଇଁ ଚକର କାଟୁଛନ୍ତି ନିର୍ଭୟାଙ୍କର ପରିବାର । ନିର୍ଭୟାଙ୍କ ସହ ଦୁଷ୍କର୍ମ କରିଥିବା ଆରୋପିମାନଙ୍କୁ ଏ ପର୍ଯ୍ୟନ୍ତ ବି ମିଳିନାହିଁ ଦଣ୍ଡ । ନିର୍ଭୟାଙ୍କ ସହ ସବୁଠୁ ଅଧିକ ଖରାପ କରିଥିବା ନାବାଳକ ଆରୋପି ୩ ବର୍ଷର ଦଣ୍ଡ ପାଇ ହୋଇଯାଇଛି ମୁକ୍ତ । ନିର୍ଭୟାର ନାବାଳକ ଆରୋପି ସୁଧାର ଗୃହରେ ୩ ବର୍ଷର ଦଣ୍ଡ କାଟି ମୁକ୍ତ ହୋଇଯାଇଛି । ଏହି ମାମଲାରେ ନାବାଳକ ଜଣକ ୨୪ ବର୍ଷ ର ହୋଇଗଲାଣି ।

୨୦୧୬ ରେ ତାକୁ ମୁକ୍ତ କରା ଯାଇଥିଲା । ସୁଧାର ଗୃହରୁ ବାହାରିବା ପରେ ନିର୍ଭୟାର ନାବାଳକ ଅପରାଧୀ ଦକ୍ଷିଣ ଭରତରେ ରୋଷେଇ କାର୍ଯ୍ୟ କରୁଛି । ଜଣେ ଏନଜିଓ ର ଅଧିକାରୀ ତା’ ବିଷୟରେ କହିଛନ୍ତି କି ସେ ବର୍ତ୍ତମାନ ଏକ ନୂଆ ରୂପ ଧାରଣ କରିଛି । ଏହା ସହିତ ସେ ତା’ ନାମ ମଧ୍ୟ ବଦଳେଇଦେଇଛି । ବାଲ୍ୟ ସୁଧାର ଗୃହରେ ସେ ଖାଦ୍ୟ ତିଆରି କରିବାର କାମ ଶିଖିଥିଲା । ଏନଜିଓ ତା’ର ଦଣ୍ଡ ସରିବା ପରେ ତାକୁ ଦୂରକୁ ପଠେଇଥିଲେ, ଯାହା ଫଳରେ ଲୋକମାନେ ତା’ର ଠିକଣା ପାଇବେ ନାହିଁ ।

ଯେଉଁଠି ସେ କୁକ୍ ର କାମ କରୁଛି ସେହି ସ୍ଥାନର ମାଲିକକୁ ମଧ୍ୟ ତା’ର ଅସଲି ନାମ ଜଣା ନାହିଁ,  ଲୋକମାନେ ତା’ର ବିତିଯାଇଥିବା ଜୀବନ ବିଷୟରେ ଜାଣି ନାହାଁନ୍ତି । ଦକ୍ଷିଣ ଭାରତରେ ଥିବା ନାବାଳକ ଆରୋପିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଛି, ଯାହା ଦ୍ଵାରା ସେ ଲୋକମାନଙ୍କ ନଜରରୁ ବଞ୍ଚି ପାରିବ ।

ନିର୍ଭୟା କାଣ୍ଡରେ ବାହାରିବା ପରେ ସେ ଜଣେ ହି ଅଟେ ଯାହାକୁ କେହି ବି ଦେଖିନାହାଁନ୍ତି । ଖବର ଅନୁସାରେ ନିର୍ଭୟା ସହ ସବୁଠୁ ଅଧିକ ଖରାପ ଏହି ନାବାଳକ ହିଁ କରିଥିଲା । ୧୬ ଡିସେମ୍ବର ୨୦୧୨ ରେ ହୋଇଥିବା ନିର୍ଭୟା କାଣ୍ଡର ମୁଖ୍ୟ ଅପରାଧୀ ରାମ ସିଂହ ସହ ସେ ଥିଲା । ରାମ ସିଂହ ହିଁ ତାକୁ ବସ୍ ସଫା କରିବା କାମରେ ରଖିଥିଲା । ଖବର ଅନୁସାରେ ସେହି ନାବାଳକ ଜଣକ ରେପ୍ କେସ୍ ର ମୁଖ୍ୟ ସୂତ୍ର ଧାରକ ଥିଲା ।