ବସରେ ଥିଲା ବାଣ, ଲାଗିଗଲା ନିଆଁ.. ଦୀପାବଳି ପୂର୍ବରୁ ଘଟିଗଲା ଏଭଳି ଅଘଟଣ । ଜଣଙ୍କର ଜୀବନ ଯାଇଥିବା ବେଳେ କେତେ ଯେ ଆହତ ହୋଇଛନ୍ତି ।

କୋଲକାତା ରୁ ପାରାଦୀପ ଆସୁଥିଲା ବସ । ଆଉ କୋଲକାତା ରେ ରହୁଥିବା ଅନେକ ଲୋକ ନିଜ ଘରକୁ ଫେରୁଥିଲେ । କାହିଁକି ନା ଆସନ୍ତା କାଲି ହେଉଛି ଦୀପାବଳି । ଦୀପାବଳି ନିଜ ପରିବାର ସହ ଦୀପାବଳି ମନାଇବାକୁ ଘରକୁ ଆସୁଥିଲେ ଯାତ୍ରୀ ମାନେ । ନିଜ ପିଲାଙ୍କ ସହ ବାଁ ଫୁଟାଇ ଦୀପାବଳି ର ଆନନ୍ଦ ନେବାକୁ ଚାହୁଁ ଥିଲେ । କେତେ କଣ ଭାବି କି ଆସୁଥିଲେ । ଦୀପାବଳି ଛୁଟି ରେ ଘରକୁ ଫେରୁଥିଲେ ଯାତ୍ରୀ ମାନେ ।

ପରିବାର ସହ କିଛି ସମୟ ବିତାଇବା ପାଇଁ ଚାକିରି ରୁ ଛୁଟି ନେଇ ପାରାଦୀପ ଆସିବା ପାଇଁ ସମସ୍ତେ ବାହାରି ଥିଲେ । ସିଭମ ଟ୍ରାଭେଲର୍ସ ର ସଦାନନ୍ଦ ନାମକ ଏସି ସ୍ଳିପର ବସ ରେ ସବୁ ଯାତ୍ରୀ ଆସୁଥିଲେ । ଆଉ ଏବେ କୁହାଯାଉଛି କି ବଡ ରେ କୁଆଡେ ବାଣ ଥିଲା । ଆଉ ଏ ବାଣ ପାଇଁ ବସ ଟି ଦେଖି ଦେଖୁ ଜାଲିଗଲା । ଗତ କାଲୀ ପ୍ରାୟ 9ଟା ସମୟରେ କୋଲକାତା ରୁ 150 ମିଟର ଦୂରତା ରେ 16 ନମ୍ବର ଜାତୀୟ ରାଜପଥ ଖଡଗପୁର ଟ୍ରେବା ନିକଟରେ ସିଭମ ଟ୍ରାଭେଲର୍ସ ର ସଦାନନ୍ଦ ନାମକ ଏସି ସ୍ଳିପର ବସ ଟି ହୁତୁହୁତୁ ହୋଇ ଜଳି ଯାଇଛି ।

ସୂଚନା ଅନୁଯାଯାଇ ବର୍ତ୍ତମାନ ସୁଧା 36 ଜଣ ଯାତ୍ରୀ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଯାତ୍ରୀ ଙ୍କ ମଧ୍ୟରୁ ଓଡିଶାରୁ ଅନେକ ପାଖା ପାଖି 30 ରୁ ଅଧିକ ଲୋକ ଥିବାର ଚର୍ଚ୍ଚା ହେଉଛି । ବସ ଟି ପଶ୍ଚିମବଙ୍ଗ କୋଲକାତା ବାମକାଟି ରୁ ପାରାଦୀପ ଆସୁଥିବା ବେଳେ ଏମିତି ଏକ ଅଘଟଣ ଘଟି ଯାଇଛି । ଆଉ ଦେଖୁ ଦେଖୁ ଜାଲିଗଲା ବସ ଟି । ଆଉ ଏହି ସମୟରେ ଅଗ୍ନିକାଣ୍ଡ ର ନିର୍ଦ୍ଦିଷ୍ଟ କାରଣ ସାମନାକୁ ଆସି ନାହିଁ ।

ଆଉ ବସ ରେ ବାଣ ସାମଗ୍ରୀ ଥିବାର ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି । ତେବେ ଦୁର୍ଘଟଣା ଘଟିବା ପରେ ଏବେ ସମସ୍ତେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତ ଯାତ୍ରୀ ମାନଙ୍କୁ ଉଧାର କରି ମେଦିନୀପୁର ମେଡିକାଲ ଓ ଗ୍ରାମୀଣ ମେଡିକଳା କୁ ନେଇଥିଲେ । ଘଟଣା ଘଟିବା ପରେ ଅଗ୍ନିସନ ବିଭାଗ କୁ ଖବର ଦିଆ ଯାଇଥିଲା ।

ଆଉ 1 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଗ୍ନିସମ ବିଭାଗର କର୍ମଚାରୀ ମାନେ ଆସି ନ ଥିଲେ । ଯାହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଏହି ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇ ଥିବା କୁହା ଯାଉଛି । ଏହି ସମୟ ଠାରୁ ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ଙ୍କର କୌଣସି ପତା ମିଳୁ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।