ନମସ୍କାର ବନ୍ଧୁଗଣ । ଅଭିନେତା ମନୋଜ ମିଶ୍ର ଙ୍କୁ ଚିଠି ଲେଖିଛି ଉତ୍କଳ ସିନେ ଚାମ୍ବର । ଏହା ସହ ମନୋଜ ମିଶ୍ରଙ୍କର ବ୍ୟାନ ବିବାଦୀୟ କାରଣ ସ୍ପଷ୍ଟିକରଣ ରେ ରହିଛି । ଆଉ ଉତ୍କଳ ସିନେ ଚ୍ୟାମ୍ବର କହିଛି କି ଏ ନେଇ ସଂଘ କୌଣସି ନିସ୍ପତି ନେଇ ନାହିଁ । ଟୁଟୁ ନାୟକ ଓ ଅନ୍ୟ କିଛି ପ୍ରଡ୍ୟୁସର “ରାମ” ଫିଲ ର ବିବାଦ ଆରମ୍ଭ ହେବା ପରେ ମନୋଜ ମିଶ୍ର ଙ୍କୁ ଓଲିଉଡ ଠାରୁ ବ୍ୟାନ କରି ଦେଇଥିଲେ । ଆଉ ଏହା ପରେ ଆରମ୍ଭ ହୋଇଥିଲା ବଡ ବିବାଦ ।
ଆଉ ଏହାରି ମଧ୍ୟରେ ମନୋଜ ମିଶ୍ର ଗତ 25 ତାରିଖ ରେ ଏକ ଚିଠି ଲେଖିଥିଲେ UCC କୁ । ଆଉ ଏହି ଚିଠି ର ଜବାବ 27 ତାରିଖରେ ଦିଆ ଯାଇଥିଲା । ଆଉ ଏହି ଚିଠି ଏବେ ସାମ୍ନା କୁ ଆସିଛି । ଯେଉଁଥି ରେ ସ୍ପଷ୍ଟ କରା ଯାଇଛି କି ମନୋଜ ମିଶ୍ରଙ୍କର ବିରୁଦ୍ଧରେ ଯେଉଁ ବ୍ୟାନ କଥା ସାମ୍ନା କୁ ଆସିଲା ଯାହା ଉତ୍କଳ ସିନେ ଚ୍ୟାମ୍ବର କୌଣସି ମାତ୍ରେ ପୃଷ୍ଟିକରଣ ଦେଇ ନାହିଁ ।
ଏହା ସହ ମନୋଜଙ୍କର ଉଜ୍ଵଳ ଭବିଷ୍ୟତ ପାଇଁ କାମ କରିବା ସହ ଯେଉଁ ବିବାଦ ଇଣ୍ଡଷ୍ଟ୍ରି ରେ ଆରମ୍ଭ ହୋଇଛି ଏହାକୁ ନେଇ ମଧ୍ୟ UCC ମତ ରଖିଛନ୍ତି । ଆଉ କୁହା ଯାଇଛି କି ମନୋଜ ମିଶ୍ର ଙ୍କ ନାଁ ରେ ଯେଉଁ ବ୍ୟାନ କଥା କୁହା ଯାଇଛି ତାର ଚୁଡାନ୍ତ ନୁହେଁ । ତାହା କିଛି ପ୍ରଡ୍ୟୁସର ନିଜ ପଟୁ ସାମ୍ନା ରେ ରଖିଥିଲେ । ଏହାକୁ ଉତ୍କଳ ସିନେ ଚ୍ୟାମ୍ବର ବିରୋଧ କରିଛି । ଏହାକୁ ନିନ୍ଦା ମଧ୍ୟ କରିଛନ୍ତି ।
ତେବେ ମନୋଜ ମିଶ୍ରଙ୍କ ପ୍ରତି କେଉଁ ପ୍ରକାରର ବୟାନ ନାହିଁ ବୋଲି UCC ସ୍ପଷ୍ଟ କରିଛି । ତେବେ ମନୋଜ ମିଶ୍ର ଙ୍କ ତରଫରୁ ଯେଉଁ ବିବନଦ ସୃଷ୍ଟି ହୋଇଛି ଓ ଏହି ବିବାଦ ପାଇଁ ଓଲିଉଡ ଇଣ୍ଡଷ୍ଟ୍ରି ରେ ଯେଉଁ ଗଭୀର ପ୍ରଭାବ ପଡିଛି । ଏ ନେଇ ମନୋଜ ମିଶ୍ର ଏକ ସ୍ପଷ୍ଟିକରଣ ରଖିବା ଆବଶ୍ୟକ ବୋଲି କହିଛି UCC । ଏହା ପରେ ବି UCC ରେ ଏକ ବୈଠକ ର ଆୟୋଜନ କର ଯାଇଥିଲା ।
ଯେଉଁଥି ରେ ମନୋଜ ମିଶ୍ର ଉପସ୍ଥିତ ନ ଥିଲେ । ଓ କୁନା ତ୍ରିପାଠୀ, ଟୁଟୁ ନାୟକ ଓ ଅରିନ୍ଦମ ଏହି ବୈଠକ ରେ ମନୋଜ ମିଶ୍ର ଙ୍କୁ ଅପେକ୍ଷା କରି ରହିଥିଲେ । ଯେଉଁ ବୈଠକ ରେ ମନୋଜ ମିଶ୍ର ଯୋଗଦାନ କରିପାରି ନ ଥିଲେ । କାରଣ ମନୋଜ ମିଶ୍ରଙ୍କର ମା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ଯେଉଁ କଥା ସ୍ପଷ୍ଟ କରିଥିଲେ ମନୋଜ ମିଶ୍ର କୁନା ତ୍ରିପାଠୀ ଙ୍କୁ । ଏବେ ଯଦିଓ ମନୋଜ ମିଶ୍ର ଙ୍କ ଉପରେ ବ୍ୟାନ ନାହିଁ ତେବେ ଦେଖିବାକୁ ବାକି ରହିଲା ଏହି ବିବାଦ କେବେ ବନ୍ଦ ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।