ଛୋଟ ପିଲାଙ୍କ ବୁଦ୍ଧିର ବିକାଶ ପାଇଁ ବସନ୍ତ ପଞ୍ଚମୀ ଦିନ କରନ୍ତୁ ଏହି ୪ଟି କାମ, ମିଳିବ ମା ସରସ୍ଵତୀଙ୍କ କୃପା

ବସନ୍ତ ପଞ୍ଚମୀ ଦିନ ମାତା ସରସ୍ଵତୀଙ୍କର ପୂଜା ଅର୍ଚନା କରାଯାଏ । ମାତା ସରସ୍ଵତୀଙ୍କ ପୂଜା କରିବା ଦ୍ଵାରା ବୁଦ୍ଧିରେ ବିକାଶ ହୋଇଥାଏ । ଏହି ପୂଜା କରିବା ଦ୍ଵାରା ଘର ପରିବାରରେ ସୁଖ ଶାନ୍ତି ଆସିଥାଏ । ଆପଣଙ୍କ ଘରେ ଯଦି କୌଣସି ଏକ ଶିଶୁର ଜନ୍ମ ହୋଇଛି, ତେବେ ତାହା ଏକ ଶୁଭ ଖବର ଅଟେ । ବସନ୍ତ ପଞ୍ଚମୀ ଦିନ ୬ ମାସ ପର୍ଯ୍ୟନ୍ତ ପିଲାଙ୍କୁ ଅନ୍ନ ଚଟାଇବା ବହୁତ ଭଲ ହୋଇଥାଏ । ଏହି ଦିନ ଏପରି କରିବା ଦ୍ଵାରା ପିଲାଟିର ବୁଦ୍ଧିରେ ବିକାଶ ଘଟିଥାଏ । ଆସନ୍ତୁ ଜାଣିବା କେଉଁ କେଉଁ ଉପାୟ କରିବା ଦ୍ଵାରା ଛୋଟ ପିଲାଙ୍କର ବୁଦ୍ଧିରେ ବିକାଶ ହୋଇଥାଏ ।

ରୂପା ଚାମଚରେ ଖିରୀ ଖୁଆନ୍ତୁ

ଆପଣଙ୍କର ୬ ମାସର ପିଲାଟିର ବୁଦ୍ଧିର ବିକାଶ ପାଇଁ କଣ କରିବେ ଆସନ୍ତୁ ଜାଣିବା । ପ୍ରଥମେ ପିଲାଟିକୁ ନୂଆ ପୋଷାକ ପିନ୍ଧାଇ ପୂଜାରେ ବସାନ୍ତୁ । ପିଲାଟିକୁ ଏକ ଚୌକିରେ ଏକ ନାଲି କପଡା ବିଛାଇ ବସାନ୍ତୁ । ଏହା ପରେ ମାତା ସରସ୍ଵତୀଙ୍କର ପୂଜା କରନ୍ତୁ । ପୂଜା ସରିଲା ପରେ ପିଲାଟିକୁ ରୂପାର ଚାମଚରେ ଖିରୀ ଖୁଆନ୍ତୁ ।

ଏହା କରିବା ଦ୍ଵାରା ପିଲାଟିର ବୁଦ୍ଧିରେ ବିକାଶ ଘଟେ । ପିଲାଟି ଏକ ବୁଦ୍ଧିମାନ ବ୍ୟକ୍ତି ହୋଇଥାଏ । ଆପଣ ଖିରୀ ଦ୍ଵାରା ପିଲାଟିର ଜିଭରେ ଶ୍ରୀ କିମ୍ବା ଓମ ଲେଖନ୍ତୁ । ଏହା କରିବା ଦ୍ଵାରା ପିଲାଟି ବୁଦ୍ଧିମାନ ହୋଇଥାଏ ।

ପିଲାଟିର ଜିଭରେ ମହୁରେ ଲେଖନ୍ତୁ

ସରସ୍ଵତୀ ପୂଜା ଦିନ ମାତା ପିତା ତାଙ୍କ ପିଲାଟିକୁ କୋଳରେ ବସାଇ ରୂପାର ଚାମଚକୁ ମହୁରେ ବୁଡାଇ, ତା ସାହାଯ୍ୟରେ ଓମ କିମ୍ବା ଶ୍ରୀ ଲେଖନ୍ତୁ । ଏହା ପରେ ପିଲାଟିକୁ କୋଳରେ ବସାଇ ସରସ୍ଵତୀଙ୍କର ପୂଜା ଅର୍ଚ୍ଚନା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ପିଲାର କେବେ ବି ବୌଦ୍ଧିକ ସମସ୍ୟା ଦେଖା ଦେବ ନାହିଁ ଓ ପିଲାଟିର ମନ ପଢାରେ ଲାଗିବ । ଆଗକୁ ସେ ଆପଣଙ୍କ ନାମକୁ ଉଜ୍ଜ୍ଵଳ କରିବ ।

ଚକ୍ ପୂଜା କରନ୍ତୁ

ସରସ୍ଵତୀ ପୂଜା ଦିନ ଆପଣ ଆପଣଙ୍କ ପିଲା ଦ୍ଵାରା ଚକ ଓ ସିଲଟର ପୂଜା କରାନ୍ତୁ । ଆପଣ ଆପଣଙ୍କ ପିଲାଟିକୁ କୋଳରେ ନେଇ ତା ହାତରେ ଚକ ଓ ସିଲଟ ଛୁଆଁଇ ମାତା ସରସ୍ଵତୀଙ୍କ ପାଖରେ ପୂଜା କରାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ପିଲାଟି ପାଠ ପଢାରେ ସମସ୍ତଙ୍କ ଠାରୁ ଆଗରେ ରହିବ ।

ବ୍ରାହ୍ମଣଙ୍କୁ ବେଦଶାସ୍ତ୍ର ଦାନ କରନ୍ତୁ

ସରସ୍ଵତୀ ପୂଜା ଦିନ ଆପଣ ଆପଣଙ୍କ ପିଲାଟି ଦ୍ଵାରା ବ୍ରାହ୍ମଣଙ୍କୁ ବେଦଶାସ୍ତ୍ର ଦାନ କରନ୍ତୁ । ପ୍ରଥମେ ପିଲାଟିକୁ ବେଦଶାସ୍ତ୍ର ଛୁଆଁଇ ବ୍ରାହ୍ମଣଙ୍କୁ ଦାନ କରନ୍ତୁ । ଆପଣ ଏହି ଦିନ ପିଲାଟିକୁ କୋଳରେ ବସାଇ ସରସ୍ଵତୀ ମନ୍ତ୍ର – ଶ୍ରୀ ସରସ୍ୱତ୍ଯୈ ସ୍ୱାହା ସ୍ମରଣ କରି ପୂଜା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପିଲାଟି ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବ ଓ ଏକ ବଡ ଅଧିକାରୀ ହେବ ।