ହାଇଟ ବଢାଇବାର ଗ୍ୟାରେଣ୍ଟେଡ ବୈଜ୍ଞାନିକ ଉପାୟ, ଆସନ୍ତୁ ଜାଣିବା ଏହା ବିଷୟରେ

ସାଧାରଣତଃ ଅଧିକାଂଶ ଲୋକଙ୍କର ଉଚ୍ଚତା କମ ହୋଇଥାଏ । ହେଲେ ଖାସ କରି ପୁଅ ମାନେ ଅଧିକ ଉଚ୍ଚତା ପାଇବା ପାଇଁ ଇଛା କରନ୍ତି । ଏଥି ସେମାନେ ଜିମ୍ ଓ ମାର୍କେଟରୁ ମିଳୁଥିବା ପ୍ରୋଟିନ ପାଉଡରର ସହାୟତା ନେଇଥାନ୍ତି, ଏହାପରେ ମଧ୍ୟ ସେମାନଙ୍କ ହାଇଟରେ କିଛି ପାର୍ଥକ୍ୟ ଆସିନଥାଏ । ହେଲେ ଆଜି ଆମେ ଆପଣଙ୍କୁ ହାଇଟ ନ ବଢିବାର କାରଣ ସହ ହାଇଟକୁ କେମିତି ବଢାଇ ପାରିବେ ଏହାର ଉପାୟ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବୈଜ୍ଞାନିକ ତଥ୍ୟ ଅନୁସାରେ ସାଧାରଣତଃ ସବୁ ଲୋକଙ୍କର ଏକ ନିର୍ଦ୍ଧିଷ୍ଟ ହାଇଟ ଥାଏ । ସେମାନଙ୍କୁ ଏହି ହାଇଟ ତାଙ୍କର ପୂର୍ବପୁରୁଷ, DNA ଓ ଜିନ୍ ରୁ ମିଳିଥାଏ । ହେଲେ ଯଦି ଆପଣ ଏକ ନିର୍ଦ୍ଧିଷ୍ଟ ହାଇଟ ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନ, ଖାଦ୍ୟ ପେୟ ଓ ବ୍ୟାୟାମ ଉପରେ ଧ୍ୟାନ ଦେବାକୁ ହେବ । WHOର ଏକ ରିସର୍ଚରୁ ଜଣାପଡିଛି କି ବହୁତ ଲୋକଙ୍କର ଖାଦ୍ୟ ପେୟ ଓ ଲାଇଫ ଷ୍ଟାଇଲରେ କିଛି ତୃଟି ପାଇଁ ସେମାନଙ୍କୁ ଅଧିକରୁ ଅଧିକ ହାଇଟ ମିଳିପାରେ ନାହିଁ ।

ହାଇଟର ସବୁଠୁ ଗୁରୁତ୍ଵପୂର୍ଣ୍ଣ DNA ହେଉଛି HMGA 2, ବୈଜ୍ଞାନିକ ମାନେ ଏହି ଡିଏନଏକୁ ରିସର୍ଚ କରିଥିଲେ । ଏହାଦ୍ଵାରା ଜଣା ପଡିଲା କି ମଣିଷର ହାଇଟ ତା’ର ଡିଏନଏ ଉପରେ ହିଁ ନିର୍ଭର କରିଥାଏ । ତେବେ ଆସନ୍ତୁ ଜାଣିବା ହାଇଟକୁ କେମିତି ବୃଦ୍ଧି କରିହେବ ।

୨୦ରୁ ୨୨ ବର୍ଷ ମଧ୍ୟରେ ହାଇଟ ବଢିବାର ସମ୍ଭାବନା ଅଧିକ ଥାଏ, ହେଲେ ଯଦି ଆପଣ ନିଜ ଶରୀରକୁ ଫିଟ ରଖିବେ ଓ ଭଲ ଭାବରେ ଏକ୍ସରସାଇଜ କରିବେ ତେବେ ଆପଣଙ୍କ ହାଇଟ ବଢିବାର ସମ୍ଭାବନା ବହୁତ ରହିବ । ଏଥିପାଇଁ ଆପଣଙ୍କୁ ସପ୍ତାହରେ ୫ ଦିନ ୩୦ ସେକେଣ୍ଡର ସ୍ପ୍ରିଣ୍ଟ ମାରିବାକୁ ହେବ ମାନେ ଆପଣଙ୍କୁ ନିଜର ପୁରା ଶକ୍ତି ଲଗାଇ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଦୌଡିବାକୁ ହେବ । ପ୍ରତ୍ୟେକ ଦିନ ୩୦-୩୦ ସେକେଣ୍ଡ ର ୫-୧୦ ରାଉଣ୍ଡ ଏହିପରି କରିବାକୁ ହେବ ।

ଉଚ୍ଚତା ବଢାଇବା ପାଇଁ ନିଦର ବହୁତ ଆବଶ୍ୟକତା ରହିଛି । ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ଆପଣ କେତେ ଘଣ୍ଟା ନିଦରେ ଶୋଉଛନ୍ତି । ଯଦି ଆପଣଙ୍କୁ ଅଧିକ ଭଲ ଓ ଗଭୀର ନିଦ ଆସିବ ତେବେ ଆପଣଙ୍କର ଗ୍ରୋଥ ହରମୋନ ବହୁତ ଶୀଘ୍ର ଶୀଘ୍ର ପ୍ରଡ୍ୟୁସ ହେବ । ଯାହାଫଳରେ ଆପଣଙ୍କ ହାଇଟ  ମଧ୍ୟ ବଢିବାକୁ ଲାଗିବ ।ତେବେ ଏହି ସବୁ ଉପାୟକୁ କରି ଓ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରି ଆପଣ ନିଜ ହାଇଟକୁ ବଢାଇ ପାରିବେ ।