ଏବେ ସମୟ ନିରୋଳାରେ କଥା ହୁଅନ୍ତୁ Sumit ଓ Tapaswini ! ନହେଲେ…ଦେଖନ୍ତୁ କଣ କହିଲେ ସମାଜସେବୀ Sarita Panda, ଦେଖନ୍ତୁ Video

ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ ମାମଲାରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିବା ପରେ ଏହି ମାମଲା ଥଣ୍ଡା ପଡି ଯାଇ ଥିଲା । କୋର୍ଟ ତପସ୍ଵିନୀଙ୍କ ସପକ୍ଷରେ ଶୁଣାଣୀ ଦେଇଥିଲେ ଯାହାକୁ ସୁମିତ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ । ଏଥିପାଇଁ ବର୍ତ୍ତମାନ ବି କୋର୍ଟରେ ଦୁଇ ଜଣଙ୍କ କେସ ଚାଲିଛି । କିନ୍ତୁ ଏହା ମଧ୍ୟରେ ତପସ୍ଵିନୀ ଓ ସୁମିତଙ୍କ ମିଳନର ବାଟ ବାହାର କରିଛନ୍ତି ସମାଜସେବୀ ଶରିତା ପଣ୍ଡା । ସମାଜସେବୀ ଶରିତା ପଣ୍ଡା ମିଡିଆ ସହ କଥାବାର୍ତ୍ତା ହୋଇ ତପସ୍ଵିନୀଙ୍କ ବିବାଦକୁ ନେଇ ମନ୍ତବ୍ୟ ଦେଇଛନ୍ତି ।

ଶରିତା ପଣ୍ଡାଙ୍କ ଅନୁସାରେ ଦୁଇ ଜଣ ପରସ୍ପରକୁ ଭଲ ପାଇଥିଲେ । ଦୁଇ ଜଣ ପରସ୍ପର ବିଷୟରେ ଭଲ ଭାବରେ ଜାଣିଛନ୍ତି । ସେଥିପାଇଁ ସେମାନେ ଦୁଇ ଜଣ ବସି କଥାବାର୍ତ୍ତା କରି ଏହି ବିବାଦର ସମାଧାନ ବାହାର କରି ପାରିବେ । ସେ ଆଗକୁ କହିଲେ କି କୋର୍ଟକୁ କୌଣସି ବି ଜିନିଷ ଗଲେ ତାର ସମାଧାନ ଶୀଘ୍ର ହୋଇ ପାରି ନ ଥାଏ ।

ବହୁତ ସାମୟ ଲାଗିଥାଏ । ଯଦି ଆମେ କୋର୍ଟର ରାୟକୁ ଅପେକ୍ଷା କରିବା ତେବେ ବହୁ ଦିନ ବିତିଯିବ ଏବଂ ଯେତେ ଦିନ ଗଡିବ ସେତିକି ଆମ ସମସ୍ତଙ୍କୁ ଅସୁବିଧା ହେବ । ଆମେ ସମସ୍ତେ ଚାରିଆଡେ ଅସୁବିଧାର ସମ୍ମୁଖୀନ ହବା । ଏହିଭଳି ସ୍ଥିତିରେ ଦୁଇ ଜଣ ମିଳିମିଶି ଏହି ସମସ୍ୟାର ସମଧାନର ବାଟ ବାହାର କରିବା ଉଚିତ ।

ତପସ୍ଵିନୀ ଓ ସୁମିତଙ୍କ ମିଳନରେ କିଛି ବି ସତ ଥାନ୍ତା ତେବେ କୋର୍ଟ ଯିବାକୁ ଆବଶ୍ୟକ ପଡି ନ ଥାନ୍ତା । କାରଣ ଆରମ୍ଭରୁ ହିଁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଯଦି ତପସ୍ଵିନୀ ଓ ସୁମିତ ଶାନ୍ତି ଚାହୁଁଛନ୍ତି ତେବେ ଦୁଇ ଜଣ ପରସ୍ପର ସହ କଥାବାର୍ତ୍ତା କରନ୍ତୁ । ଦୁଇ ଜଣ ଯଦି କଥା ହେବେ ତେବେ ନିଶ୍ଚିତ ରୂପରେ ସମାଧାନର ବାଟ ବାହାରିବ । ଯଦି ସମାଧାନ ହବ ତେବେ ନିଶ୍ଚିତ ରୂପରେ ମନ ବି ମିଶିବ । ଦୁଇ ଜଣଙ୍କ ମନ ମିଶିଲେ ଦୁଇ ଜଣଙ୍କ ପରିବାର ବି ମିଶିଯିବ ।

କେବଳ ସମାଜସେବୀ ଶରିତା ପଣ୍ଡା ନୁହନ୍ତି ବର୍ତ୍ତମାନ ସମସ୍ତେ ଏହା ହିଁ ଚାହୁଁଛନ୍ତି କି ସୁମିତ ଓ ତପସ୍ଵିନୀ ନିଜେ ଏକୁଟିଆ ବସି ଏହି ବିବାଦର ଅନ୍ତ କରି ସମଧାନର ରାସ୍ତା ବାହାର କରନ୍ତୁ । ପ୍ରଶ୍ନ ଉଠୁଛି କି କଣ ଦୁଇ ଜଣ ପଛ କଥା ସବୁ ଭୁଲି ଯାଇ ଆଲୋଚନା କରିବେ ? ତପସ୍ଵିନୀ କଣ ସୁମିତଙ୍କୁ ବୁଝାଇ ପାରିବେ ? ଦୁଇ ଜଣଙ୍କ ମଧ୍ୟରେ କଣ ପୁଣି ଥରେ ପ୍ରେମ ସମ୍ପର୍କରେ ବାନ୍ଧି ହେବେ ।