ଆଜିର ରାଶିଫଳ, 1 ଫେବୃୟାରୀ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣଙ୍କର ଆଜି ଦିନ ଟି ନଉକୁଳା ରହିବ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଉତ୍ତମ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଦାମତ୍ୟ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ରେ ନିବିଡତା ଆସିବ । ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରୁଥିଲେ ଆଜି ଦିନ ଟି ଭଲ ରହିବ । ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ ଆଗରେ ରହିବେ ।

ବୃଷ ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ସମାଜରେ ଅମଣ ସମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ମାନଙ୍କର ଉଚ୍ଚ ପଦ ହାସଲ ହୋଇପାରେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଉତ୍ତମ ରହିବ । ଆପଣ କାହାକୁ ପ୍ରପୋଜ କରିବାକୁ ଇଚ୍ଛା କରୁଥିଲେ କରି ପାରିବେ । କୋର୍ଟ କଚେରୀ ମାମଳାରେ ଆପଣ ସଫଳ ହେବେ । ଦୀର୍ଘ ଦିନରୁ ଆପଣଙ୍କର ଯେଉଁ କାମ କରିବା ପାଇଁ ଚିନ୍ତା କରୁଥିଲେ ତାହା କରି ପାରିବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ଅନୁଷ୍ଠାନ ରେ ଯାତ୍ରା କରିବେ । ସ୍ଵାଦିଷ୍ଟ ଭୋଜନ ଗ୍ରହଣ କରିବେ । ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଘର ପରିବାର ରେ ମାହୋଲ ହସ ଖୁଶିର ରହିବ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଉନ୍ନତି କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

କର୍କଟ ରାଶି : ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଅଧିକ ଧନ ଲାଭ କରିବା ସହ ନିବେଶ କରିବେ । ଜୀବନର ପ୍ରତେକ ଟି କ୍ଷେତ୍ର ରେ ଆପଣ ସଫଳ ହେବେ । ସମାଜରେ ଖ୍ଯାତି ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

ସିଂହ ରାଶି : ଆଜି ଆପଣଙ୍କର ଦିନ ଟି ଶୁଭ ରହିବ । କୋର୍ଟ କଚେରୀ ମାମଲା ଲାଗି ରହିଥିଲେ ତାହାର ଆଜି ସମାଧାନ ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଆଜି ଆପଣ କିଛି ନୂଆ ଅନୁଭୂତି ଅନୁଭବ କରିବେ ।ଜୀବ ସାଥି ଙ୍କ ସହଯୋଗ ଆପଣ ପ୍ରାପ୍ତ କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପୂର୍ବକ ପୁରା କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ । ମନରେ ଆଗ୍ରହ ସୃଷ୍ଟି ହେବ ନୂଆ କାମ କରିବା ପାଇଁ ।

କନ୍ୟା ରାଶି : ଆଜି ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ । କ୍ଯାରିୟର ରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଯେଉଁ ମାନେ ଇଣ୍ଟରବିୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ସଫଳ ହେବେ । ମିତ୍ର ମାନଙ୍କ ସହ ଆପଣ ବୁଲିବା ପାଇଁ ପ୍ଳାନ କରିବେ । ଘର ପରିବାରରେ ବାତାବରଣ ସୁଖଦ ରହିବ । ଆପଣଙ୍କ ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ଭରପୁର ସହଯୋଗ ପାଇବେ । ନୂଆ କାମ କରିବା ପାଇଁ ଚିନ୍ତା କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ସ୍ଥାନ କୁ ଯାତ୍ରା କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଯାହା ପାଇଁ ଆପଣଙ୍କ ମନ ଖୁସିରେ ରହିବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଗୃହ ପ୍ରବେଶ କରିବା ପାଇଁ ଆଜି ଦିନ ଟି ଉତ୍ତମ ରହିବ ।

ବିଛା ରାଶି : ଆପଣଙ୍କର ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଅଚାନକ ଧନ ଲାଭ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବେ । କୌଣସି ଦୂର ସ୍ଥାନ କୁ ଯାତ୍ରା କରିବେ । ପାରିବାରିକ ଦାୟିତ୍ଵ ଆପଣଙ୍କ ଉପରେ ପଡିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଶାନୁକୁଳ ପରିଣାମ ଦେଖିବାକୁ ମିଳିବ ।

ଧନୁ ରାଶି : ଆଜି ଆପଣ ନୂଆ ଯୋଜନା ପ୍ରସ୍ତୁତ କରିବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । ଯେଉଁ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ସଫଳ ହେବେ । ଘର ପରିବାରରେ ମାହୋଲ ହସ ଖୁଶିର ରହିବ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ଠାରୁ ଆପଣ କିଛି ନୂଆ କଥା ଶିକ୍ଷା ଲାଭ କରିବେ । ଆପଣ ନିଜର କାର୍ଯ୍ୟ କ୍ଷେତ୍ର ରେ ଅଧିକ ଧ୍ୟାନ ଦିଅନ୍ତୁ । ଭାଗ୍ୟ ଆପଣଙ୍କର ସଂପୂର୍ଣ୍ଣ ସାଥ ଦେବ ।

ମକର ରାଶି : ଆଜି ଆପଣ କୌଣସି ବଡ ସମାରୋହରେ ଯୋଗ ଦେବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଅଟକି ରହିଥିବା କାମ ପୁରା ହେବ । ବେପାର ବାଣିଜ୍ୟ କ୍ଷେତ୍ର କୁ ନେଇକ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ମନରେ କିଛି ନୂଆ କରିବା ପାଇଁ ଆଗ୍ରହ ସୃଷ୍ଟି ହେବ । ପୈତୃକ ସମ୍ପତି ହାସଲ କରିବେ । ଭାଗ୍ୟର ସଂପୂର୍ଣ୍ଣ ସାଥ ମିଳିବ । ଯେଉଁ ମାନେ ଆପଣଙ୍କ ଉପରେ ନିରାଭର କରନ୍ତି ସେମାନଙ୍କର ଧ୍ୟାନ ରକହନ୍ତୁ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ପ୍ରେମ ଜୀବନରେ ସଫଳ ହେବେ । ଆପଣ ମନ କଥା ସାଥି ଙ୍କୁ କହିବାର ଅବସର ପାଇବେ । ଧନ ଅର୍ଜନ କରିବାର ନୂଆ ଅବସର ପ୍ରାପ୍ତ ହେବ । ଚାକିରି କ୍ଷେତ୍ର ରେ ନୂଆ ପଦ ହାସଲ କରିବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିଆବର ନୂଆ ମାର୍ଗ ମିଳିବ । ଆପଣଙ୍କ ଜୀବନରେ ଖାସ ଅନୁଭୂତି ଅନୁଭବ ହେବ । ଯାହାର ଆଶା କେବେ କରି ନ ଥିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମୀନ ରାଶି : ଆଜି ଆପଣଙ୍କର ଦିନ ଟି ଉତ୍ତମ ରହିବ । ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସାମଞ୍ଜସ୍ଯ ଉତ୍ତମ ରହିବ । କିଛି ନୂଆ କାମ କରିବା ପାଇଁ ଯୋଜନା କରିବେ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ମହିଳା ମାନେ ନିଜ ପାଇଁ ଉପହାର କ୍ରୟ କରିବେ । କୋର୍ଟ କଚେରି ମାମଲାରେ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।