ବର୍ତ୍ତମାନ ୧୧ ଅଙ୍କର ହେବ ଆପଣଙ୍କ ମୋବାଇଲ ନମ୍ବର, ଜାଣନ୍ତୁ ପୁରା ଖବର

TRAI ଶୁକ୍ରବାର ଦିନ ଏକ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁସାରେ ଦେଶରେ ୧୧ ଅଙ୍କ ବାଲା ମୋବାଇଲ ନମ୍ବରର ବ୍ୟବହାର କରିବା ପାଇଁ ଉପଦେଶ ଦେଇଛନ୍ତି । TRAIର ମାନିବା ଅଟେ କି ଏହିଭଳି କରିବା ଦ୍ଵାରା ଦେଶରେ ମୋବାଇଲ ନମ୍ବରର କ୍ଷମତା ୧୦୦୦ କୋଟି ହୋଇଯିବ । ବର୍ତ୍ତମାନ ଆପଣଙ୍କ ମୋବାଇଲ ନମ୍ବରର ବି ୧୧ ଅଙ୍କ ବାଲା ହୋଇପାରେ । ଟେଲିକମ ରେଗ୍ୟୁଲେଟରୀ ଅଫ ଇଣ୍ଡିଆ (TRAI) ଶୁକ୍ରବାରକୁ ଏହି ପ୍ରସ୍ତାବ ରଖିଥିଲେ ।

ଏହି ପ୍ରସ୍ତାବରେ TRAI ଦେଶରେ ୧୧ ଅଙ୍କ ମୋବାଇଲ ନମ୍ବର ଚାଲୁ କରିବା ପାଇଁ ଉପଦେଶ ଦେଇଛନ୍ତି । TRAI ଅନୁସାରେ ୧୦ ଅଙ୍କ ବାଲା ମୋବାଇଲ ନମ୍ବରକୁ ୧୧ ଅଙ୍କ ବାଲା ମୋବାଇଲ ନମ୍ବରରେ ବଦଳିବା ଦ୍ଵାରା ଦେଶରେ ଅଧିକ ନମ୍ବର ଉପଲବ୍ଧ ହୋଇଯିବ ।

ଦେଶରେ ମୋବାଇଲ ନମ୍ବରର କ୍ଷମତା ବଢି ୧ ହଜାର କୋଟି ହୋଇଯିବ

TRAI ନିଜର ପ୍ରସ୍ତାବରେ କହିଲା କି ମୋବାଇଲ ନମ୍ବରର ପ୍ରଥମ ଅଙ୍କ ଯଦି ୯ ରଖା ଯାଇଛି ତେବେ ୧୦ ରୁ ୧୧ ଅଙ୍କ ବାଲା ମୋବାଇଲ ନମ୍ବରର ସୁଇଚ ହେବା ଦ୍ଵାରା ଦେଶରେ ୧୦ ବିଲିୟନ (୧୦୦୦ କୋଟି) ନମ୍ବରର କ୍ଷମତା ହୋଇଯିବ । TRAI ଆଗକୁ କହିଲା କି ୭୦ ପ୍ରତିଶତ ୟୁଟିଲାଇଜେଶନ ଓ ବର୍ତ୍ତମାନର ପଲିସି ସହିତ ୭୦୦ କୋଟି କନେକ୍ଶନ ହୋଇ ପାରିବ ।

କଲ କରିବା ସମୟରେ ନମ୍ବର ଆଗରେ ଲଗାଇବାକୁ ହେବ ‘୦’

ଏହା ଛଡା TRAI ଫିକ୍ସ୍ଡ ଲାଇନରୁ କଳ କରିବା ସମୟରେ ମୋବାଇଲ ନମ୍ବର ଆଗରେ ‘୦’ ଲଗାଇବାର ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନର କଥାବାର୍ତ୍ତା କରିବା ତ ଫିକ୍ସ୍ଡ ଲାଇନ କନେକ୍ଶନ ରୁ ଇଂଟର-ସର୍ବିସ ଅଞ୍ଚଳ ରେ ମୋବାଇଲ କଳ ପାଇଁ ନମ୍ବରର ଆରମ୍ଭରେ ‘୦’ ଲଗାଇବାର ଦରକାର ପଡିଥାଏ । କିନ୍ତୁ ମୋବାଇଲ ନମ୍ବରକୁ ଲ୍ୟାଣ୍ଡଲାଇନରୁ ବିନା ଆରମ୍ଭଭରୁ ୦ ଲଗାଇ ବି ଐକ୍ସେସ କରା ଯାଇ ପାରିବ ।

TRAIର କହିବା ଅଟେ କି ଫିକ୍ସ୍ଡ ନେଟୱର୍କ ଦ୍ଵାରା ମୋବାଇଲ ଉପରେ କଳ କରିବା ପାଇଁ ୦ ଲଗାଇବା ବାଧ୍ୟତା ହେବା ଉପରେ ୨,୩,୪ ଓ ୬ରେ ସମସ୍ତେ ଫ୍ରୀ ସବ-ଲେବଲ୍ସକୁ ମୋବାଇଲ ନମ୍ବର ରୂପରେ ବ୍ୟବହାର କରି ପାରିବେ ।

ଆସିବ ନୂଆ ନ୍ୟାସନାଲ ନମ୍ବରିଙ୍ଗ ପ୍ଳାନ

ଏହା ଛଡା ଏକ ନୂଆ ନ୍ୟାସନାଲ ନମ୍ବରିଙ୍ଗ ପ୍ଳାନର ବି ପ୍ରସ୍ତାବ ଦେଇଛନ୍ତି । ଯାହାକୁ ଶୀଘ୍ରରୁ ଅତି ଶୀଘ୍ର ଉପଲବ୍ଧ କରାଯିବ । ଏହା ସହିତ TRAI ଡନ୍ଗଲ୍ସ ପାଇଁ ବ୍ୟବହାର କରାଯାଉଥିବା ମୋବାଇଲ ନମ୍ବରକୁ ୧୦ ଅଙ୍କରୁ ବଢାଇ ୧୩ ଅଙ୍କ କରିବା କଥା ବି କହିଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।