ଆଜିର ରାଶିଫଳ, 1 ଜୁନ 2020, ସୋମବାର, ମାସର ପ୍ରଥମ ଦିନ ଏହି ୬ଟି ରାଶି ପାଇଁ ରହିବ ଖୁସି ଭରା, ଭାଗ୍ୟର ରହିବ ସାଥ, ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ମିତ୍ର ଆପଣଙ୍କ ଉପରେ ପୁରା ବିଶ୍ଵାସ ରଖିବେ । କାର୍ଯ୍ୟରେ ବ୍ୟସ୍ତ ରହିବେ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ପକ୍ଷ ଭଲ ରହିବ । ଗାଡିରେ ଯାତ୍ରା କରୁଥିବା ସମୟରେ ସାବଧାନ ରୁହନ୍ତୁ । ଆପଣ ଏହିଭଳି ସ୍ରୋତରୁ ଧନ ଅର୍ଜିତ କରି ପାରିବେ, ଯାହା ବିଷୟରେ ଆପଣ ପୂର୍ବରୁ ଚିନ୍ତା ବି କରି ନ ଥିବେ । ପାରିବାରିକ ସୁଖ ଲାଭ ହେବ । ଶତ୍ରୁ ଆପଣଙ୍କୁ ଭୟ କରିବେ । ଘରେ କୌଣସି ସଦସ୍ୟ ଚିନ୍ତାରେ ରହିବେ । କିନ୍ତୁ ଆପଣ ତାଙ୍କର ଚିନ୍ତାକୁ ଦୂର କରିବାରେ ସାହାର୍ଯ୍ୟ କରିବେ ।

ବୃଷ

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବୁଦ୍ଧି ହେବ । ଆପଣଙ୍କ ପରାକ୍ରମ ବଢିବ । ଶୁଭ ସମାଚାର ମିଳିବ । ମନ ପ୍ରସନ୍ନ ରହିବ । କୌଣସି ନୂତନ ଯୋଜନା ଉପରେ ଟଙ୍କା ଖର୍ଚ କରିବେ । ଚିନ୍ତା ବି ବଢିପାରେ । ବ୍ୟାପାରିକ ଯୋଜନାକୁ ଗୁପ୍ତ ରଖନ୍ତୁ । କାହା ଉପରେ ବି ଅଧିକ ବିଶ୍ଵାସ କରନ୍ତୁ ନାହିଁ । ପାରିବାରିକ ସମ୍ପର୍କରେ ମଜବୁତି ଆସିପାରେ । ଆୟ ବ୍ୟୟରେ ସନ୍ତୁଳନ ରହିବ । ଏମିତି ଲୋକମାନଙ୍କ ସହ ଯୋଡିବାକୁ ଚେଷ୍ଟା କରନ୍ତୁ ଯେଉଁମାନେ ଆପଣଙ୍କ ପାଇଁ ଉଚିତ ଅଟନ୍ତି ।

ମିଥୁନ

ବୌଦ୍ଧିକ କ୍ଷମତା ବୁଦ୍ଧି ହେବ । ସରକାରୀ କାର୍ଯ୍ୟରେ ଗତି ଆସିବ । ପରିବାରରେ ଚିନ୍ତା ବଢିପାରେ । ମିତ୍ରଙ୍କ ସହ ମନୋରଞ୍ଜନ କରିବେ । ଆଜି ଦିନ ସାରା ଚିନ୍ତିତ ରହିବେ । କୌଣସି ଶୁଭ କାର୍ଯ୍ୟରେ ଧନ ଖର୍ଚ ହୋଇପାରେ । ଧର୍ଯ୍ୟ ରଖନ୍ତୁ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଭଲ ଜିନିଷ ଗ୍ରହଣ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ମନୋକାମନା ନିଶ୍ଚିତ ପୁରା ହେବ । ସୋଭାଗ୍ୟ ମିଳିବ । ଏହା ସହିତ ପୂର୍ବରୁ କରିଥିବା ପରିଶ୍ରମର ଫଳ ଆଜି ମିଳିବ ।

କର୍କଟ

କାରୋବାରରେ ପ୍ରଗତି ଆସିବ । କ୍ଳାନ୍ତ କାରଣରୁ ଆଜି ନିଜକୁ ଅସୁସ୍ଥ ଅନୁଭବ କରିବେ । ପ୍ରେମ ସମ୍ବନ୍ଧରେ ନୂତନତା ଆସିବ । ବିଦ୍ୟାର୍ଥୀମାନେ ନିଜ ପଢାରେ ଅଧିକ ଧ୍ୟାନ ଦେବେ । କେତେକ ପ୍ରକାରର ଲାଭ ମିଳିପାରେ । କୁସଙ୍ଗତି ଠାରୁ ବଞ୍ଚନ୍ତୁ । ନଚେତ କୌଣସି ସମସ୍ୟାରେ ପଡି ପାରନ୍ତି । ଧନ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ପ୍ରିୟ ସାଥି ଆପଣଙ୍କ ସହିତ ସମୟ ବ୍ୟତୀତ କରିବେ । ନୂଆ ଗ୍ରାହକମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଆଜିର ଦିନ ଭଲ ଅଟେ ।

ସିଂହ

ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ସନ୍ତାନ ସମ୍ବନ୍ଧିତ ସୁଖଦ ସମାଚାର ମିଳିପାରେ । ମନ ପ୍ରସନ୍ନ ରହିବ । ଭୌତିକ ସୁଖ ସାଧନାରେ ଉନ୍ନତି ଆସିବ । ଅଟିକି ଥିବା କାର୍ଯ୍ୟରେ ଗତି ଆସିବ । ପୂର୍ବରୁ କରା ଯାଇଥିବା ପ୍ରୟାସରେ ସଫଳତା ପ୍ରାପ୍ତ ହେବ । ଆୟରେ ନୂତନ ସାଧାନ ଓ ମଜବୁତି ଆସିବ । କାର୍ଯ୍ୟ କ୍ଷେତ୍ରରେ ଦୂରେଇ ରୁହନ୍ତୁ । ସନ୍ତାନ ପାଖକୁ ନେଇ ଚିନ୍ତିତ ରହିବେ । ପିତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ । ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ ।

କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ଅଟେ । ପୂର୍ବରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ଧନ ପ୍ରାପ୍ତ ହେବ । କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବା ଦ୍ଵାରା ମନ ପ୍ରସନ୍ନ ରହିବ । ଧନ ଆଗମନର କୌଣସି ମାର୍ଗ ଖୋଲି ପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଗାଡି ଖରାପ ହୋଇପାରେ । ଦୈନିକ କାର୍ଯ୍ୟକୁ ସମୟ ଉପରେ ପୁରା କରିବାକୁ ଚେଷ୍ଟା କରନ୍ତୁ । ପରିବାରର ପ୍ରେମ ପୂର୍ଣ ବାତାବରଣ ରହିବ । ବ୍ୟାପାରରେ ଭଲ ଲାଭ ମିଳିବ ।

ତୁଳା

ଆର୍ଥିକ ପକ୍ଷ ସାମାନ୍ୟ ରହିବ । ବୟସ୍କ ଲୋକମାନଙ୍କ ଚିନ୍ତା ଘେରି ରହିବ । ଦାମ୍ପତ୍ୟ ଜୀବନ ସୁଖମୀୟ ବ୍ୟତୀତ ହେବ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ଶଶୁର ଘରର କୌଣସି ସଦସ୍ୟର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । ଖରାପ ଚିନ୍ତା ଧାରାକୁ ଦୂରେଇ ରଖନ୍ତୁ । କ୍ରୋଧ ଉପରେ ବି ନିୟନ୍ତ୍ରଣ ରଖନ୍ତୁ । ବିବାଦରେ ଫସି ପାରନ୍ତି । ପ୍ରଭାବଶାଳି ବ୍ୟକ୍ତିମାନଙ୍କ ସହଯୋଗ ମିଳିପାରେ । ଆଜି ଅଧିକ ଖର୍ଚ ହୋଇପାରେ ।

ବିଚ୍ଛା

କୌଣସି ବଡ ଅଧିକାରୀଙ୍କ ଠାରୁ ଲାଭ ମିଳିପାରେ । କାର୍ଯ୍ୟ କରିବା ସମୟରେ ସାବଧାନ ରୁନନ୍ତୁ । ଘର ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ଭାଇ ଭଉଣୀଙ୍କ ସହ ପ୍ରେମ କରିବେ । ଆପଣଙ୍କ ମନରେ ଆଜି ବିଶେଷ ଶାନ୍ତି ଅନୁଭୂତି ରହିବ । ମନରେ ସ୍ଥିରତା ଆସିବ । ପ୍ରେମ ସମ୍ବନ୍ଧରେ ସଫଳତା ପ୍ରାପ୍ତ ହେବ । ଯଦି ଆପଣ ଅବିବାହିତ ଅଛନ୍ତି ତେବେ ଜୀବନସାଥିଙ୍କ ସହ ସମ୍ବନ୍ଧରେ ମଧୁରତା ବଢିବ । ଧର୍ମ କରମରେ ରୁଚି ରଖିବେ ।

ଧନୁ

ସକାରାତ୍ମକ ବିଚାର ରଖନ୍ତୁ । ଅଚାନକ ଲାଭ ମିଳିବ । କାର୍ଯ୍ୟକୁ ଗମ୍ଭୀରତାର ସହ କରନ୍ତୁ । ଶିକ୍ଷା ଉପରେ ବ୍ୟୟ ହୋଇପାରେ । ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ମନରେ ବିରକ୍ତି ଭାବ ଉତ୍ପନ୍ନ ହେବ । ମନରେ ଅରୁଚି ଉତ୍ପନ୍ନ ହେବ । ପରିବାରର ମାନ ସମ୍ମାନ ବଢିବ । ଏହା ସହିତ ଆପଣଙ୍କ ମାନ ସମ୍ମାନ ବି ବଢିବ । ବ୍ୟାପାରେ ଲାଭର ଅବସର ମିଳିବ । କୌଣସି ନୂତନ ଚିନ୍ତା ମନରେ ଘର କରି ପାରେ । ଏହି ସମୟରେ ଆପଣଙ୍କୁ ବୈବାହିକ ଜୀବନର ଭରପୁର ଆନନ୍ଦ ମିଳିବ ।

ମକର

ଆଜି ପ୍ରସନ୍ନ ରହିବେ । ଏହା ସହିତ କୌଣସି ସ୍ଥାନରୁ ଖାସ ଉପଦେଶ ମିଳିପାରେ । ଏହା ସହିତ କିଛି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କୁ ହାନି ପହଞ୍ଚାଇ ପାରନ୍ତି । ଆଜି ଆପଣଙ୍କ ମସ୍ତିଷ୍କ ଅଧିକ କ୍ରିଯାଶୀଳ ରହିବ । ଆପଣଙ୍କ ଜୀବନସାଥି ଆପଣଙ୍କ ବହୁତ ପ୍ରଶଂସା କରିବେ ଓ ଆପଣଙ୍କ ବହୁତ ସ୍ନେହ ଲୋଢିବେ । ଚତୁରତାର ସହ କାମ କରନ୍ତୁ । ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ନିବେଶ ଲାଭଦାୟକ ରହିବ ।

କୁମ୍ଭ

କ୍ଳାନ୍ତ ଦୂର ହେବ । ପ୍ରେମ ସମ୍ବନ୍ଧରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଚିନ୍ତାକୁ ତ୍ୟାଗ କରନ୍ତୁ ଓ ଇଶ୍ଵରଙ୍କ ଆରାଧନା କରନ୍ତୁ । ପାରିବାରିକ ଖୁସି ମିଳିବ । କିଛି ଜିନିଷକୁ ସାବଧାନରେ ରଖନ୍ତୁ । ତ୍ଵଚା ସମ୍ବନ୍ଧିତ କୌଣସି ସମସ୍ୟା ହୋଇପାରେ । କିଛି ସ୍ଥାନରେ ନିବେଶ କରିବା ଦ୍ଵାରା ଲାଭବାନ ରହିବେ । ସୁଖ ସମୃଦ୍ଧି ଆସିବ । ପିଲାମାନଙ୍କ ତରଫରୁ କୌଣସି ଖୁସି ଖବର ମିଳିପାରେ । ପ୍ରବାସର ଯୋଗ ଅଛି ।

ମୀନ

ପିତା ଆପଣଙ୍କୁ ଅଧିକ ଧ୍ୟାନ ରଖିବେ । ନିରାଶ ହୁଅନ୍ତୁ ନାହିଁ । ଅଟକିଥିବା ଟଙ୍କା ମିଳିପାରେ । କିଛି ଶୁଭ ମୁହୂର୍ତ ଆପଣଙ୍କ ରାଶିରେ ଆସିବାର ଅଛି । ଯେଉଁ କାରଣରୁ ଆପଣ ଖୁସିରେ ରହିବେ । ଆପଣଙ୍କ ଜୀବନସାଥି ଆପଣଙ୍କ ବ୍ୟବବାହାର ଦ୍ଵାରା ସୁଖୀ ହୋଇ ପାରନ୍ତି । ନିବେଶ କରିବା ସମୟରେ ଧର୍ଯ୍ୟ ରଖନ୍ତୁ । ସମସ୍ୟାରେ ପଡି ପାରନ୍ତି । ବ୍ୟକ୍ତି ସହ ଜଡିତ ସମସ୍ତ କାର୍ଯ୍ୟ ଆଜି ସମ୍ପର୍ଣ ହୋଇଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।